Advertisment

ପୂରା ପରିବାରକୁ ଜାଳିଦେଲା ନିଆଁ; ୩ ଶିଶୁ ମୃତ, ବାପା-ମା’ ଗୁରୁତର

୩୦ ବର୍ଷୀୟ ସକିଲ ଜଣେ ଗରିବ ହୋଇଥିବାରୁ ସେ ତାଙ୍କ ପତ୍ନୀ ଓ ୩ ପିଲାଙ୍କୁ ଧରି ଏକ କୁଡ଼ିଆରେ ରହିଆସୁଥିଲେ । ନିକଟରେ ସକିଲଙ୍କୁ ପ୍ରଧାନମନ୍ତ୍ରୀ ଆୱାସ ଯୋଜନାରେ ଏକ ଘର ମଧ୍ୟ ମିଳିଥିଲା । ଘର କାମ ଶେଷ ହୋଇନଥିବାରୁ ସେମାନେ କୁଡ଼ିଆରେ ରହୁଥିଲେ ।

ଅଦ୍ୟତନ ହୋଇଛି
Three children burnt alive as hut catches fire in Firozabad, parents critical

Three children burnt alive as hut catches fire in Firozabad, parents critical

Advertisment

ଘରେ ଶୋଇଥିଲେ ବାପା ମା’ ଆଉ ୩ ପିଲା । ହଠାତ୍‌ ଲାଗିଗଲା ନିଆଁ । ଚାଲିଗଲା ୩ ପିଲାଙ୍କ ଜୀବନ । ଆଉ ଏବେ ହସ୍ପିଟାଲରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ବାପା ମା’ । ଏପରି ଏକ ଦୁଃଖଦ ଘଟଣା ଗତ ଶନିବାର ଦିନ ବିଳମ୍ବିତ ରାତିରେ ଘଟିଛି । ନିଆଁରେ ପୋଡ଼ିହୋଇ ଗୋଟିଏ ଗରିବ ପରିବାର ପାଉଁଶ ହୋଇଯାଇଛି ।

Advertisment

ସୂଚନା ଅନୁସାରେ ୩୦ ବର୍ଷୀୟ ସକିଲ ଜଣେ ଗରିବ ହୋଇଥିବାରୁ ସେ ତାଙ୍କ ପତ୍ନୀ ଓ ୩ ପିଲାଙ୍କୁ ଧରି ଏକ କୁଡ଼ିଆରେ ରହିଆସୁଥିଲେ । ଏହି ନିକଟରେ ସକିଲଙ୍କୁ ପ୍ରଧାନମନ୍ତ୍ରୀ ଆୱାସ ଯୋଜନାରେ ଏକ ଘର ମଧ୍ୟ ମିଳିଥିଲା । ଘର କାମ ଶେଷ ହୋଇନଥିବାରୁ ସେମାନେ କୁଡ଼ିଆରେ ରହୁଥିଲେ । ସବୁଦିନ ପରି ଶନିବାର ଦିନ ରାତିରେ ଖାଇସାରିବା ପରେ ଶୋଇବାକୁ ଯାଇଥିଲେ । ହେଲେ ଶୋଇଥିବା ବେଳେ ହଠାତ୍‌ କୌଣସି କାରଣରୁ କୁଡ଼ିଆରେ ନିଆଁ ଲାଗିଯାଇଥିଲା ।

କେହି କିଛି ଜାଣିବା ପୂର୍ବରୁ ସବୁ କିଛି ଶେଷ ହୋଇଯାଇଥିଲା । ନିଆଁରେ ପୋଡ଼ି ହୋଇ ୨ ଜଣ ଶିଶୁଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ଚାରି ବର୍ଷର ପୁଅ ଅନିଶ ଓ ଏକ ବର୍ଷର ଝିଅ ରେଶମାର ଘଟଣାସ୍ଥଳରେ ଜୀବନ ଚାଲିଯାଇଥିଲା । ଆଉ ଅନ୍ୟ ଦୁଇ ଜଣ ଶିଶୁ ଏବଂ ସକିଲ ଓ ତାଙ୍କ ପତ୍ନୀ ନିଆଁର ଯନ୍ତ୍ରଣାରେ ଛଟପଟହୋଇ ଚିତ୍କାର କରୁଥିଲେ ।

Advertisment

ଘଟଣା ସମ୍ପର୍କରେ ଜାଣିବା ପରେ ସ୍ଥାନୀୟ ଲୋକ ଉଦ୍ଧାରକରି ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ମଧ୍ୟ ଅନ୍ୟ ଜଣେ ଶିଶୁ ଆଖିବୁଜିଥିଲା । ହେଲେ ଏବେ ବି ଉଭୟ ବାପା-ମା’ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି । ଏପରି ଏକ ଘଟଣା ଉତ୍ତରପ୍ରଦେଶର ଫିରୋଜାବାଦରୁ ଆସିଛି । ବନଜାରା ଗ୍ରାମରେ ରହୁଥିବା ଏହି ପରିବାର ନିଆଁର ଆଁରେ ଛାରଖାର ହୋଇଯାଇଛି । ଏନେଇ ସୂଚନା ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ପୋଲିସ । କିପରି ଏହି ଅଗ୍ନିକଣ୍ଡ ଘଟିଲା ସେନେଇ ତଦନ୍ତ ଚଳାଉଛି ।

Parents Children Firozabad
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ