Advertisment

କେଜ୍ରିୱାଲ୍‌ଙ୍କ ଡିମାଣ୍ତ; ଜେଲ୍‌ରେ ମିଳୁ ଏହିସବୁ ସୁବିଧା..ଜାଣନ୍ତୁ..

ଏପ୍ରିଲ ୧୫ ତାରିଖରେ ପରବର୍ତ୍ତି ଶୁଣାଣି ହେବ। ସେ ଯାଏଁ ତିହାର ଜେଲରେ ରହିବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ।

ଅଦ୍ୟତନ ହୋଇଛି
Kejriwal Requests For Special Diet In Jail

Kejriwal

Advertisment

ଜେଲ୍ ଗଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍। ରିମାଣ୍ଡ ସରିବା ପରେ ଆଜି ଦିଲ୍ଲୀର ରୋଜ ଆଭିନ୍ୟୁ କୋର୍ଟରେ ହାଜର କରିଥିଲା ଇଡି। ମାମଲା ଶୁଣାଣି ହେବା ପରେ ଆସନ୍ତା ୧୫ ତାରିଖ ଯାଏଁ ତାଙ୍କୁ ନ୍ୟାୟିକ ହେପାଜତକୁ ପଠାଇଛନ୍ତି। ଏପ୍ରିଲ ୧୫ ତାରିଖରେ ପରବର୍ତ୍ତି ଶୁଣାଣି ହେବ। ସେ ଯାଏଁ ତିହାର ଜେଲରେ ରହିବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ।

Advertisment

ଦିଲ୍ଲୀ ମଦ ନୀତିରେ ଦୁର୍ନୀତି ଅଭିଯୋଗ ମାମଲାରେ ତଦନ୍ତ କରୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। କେଜ୍ରିୱାଲକୁ ଗିରଫ କରି ୬ ଦିନ ଧରି ପଚରାଉଚରା କରିଥିଲା ତଦନ୍ତକାରୀ ସଂସ୍ଥା। ଗତ ୨୧ ତାରିଖରେ ମଦ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଗିରଫ କରିଥିଲା ଇଡି। ଦିଲ୍ଲୀ ବାସଭବନରେ ପଚରାଉଚରା ପରେ କେଜରିୱାଲଙ୍କୁ ଗିରଫ କରାଯାଇଥିଲା।

ଆଜିର ଶୁଣାଣି ସମୟରେ ବରିଷ୍ଠ ଓକିଲ ବିକ୍ରମ ଚୌଧୁରୀ ଏବଂ ରମେଶ ଗୁପ୍ତା ଭିଡିଓ କନଫରେନ୍ସିଂ ମାଧ୍ୟମରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପାଇଁ ହାଜର ହୋଇଥିଲେ। ସେମାନେ ଅରବିନ୍ଦ କେଜ୍ରିୱାଲଙ୍କ ତରଫରୁ ପାଞ୍ଚଟି ଅନୁରୋଧ କରିଛନ୍ତି।

Advertisment

ଦଶମ ସମନ ପରେ ମନିଲଣ୍ଡ୍ରିଂ ଆକ୍ଟ ଧାରା ୫୦ ଅନୁଯାୟୀ ଜେରା ଚଳାଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ପୂର୍ବରୁ ତତ୍କାଳୀନ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସୋସିଦିଆ ଏବଂ ସାଂସଦ ସଞ୍ଜୟ ସିଂହ ଗିରଫ ହୋଇଥିବା ବେଳେ, ଏହି ଲିଙ୍କରେ ତେଲେଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ କେସିଆରଙ୍କ ଝିଅ ତଥା BRS ନେତ୍ରୀ କେ.କବିତା ମଧ୍ୟ ଗିରଫ ହୋଇଥିଲେ ।

  1. ଜେଲରେ କେଜ୍ରିୱାଲଙ୍କୁ ଔଷଧ ଯୋଗାଇ ଦିଆଯିବ।
  2. ଜେଲ୍‌ରେ ତାଙ୍କୁ ତିନୋଟି ବହି ଯୋଗାଇ ଦିଆଯାଉ। ଭାଗବତ ଗୀତା, ରାମାୟଣ ଏବଂ ସାମ୍ବାଦିକ ନୀରଜା ଚୌଧୁରୀଙ୍କ ଦ୍ୱାରା କିପରି ପ୍ରଧାନମନ୍ତ୍ରୀମାନେ ନିଷ୍ପତ୍ତି ନିଅନ୍ତି।
  3. କେଜ୍ରିୱାଲ ପିନ୍ଧିଥିବା ଏକ ଧାର୍ମିକ ଲକେଟ୍ ରଖିବାକୁ ଅନୁମତି ଦିଆଯିବ।
  4. ତାଙ୍କ ସ୍ୱାସ୍ଥ୍ୟ ଅନୁଯାୟୀ ସ୍ୱତନ୍ତ୍ର ଖାଦ୍ୟ ଦିଆଯିବ।
  5. କେଜ୍ରିୱାଲ ଜେଲରେ ଏକ ଟେବୁଲ ଏବଂ ଚେୟାର ମଧ୍ୟ ଦାବି କରିଛନ୍ତି।
Advertisment

ତେବେ କ’ଣ ଏହି ଦିଲ୍ଲୀ ମଦ ଦୁର୍ନୀତି ଜାଣନ୍ତୁ..

୨୦୨୧ରେ ଦିଲ୍ଲୀରେ ଏକ ନୂଆ ଅବକାରୀ ନୀତି ଲାଗୁ କରିଥିଲେ କେଜ୍ରିୱାଲ୍ ସରକାର । କିନ୍ତୁ ବିବାଦ ଦେଖାଦେବା ପରେ ୨୦୨୨ରେ ଏହାକୁ ପ୍ରତ୍ୟାହାର କରାଯାଇଥିଲା । ଏହି ନୂଆ ନୀତି ଅନୁସାରେ ମଦ ବିକ୍ରି ସହ ସରକାରଙ୍କ କୌଣସି ସଂପର୍କ ରହିବ ନାହିଁ ବୋଲି ଘୋଷଣା କରାଯାଇଥିଲା । ମଦ ବ୍ୟବସାୟୀଙ୍କ ହାତକୁ ଚାଲିଯାଇଥିଲା ଏ ସଂପର୍କିତ ସମସ୍ତ ନିୟନ୍ତ୍ରଣ । ଭୋର ୩ଟା ଯାଏଁ ମଦ ଦୋକାନ ଖୋଲିବା ଏବଂ ମଦ ହୋମ୍ ଡେଲିଭରି ପାଇଁ ଅନୁମତି ଥିଲା ।

ଏଣୁ ଲାଇସେନ୍ସ ପ୍ରାପ୍ତ ମଦ ବ୍ୟବସାୟୀ ନିଜ ଇଚ୍ଛା ଅନୁସାରେ ରିହାତି ଦେଇପାରୁଥିଲେ । ପରେ ଏନେଇ ଇଓଡବ୍ଲୁ ସ୍କାନରକୁ ଆସିଥିଲେ ତତ୍କାଳୀନ ଅବକାରୀ ମନ୍ତ୍ରୀ ମନୀଷ ସିସୋଦିଆ । ନିଜ ଲୋକଙ୍କୁ ଅନୁଚିତ ଅନୁଗ୍ରହ ଦେବାକୁ ସେ ନିୟମ ବଦଳାଇଥିବା ଅଭିଯୋଗ ହୋଇଥିଲା । ଲାଇସେନ୍ସ ବଦଳରେ ଅନୈତିକ ଭାବେ ଟଙ୍କା କାରବାର ହୋଇଥିବା ଅଭିଯୋଗ ହୋଇଥିଲା । ଏହା ସହ ରାଜକୋଷଙ୍କୁ ବିପୁଳ ଆର୍ଥିକ କ୍ଷତି ସହିବାକୁ ପଡ଼ିଥିବା ନେଇ ଆସିଥିଲା ଅଭିଯୋଗ ।

ପରେ ବିଭିନ୍ନ ଆଇନ ଉଲ୍ଲଂଘନ ହୋଇଥିବା ନେଇ ରିପୋର୍ଟ ଦେଇଥିଲେ ଦିଲ୍ଲୀ ମୁଖ୍ୟ ସଚିବ । ମାମଲାର ସିବିଆଇ ତଦନ୍ତ ଦାବି କରିଥିଲେ ଦିଲ୍ଲୀ ଉପରାଜ୍ୟପାଳ ଭି.କେ. ସକ୍ସେନା । କୋଟି କୋଟି ଟଙ୍କାର କିକ୍ ବ୍ୟାକ୍ ହୋଇଥିବା ଦାବି କରିଥିଲା ସିବିଆଇ । ଗୋଆ ନିର୍ବାଚନରେ ଆପ୍ ଦଳୀୟ ପ୍ରଚାର ପାଇଁ ଏହି ଟଙ୍କା ଉପଯୋଗ ହୋଇଥିବା ଅଭିଯୋଗ । ବର୍ତ୍ତମାନ ପର୍ଯ୍ୟନ୍ତ ମାମଲା ହାତକୁ ନେଇ ୩୦ରୁ ଅଧିକ ସ୍ଥାନରେ ରେଡ୍ କରିସାରିଛି ଇଡି ।

ଏହି ମାମଲାରେ ପୂର୍ବରୁ ଗିରଫ ହୋଇଛନ୍ତି ମନୀଷ ସିସୋଦିଆ ଓ ସଞ୍ଜୟ ସିଂହ । ତେଲେଙ୍ଗାନା BRS ନେତ୍ରୀ କେ. କବିତାଙ୍କୁ ବି ଗିରଫ କରିଛି ଇଡି । ୯ ଥର ସମନ ଟାଳିବା ପରେ ମୁଖ୍ୟମନ୍ତ୍ରୀ କେଜରିୱାଲଙ୍କୁ ଗିରଫ କରିଥିଲା ଇଡି ।

Tihar Jail Arvind Kejriwal Enforcement Directorate ED
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ