Hotels
୨ ସପ୍ତାହ ଧରି ବିଭିନ୍ନ ବିମାନକୁ ମିଛ ବୋମା ଧମକ ଆସିବା ପରେ, ଏବେ ଦୁର୍ବୃତ୍ତଙ୍କ ଟାର୍ଗେଟରେ ଦେଶର ୨୫ରୁ ଅଧିକ ନାମୀଦାମୀ ହୋଟେଲ୍ । ଗୁଜରାଟ, ପଶ୍ଚିମବଙ୍ଗ ଓ ଆନ୍ଧ୍ର ପରେ ଉତ୍ତରପ୍ରଦେଶର ଲକ୍ଷ୍ନୌ ସ୍ଥିତ ବିଭିନ୍ନ ହୋଟେଲକୁ ଆସିଲା ଧମକପୂର୍ଣ୍ଣ ଇମେଲ୍ । ହୋଟେଲରେ ବୋମା ଥିବା ଧମକ ଦେବା ସହିତ, ୫୫ ହଜାର ଡଲାର ଦାବି କଲା ଦୁର୍ବୃତ୍ତ ।
ଏକ କଳା ବ୍ୟାଗରେ ବୋମା ଥିବା ଏବଂ ଏହାକୁ ନିଷ୍କ୍ରିୟ କରିବାକୁ ଚେଷ୍ଟା କଲେ ବିସ୍ଫୋରଣ କରାଯିବ ବୋଲି ଧମକ ଆସିଛି । ଏହା ପୂର୍ବରୁ ଗତକାଲି ଗୁଜରାଟ ରାଜକୋଟର ୧୦ରୁ ଅଧିକ ହୋଟେଲ ଏବଂ ପଶ୍ଚିମବଙ୍ଗର କୋଲକାତା ଓ ଆନ୍ଧ୍ରପ୍ରଦେଶ ତିରୁପତିର କିଛି ହୋଟେଲକୁ ମଧ୍ୟ ଏଭଳି ଧମକ ଆସିଥିଲା ।
ତେବେ ସୁରକ୍ଷା ଯାଞ୍ଚ ପରେ ଏହା ମିଛ ଧମକ ବୋଲି ଜଣାପଡ଼ିଥିଲା । ଦୀପାବଳି ପୂର୍ବରୁ ହୋଟେଲରେ ଗହଳି ଥିବା ବେଳେ, ଏଭଳି ଘଟଣା ଚିନ୍ତାର କାରଣ ପାଲଟିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Hotels_1730035698.jpg)