Advertisment

ବଢ଼ି ଚାଲିଛି ବିମାନରେ ବୋମା ଥିବା ନେଇ ମିଛ କଲ୍; ୪୮ ଘଣ୍ଟାରେ ମିଳିଲା ୧୨ ଧମକ

ବଢ଼ି ଚାଲିଛି ବିମାନରେ ବୋମା ଥିବା ନେଇ ମିଛ ଧମକ କଲ୍ । ଆଜି ପୁଣି ୨ଟି ବିମାନକୁ ବୋମା ଥିବା କଲ୍  ପରେ ବଢ଼ିଲା ଛନକା ।

ଅଦ୍ୟତନ ହୋଇଛି
flights

flights

Advertisment

୪୮ ଘଣ୍ଟାରେ ୧୨ ବିମାନକୁ ବୋମା ଧମକ । ବଢ଼ି ଚାଲିଛି ବିମାନରେ ବୋମା ଥିବା ନେଇ ମିଛ ଧମକ କଲ୍ । ଆଜି ପୁଣି ୨ଟି ବିମାନକୁ ବୋମା ଥିବା କଲ୍  ପରେ ବଢ଼ିଲା ଛନକା । ମୁମ୍ବାଇ-ଦିଲ୍ଲୀ ଇଣ୍ଡିଗୋ ଏବଂ ଦିଲ୍ଲୀ-ବେଙ୍ଗାଲୁରୁ ଆକାଶ ଏୟାର୍  ପ୍ଲେନ୍ କୁ ଧମକ ମିଳିଛି । ବୋମା ଥିବା ସୂଚନା ପରେ ଇଣ୍ଡିଗୋ ଅହମ୍ମଦାବାଦ, ଆକାଶ ଦିଲ୍ଲୀ ଫେରିଛି । ଗତ ୪୮ ଘଣ୍ଟା ମଧ୍ୟରେ ମୋଟ ୧୨ଟି ବିମାନକୁ ଆସିଲାଣି ଏମିତି କଲ୍ ।

Advertisment

ଭାରତୀୟ ବିମାନଗୁଡିକୁ ଲଗାତର ବୋମା ଧମକ ମିଳିବା ପରେ ସରକାର ଏହାକୁ ଗୁରୁତର ସହ ନେଇଛନ୍ତି । ବୋମା ଧମକ ନେଇ ଫୋନ କରିଥିବା ବ୍ୟକ୍ତି ଧରାପଡିଲେ ସେମାନଙ୍କୁ ନୋ ଫ୍ଲାଏ ତାଲିକାଭୁକ୍ତ କରାଯିବ । ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ । ବିମାନରେ ଏୟାର ମାର୍ଶଲଙ୍କ ସଂଖ୍ୟା ବଢ଼ାଯିବ । ଏୟାର ମାର୍ଶଲଙ୍କ ସଂଖ୍ୟା ଦ୍ବିଗୁଣିତ କରାଯିବ ବୋଲି ଜଣାପଡିଛି । 

ଆଜି ସକାଳେ ମୁମ୍ବାଇରୁ ନ୍ୟୁୟର୍କ ଅଭିମୁଖେ ଯାଉଥିବା ଏକ ଏୟାର ଇଣ୍ଡିଆ ବିମାନକୁ ବୋମାରେ ଉଡ଼ାଇ ଦେବାକୁ ମିଳିଥିଲା ଧମକ। ଆଜି ଭୋରରୁ ବିମାନ ଉଡ଼ାଣ ଭରିଥିବା ବେଳେ ଏଭଳି ଧମକ ମିଳିଥିଲା। ଏହାପରେ ମଝି ଆକାଶରେ ବିମାନକୁ ଡାଇଭର୍ଟ କରାଯାଇଥିଲା ଧମକ ମିଳିବା ପରେ ବିମାନଟିର ଗତିପଥ ପରିବର୍ତ୍ତନ କରାଯାଇ ଦିଲ୍ଲୀ ବିମାନ ବନ୍ଦରରେ ଜରୁରୀକାଳୀନ ଅବତରଣ କରାଯାଇଛି। 

Advertisment

ସମସ୍ତ ଯାତ୍ରୀ ଏବଂ ବିମାନ କର୍ମଚାରୀଙ୍କୁ ବିମାନରୁ ସୁରକ୍ଷିତ ଭାବେ ବାହାରକୁ ଓହ୍ଲାଇ ଦିଆଯାଇଛି। ଦିଲ୍ଲୀ ବିମାନ ବନ୍ଦରରେ ଜରୁରୀ ଅବତରଣ ବେଳେ ପାଇଲଟ୍ କକପିଟ୍‌ରୁ ବାହାରି ଯାତ୍ରୀଙ୍କୁ ଉଦ୍ଧାର କରିବାକୁ ସୁରକ୍ଷାରେ ଥିବା ଯବାନଙ୍କୁ ଜଣାଇଥିଲେ। ଘଟଣା ପରେ ଯାତ୍ରୀଙ୍କୁ ବାହାରକୁ ବାହାର କରାଯାଇଥିଲା।  

Threat Call Govt Flights Fake Call
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ