ଶେଷ ହେଲା ପ୍ରତୀକ୍ଷା, ଭକ୍ତ ପାଇଁ ଖୋଲିଲା ବଦ୍ରିନାଥ ଧାମ... ଏକାଠି ହେଲେ ଭକ୍ତ-ଭଗବାନ

ଭକ୍ତଙ୍କ ପାଇଁ ଖୋଲିଲା ଉତ୍ତରାଖଣ୍ଡର ବଦ୍ରିନାଥ ଧାମ । ସକାଳ ୬ଟାରେ ଦ୍ୱାର ଫିଟା ବେଳେ ପ୍ରଥମେ ବାଜିଲା ଆର୍ମି ବ୍ୟାଣ୍ଡ୍ । ବେଦ ମନ୍ତ୍ର ଉଚ୍ଚାରଣରେ କମ୍ପିଥିଲା ସାରା ପରିବେଶ । ମନ୍ଦିର ଚାରିପାଖକୁ ଫୁଲମାଳରେ ସୁସଜ୍ଜିତ କରାଯାଇଛି । ଦ୍ୱାର ଖୋଲୁଖୋଲୁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା ।

Badrinath Dham

ଭକ୍ତଙ୍କ ପାଇଁ ଖୋଲିଲା ଉତ୍ତରାଖଣ୍ଡର ବଦ୍ରିନାଥ ଧାମ । ସକାଳ ୬ଟାରେ ଦ୍ୱାର ଫିଟା ବେଳେ ପ୍ରଥମେ ବାଜିଲା ଆର୍ମି ବ୍ୟାଣ୍ଡ୍ । ବେଦ ମନ୍ତ୍ର ଉଚ୍ଚାରଣରେ କମ୍ପିଥିଲା ସାରା ପରିବେଶ । ମନ୍ଦିର ଚାରିପାଖକୁ ଫୁଲମାଳରେ ସୁସଜ୍ଜିତ କରାଯାଇଛି । ଦ୍ୱାର ଖୋଲୁଖୋଲୁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା ।

ମନ୍ଦିରକୁ ଫୁଲମାଳରେ ସୁସଜ୍ଜିତ କରାଯାଇଛି । ବଦ୍ରିନାଥ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ ଦେଖିବାକୁ ମିଳିଛି । ସେପତେ ଦୁଇ ଦିନ ତଳେ ଭକ୍ତଙ୍କ ପାଇଁ ଖୋଲିଥିଲା କେଦାରନାଥ ଧାମ । ଅନ୍ୟପଟେ ଗତ କିଛିଦିନ ତଳେ କେଦାରନାଥ ଧାମ ମଧ୍ୟ ଭକ୍ତଙ୍କ ପାଇଁ ଖୋଲିଥିଲା । ଦୁଇଦିନ ଚଳେ ଅକ୍ଷୟ ତୃତୀୟା ଅବସରରେ ଖୋଲିଥିଲା କେଦାରନାଥ ଧାମ ।

ଗତ ୧୦ ତାରିଖ ସକାଳ ୧୦ଟା ୧୯ରେ ଗଙ୍ଗୋତ୍ରୀ ଦ୍ୱାର ଖୋଲା ଯାଇଥିବା ବେଳେ ମଧ୍ୟାହ୍ନ ୧୨ଟା ୨୫ରେ ଯମୁନେତ୍ରୀ ଦ୍ୱାର ଖୋଲାଯାଇଥିଲା । ଚାରି ଧାମ ଯାତ୍ରା ନିମନ୍ତେ ୨୨ ଲକ୍ଷରୁ ଉର୍ଦ୍ଧ୍ୱ ଶ୍ରଦ୍ଧାଳୁ ନାମ ପଞ୍ଜୀକରଣ କରି ସାରିଛନ୍ତି । ତେବେ ଉତ୍ତରପ୍ରଦେଶର ଅନେକ ଅଞ୍ଚଳରେ ପାଣିପାଗ ବିଭାଗ ୟେଲୋ ଆଲର୍ଟ ଜାରି କରିଛି ।

ଉତ୍ତରପ୍ରଦେଶ, ତେହେରୀ, ପୌଡି, ରୁଦ୍ରପ୍ରୟାଗ, ଚାମୋଲି, ବାଗେଶ୍ୱର, ପିଥୋରାଗଡ, ଆଲମୋରାରେ ହାଲୁକା ଏବଂ ମଧ୍ୟମ ବର୍ଷା ହେବାନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଯମୁନେତ୍ରୀ ଓ ଗଙ୍ଗୋତ୍ରୀ ଉତ୍ତରାଖଣ୍ଡର ଉତ୍ତରକାଶୀ ଜିଲ୍ଲାରେ ଅବସ୍ଥିତ । ପାଣିପାଗ ବିଭାଗ ଅନୁଯାୟୀ ଆଜି କେତେକ ସ୍ଥାନରେ ବିଜୁଳି ଓ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି । କିଛି ଅଞ୍ଚଳରେ ଘଣ୍ଟା ପ୍ରତି ୪୦ ରୁ ୫୦ କିଲୋମିଟର ବେଗରେ ପବନ ବହିପାରେ ।

ମେ’ ୧୧ରେ ବର୍ଷାର ପରିମାଣ ବୃଦ୍ଧି ପାଇବ । ମେ’ ୧୩ରେ, ପ୍ରାୟ ସମଗ୍ର ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି । କେଦାରନାଥ ଉତ୍ତରାଖଣ୍ଡର ରୁଦ୍ରପ୍ରୟାଗ ଜିଲ୍ଲାରେ ଅବସ୍ଥିତ । ପାଣିପାଗ ବିଭାଗ ଏହି ସ୍ଥାନ ପାଇଁ ୟେଲୋ ଆଲର୍ଟ ଜାରି କରିଛି । ବଦ୍ରିନାଥ ଚାମୋଲି ଜିଲ୍ଲାରେ ଅବସ୍ଥିତ । ଆସନ୍ତା ୪ ଦିନ ପାଇଁ ଏଠାରେ ମଧ୍ୟ ୟେଲୋ ଆଲର୍ଟ ଜାରି କରାଯାଇଛି । ୪ଦିନ ଧରି ପ୍ରବଳ ପବନ, ବର୍ଷା, କୁଆପଥର ଏବଂ ବଜ୍ରପାତ ହେବାର ସମ୍ଭାବନା ଅଛି ।