Advertisment

ଚୋରୀ ଧରାଇଲେ ମିଳିବ ୨୫ ଲକ୍ଷ ପୁରସ୍କାର

ଚୋରୀ କରୁଥିବା ସୂଚନା ଦେଲେ ମିଳିବ ପୁରସ୍କାର। ହଜାରେ ବା ୧୦ ହଜାର ନୁହେଁ, ୨୫ ଲକ୍ଷ ପର୍ଯ୍ୟନ୍ତ ପାଇପାରିବେ ପୁରସ୍କାର।

ଅଦ୍ୟତନ ହୋଇଛି
ଚୋରୀ ଧରାଇଲେ ମିଳିବ ୨୫ ଲକ୍ଷ ପୁରସ୍କାର

tax evasion in rajasthan

Advertisment

ଜୟପୁର: ଚୋରୀ ରୋକିବା ପାଇଁ ଅଭିନବ ଉପାୟ । ଚୋରୀ କରୁଥିବା ସୂଚନା ଦେଲେ ମିଳିବ ପୁରସ୍କାର। ହଜାରେ ବା ୧୦ ହଜାର ନୁହେଁ, ୨୫ ଲକ୍ଷ ପର୍ଯ୍ୟନ୍ତ ପାଇପାରିବେ ପୁରସ୍କାର। ଏହି ପୁରସ୍କାର ଦେବେ ରାଜ୍ୟ ସରକାର। ଏମିତି ଏକ ପୁରସ୍କାର ଘୋଷଣା କରିଛନ୍ତି ରାଜସ୍ଥାନ ସରକାର। ଟାକ୍ସ ଚୋରୀ ସମ୍ପର୍କିତ ସୂଚନା ଦେଲେ ଏମିତି ଲୋଭନୀୟ ପୁରସ୍କାର ମିଳିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ରାଜସ୍ଥାନ ସରକାର। 

Advertisment

ରାଜସ୍ୱ ଠକେଇ ଦ୍ୱାରା ସରକାରଙ୍କୁ ବହୁ କ୍ଷତି ସହିବାକୁ ପଡ଼ୁଛି। ତେଣୁ ଏହାକୁ ରୋକିବା ପାଇଁ ଏପରି ଅଭିନବ ଉପାୟ ଅପଣାଇଛନ୍ତି ଗେହଲଟ ସରକାର। ରାଜସ୍ଥାନ Directorate of Revenue Intelligence ଦ୍ୱାରା ପରିଚାଳିତ ପ୍ରୋତ୍ସାହନ ଯୋଜନାରେ ଏହି ପୁରସ୍କାର ମିଳିବ। ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ରାଜସ୍ୱ ଆଦାୟ ସହ ଜଡିତ ରାଜ୍ୟ ସରକାରଙ୍କ ସମସ୍ତ ବିଭାଗରେ ଏହି ଯୋଜନା ଲାଗୁ କରିବା ପାଇଁ ଅନୁମତି ଦେଇଛନ୍ତି। ଏହି ଯୋଜନାରେ ସାଧାରଣ ଲୋକଙ୍କ ସହ ସରକାରୀ କର୍ମଚାରୀ, ଅଧିକାରୀ ମଧ୍ୟ ଏହି ପ୍ରୋତ୍ସାହନ ରାଶି ପାଇବାକୁ ହକ୍‌ଦାର ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। 

ଯୋଜନା ଅନୁସାରେ, ଚୋରୀ ସମ୍ପର୍କିତ ସୂଚନା ଅନଲାଇ ପୋର୍ଟାଲ 24 x7 ଟେଲିଫୋନ ହେଲ୍‌ପଲାଇନ ମାଧ୍ୟମରେ ଦେଇ ପାରବେ। ଏଥସହିତ କୌଣସି ଅଧିକାରୀଙ୍କୁ ବ୍ୟକ୍ତିଗତ ଭାବେ ସାକ୍ଷାତ କରି ଦେଇପାରିବେ। ନଚେତ୍‌  ଯୋଗାଯୋଗର ଅନ୍ୟ ମାଧ୍ୟମ ଯେମିତି ଚିଠି, ‍ଫୋନ, ଇମେଲ, ସିଡି, ଡିଭିଡ, ପେନଡ୍ରାଇଭ, ଏସଏମଏସ ବା ହ୍ୱଟ୍ସଆପ ମାଧ୍ୟମରେ ଦେଇ ପାରିବେ । ପୁରସ୍କାରର ସର୍ବନିମ୍ନ ରାଶି ଏକ ଳକ୍ଷ ଟଙ୍କା ଥିବାବେଳେ ସର୍ବାଧିକ ୨୫ ଲକ୍ଷ ଟଙ୍କା ରହିଛି। 

Advertisment

ବର୍ତ୍ତମାନ ରାଜସ୍ୱ ସହ ଜଡିତ ବିଭିନ୍ନ ବିଭାଗରେ ଅଲଗା ଅଲଗା ପ୍ରୋତ୍ସାହନ ଯୋଜନା ରହିଛି। ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ଯେମିତି ବାଣିଜ୍ୟ କର, ପରିବହନ, ଭୂ ବିଜ୍ଞାନ, ରେଜିଷ୍ଟ୍ରେଶନ  ଏବଂ ଷ୍ଟାମ୍ପ, ଅବକାରୀ ଆଦି ବିଭାଗରେ ଅଲଗା ଅଲଗା ପ୍ରୋତ୍ସାହନ ରାଶି ରହିଥିବାବେଳେ ପ୍ରସ୍ତାବିତ ଯୋଜନାରେ ଏଥିରେ ସମାନତା ରଖାଯିବ।  

Advertisment

ରାଜ୍ୟ ସରକାରଙ୍କ କହିବା ଅନୁଯାୟୀ, ଏହି ଯୋଜନା କାର୍ଯ୍ୟକାରୀ ହେଲେ ସରକାରଙ୍କ ରାଜସ୍ୱ ବିଭାଗକୁ ଆଶାନୁରୂପ ଲାଭ ମିଳିବାର ସମ୍ଭାବନା ରହିଛି। ଏହାଦ୍ୱାରା ସରକାରଙ୍କୁ ଟାକ୍ସ ଚୋରୀର ସୂଚନା ମିଳିବା ସହ ଏଥିରେ ଅଙ୍କୁଶ ଲାଗି ପାରିବ। ଏହି ଯୋଜନା କାର୍ଯ୍ୟକାରୀ କରିବାରେ ଆମାଜନ ବି ରାଜ୍ୟ ସରକାରଙ୍କୁ ସହାୟତା କରିବ ବୋଲି ଜଣାଯାଇଛି। ତେବେ ଏପରି ଅଭିନବ ଉପାୟ ଆପଣାଇ ସରକାର କେତେ ଲାଭ ପାଇ ପାରୁଛନ୍ତି ଦେଖିବାକୁ ବାକି ରହିଲା।

GST Tax Fraud Tax Evasion
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ