Advertisment

ଯେଉଁମାନେ ଘରେ ସୁରକ୍ଷିତ ନୁହଁନ୍ତି ସେମାନେ ହିଜାବ ପିନ୍ଧନ୍ତି: ସାଂସଦ ପ୍ରଜ୍ଞା ଠାକୁର

ହିନ୍ଦୁ ସମାଜରେ ସେସବୁ ଦରକାର ନାହିଁ ବୋଲି ସାଂସଦ କହିଛନ୍ତି।

ଅଦ୍ୟତନ ହୋଇଛି
MP Pragya Thakur

MP Pragya Thakur

Advertisment

ଭୋପାଳ: କର୍ଣ୍ଣାଟକରେ ମୁସଲିମ୍‌ ଛାତ୍ରୀଙ୍କୁ ହିଜାବ ପିନ୍ଧିବା ବାରଣ କରିବା ପରେ ବିବାଦ ତେଜିବାରେ ଲାଗିଛି। କଲେଜରୁ ଆରମ୍ଭ ହୋଇଥିବା ବିକ୍ଷୋଭ ଏବେ କୋର୍ଟ ଯାଏ ପହଞ୍ଚିଲାଣି। ଏଭଳି ସ୍ଥିତିରେ ବିଜେପି ସାଂସଦ ସାଧ୍ୱୀ ପ୍ରଜ୍ଞା ଠାକୁରଙ୍କ ମନ୍ତବ୍ୟ ପୁଣି ଚର୍ଚ୍ଚା ବିନ୍ଦୁ ପାଲଟିଛି। ଯେଉଁମାନେ ସେମାନଙ୍କ ଘରେ ସୁରକ୍ଷିତ ନୁହଁନ୍ତି ସେମାନେ ହିଜାବ ପିନ୍ଧନ୍ତି ବୋଲି ପ୍ରଜ୍ଞା ଠାକୁର କହିଛନ୍ତି।

Advertisment

ଅନେକ ପ୍ରସଙ୍ଗରେ ମନ୍ତବ୍ୟ ରଖି ବିବାଦୀୟ ହୋଇପଡ଼ିଥିବା ଲୋକସଭା ସାଂସଦ ପ୍ରଗ୍ୟା ଠାକୁର ମଧ୍ୟପ୍ରଦେଶ ଭୋପାଳ ଠାରେ ଆୟୋଜିତ ଏକ ସଭାରେ କହିଛନ୍ତି ଯେ ସର୍ବସାଧାରଣ ସ୍ଥାନରେ ହିଜାବ ପିନ୍ଧିବା କୌଣସି ଆବଶ୍ୟକ ନାହିଁ। କାହିଁକିନା ହିନ୍ଦୁମାନେ ନାରୀଙ୍କୁ ପୂଜା କରନ୍ତି। 

ସବୁଜାଗାରେ ହିଜାବ ପିନ୍ଧିବା କୌଣସି ଆବଶ୍ୟକ ନାହିଁ। ଯେଉଁ ଲୋକ ସେମାନଙ୍କ ଘରେ ସୁରକ୍ଷିତ ନଥିବେ, ସେମାନେ ହିଜାବ ପିନ୍ଧିପାରିବେ। ତୁମମାନଙ୍କ ପାଇଁ ମଦ୍ରାସା ରହିଛି। ଆପଣ ଯଦି ହିଜାବ ପିନ୍ଧିବେ ଆମର କିଛି ଅସୁବିଧା ନାହିଁ। କିନ୍ତୁ ବାହାରେ ଅର୍ଥାତ୍ ହିନ୍ଦୁ ସମାଜରେ ସେସବୁ ଦରକାର ନାହିଁ ବୋଲି ପ୍ରଗ୍ୟା କହିଛନ୍ତି।

Advertisment

ହିଜାବ ହେଉଛି ପରଦା। ଖରାପ ଚକ୍ଷୁରେ ଦେଖିଥିବା ଲୋକଠୁ ଦୂରେଇ ରହିବା ପାଇଁ ପରଦା ପକାଇବା ଉଚିତ୍ କିନ୍ତୁ ହିନ୍ଦୁ କେବେବି ଖରାପ ଆଖିରେ ଦେଖେନି କାରଣ ସେମାନେ ନାରୀଙ୍କୁ ପୂଜା କରନ୍ତି ବୋଲି ପ୍ରଜ୍ଞା ଠାକୁର କହିଛନ୍ତି

Advertisment

ସୂଚନାଯୋଗ୍ୟ, ଗତ ମାସରେ ପ୍ରଥମେ କର୍ଣ୍ଣାଟକାର ଉଡୁପି ସ୍ଥିତ ଗାର୍ଲ୍ସ ପିୟୁ କଲେଜରୁ ହିଜାବ ବିବାଦ ଆରମ୍ଭ ହୋଇଥିଲା। ଏଠାରେ ପାଠପଢ଼ୁଥିବା ୬ ଜଣ ମୁସଲିମ ଛାତ୍ରୀ ହିଜାବ ପିନ୍ଧିଥିବାରୁ ସେମାନଙ୍କୁ କ୍ଲାସ କରିବାକୁ ଅନୁମତି ମିଳୁ ନଥିବା ଅଭିଯୋଗ କରିଥିଲେ। ମୁସଲିମ ଛାତ୍ରୀମାନେ ହିଜାବ ପିନ୍ଧୁଥିବାରୁ ଏହାକୁ ଦକ୍ଷିଣପନ୍ଥୀ ଶିକ୍ଷାର୍ଥୀମାନେ ଜୋରଦାର ବିରୋଧ କରୁଛନ୍ତି।

ଉଡୁପିରୁ ଆରମ୍ଭ ହୋଇଥିବା ଏହି ବିବାଦ କର୍ଣ୍ଣାଟକାର ବିଭିନ୍ନ କଲେଜରେ ପହଞ୍ଚିଲାଣି। 

BJP MP Hijab Row
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ