Advertisment

ଯୁବତୀଙ୍କ ଗାଲରେ ତ୍ରିରଙ୍ଗା ଚିତ୍ର ଥିବାରୁ ସ୍ୱର୍ଣ୍ଣ ମନ୍ଦିରକୁ ବାରଣ, କ୍ଷମା ମାଗିଲେ କର୍ତ୍ତୃପକ୍ଷ

ଶିରୋମଣି ଗୁରୁଦ୍ୱାର ପ୍ରବନ୍ଧକ କମିଟିର ସାଧାରଣ ସମ୍ପାଦକ ମହିଳାଙ୍କୁ ଦୁର୍ବ୍ୟବହାର ପାଇଁ କ୍ଷମା ପ୍ରାର୍ଥନା କରିଛନ୍ତି।

ଅଦ୍ୟତନ ହୋଇଛି
Girl with Indian flag painted on face denied entry into Golden Temple

Girl with Indian flag painted on face denied entry into Golden Temple

Advertisment

ମୁହଁରେ ତ୍ରିରଙ୍ଗା ଚିତ୍ର ଥିବାରୁ ମନ୍ଦିର ପ୍ରବେଶ କରିପାରିଲେନି ମହିଳା। ଜଣେ ଯୁବତୀ ତାଙ୍କ ମୁହଁରେ ତିନି ରଙ୍ଗର ଚିତ୍ର କରିଥିବାରୁ ତାଙ୍କୁ ରୋକଠୋକ ମନା କରାଯାଇଥିଲା। ତେବେ ପ୍ରବେଶ କରାଇ ଦେଉନଥିବାର ଭିଡିଓ ଭାଇରାଲ ହେବାରେ ଲାଗିଛି। 

Advertisment

ଇଣ୍ଡିଆ ଟୁଡେ ରିପୋର୍ଟ ଅନୁସାରେ ତେବେ ଭିଡିଓରେ ମନ୍ଦିର କର୍ମଚାରୀ ମନା କରୁଥିବା ଦେଖିବାକୁ ମିଳିଛି। ଏପରିକି ମନ୍ଦିର କର୍ମଚାରୀ ଓ ଯୁବତୀଙ୍କ ସହ ଯୁକ୍ତି ତର୍କ ଲାଗୁଥିବା ଦେଖିବାକୁ ମିଳିଛି। କର୍ମଚାରୀ ଜଣକ ଏହା ଭାରତ ନୁହେଁ, ଏହା ପଂଜାବ ବୋଲି କହୁଥିବାର ଦେଖିବାକୁ ମିଳିଛି। ତେବେ ଯୁବତୀ ଜଣକ ଭିଡିଓ ଭାଇରାଲ କରିବା ପରେ ତୀବ୍ର ପ୍ରତିକ୍ରିୟା ଦେଖାଦେଇଥିଲା।  ଏହା ପରେ ଶିରୋମଣି ଗୁରୁଦ୍ୱାର ପ୍ରବନ୍ଧକ କମିଟି କର୍ତ୍ତୃପକ୍ଷ ସ୍ପଷ୍ଟୀକରଣ ରଖିଥିଲେ। ତେବେ ଶିରୋମଣି ଗୁରୁଦ୍ୱାର ପ୍ରବନ୍ଧକ କମିଟିର ସାଧାରଣ ସମ୍ପାଦକ ମହିଳାଙ୍କୁ ଦୁର୍ବ୍ୟବହାର ପାଇଁ କ୍ଷମା ପ୍ରାର୍ଥନା କରିଛନ୍ତି।

Advertisment

ସେ କହିଛନ୍ତି ଯେ ମୁହଁରେ ଯେଉଁ ପତାକା ରଙ୍ଗ ମାରିଥିଲେ ତାହା ତ୍ରିରଙ୍ଗା ନଥିଲା। ଏହା ଶିଖ୍‌ ସିରିନ୍‌। ପ୍ରତି ଧର୍ମାବଲମ୍ବୀଙ୍କ ନିଜର ଡେକୋରମ୍‌ ଅଛି। ଆମେ ସମସ୍ତଙ୍କୁ ସ୍ୱାଗତ କରୁଛୁ। ଯଦି କେହି ତାଙ୍କୁ ଦୁର୍ବ୍ୟବହାର କରିଥିବେ, ଆମେ କ୍ଷମା ପ୍ରାର୍ଥନା କରୁଛୁ। ତାଙ୍କ ମୁହଁରେ ଥିବା ପତାକା ଆମର ଜାତୀୟ ପତାକା ନଥିଲା। ଏଥିରେ ଅଶୋକ ଚକ୍ର ନଥିଲା।  ଏହା ଏକ ରାଜନୈତିକ ଦଳର ପତାକା ପରି ଲାଗୁଥିଲା ବୋଲି ଶିରୋମଣି ଗୁରୁଦ୍ୱାର ପ୍ରବନ୍ଧକ କମିଟିର ସାଧାରଣ ସମ୍ପାଦକ ଗୁରୁଚରଣ ସିଂହ ଗ୍ରିୱଲ କହିଛନ୍ତି।

ତେବେ ଅନେକ ଲୋକ ଅଟ୍ଟାରୀ-ୱାଘା ସୀମାରେ ଆୟୋଜିତ ବିଟିଂ ରିଟ୍ରିଟ୍‌ ସେରିମନି ବେଳେ ଏହି ତିନିରଙ୍ଗକୁ ମୁହଁରେ ଲଗାନ୍ତି ଓ ପରେ ସ୍ୱର୍ଣ୍ଣ ମନ୍ଦିରକୁ ଯାତ୍ରା କରନ୍ତି। ଏହା ହୋଇଥାଇପାରେ ବୋଲି ଜଣାପଢୁଛି।

Advertisment
Indian Flag
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ