୧୮୦ଂ ପର୍ଯ୍ୟନ୍ତ ବୁଲିଯାଉଛି ଚଉକି ! ଟ୍ରେନ୍‌ ଭିତରେ ଥାଇ ଦେଖିହେବ ଆକାଶ-ଜଙ୍ଗଲ-ଟନେଲର ମନୋରମ ଦୃଶ୍ୟ

ଏପ୍ରିଲ ୧୧ରୁ ପଶ୍ଚିମ ରେଳ ଜୋନର ଟ୍ରେନ ନମ୍ବର 12009/10 ମୁମ୍ବାଇ ସେଣ୍ଟ୍ରାଲ-ଗାନ୍ଧିନଗର ଶତାବ୍ଦୀ ଏକ୍ସପ୍ରେସରେ ଏହି କୋଚ ଯୋଡ଼ାଯାଇଛି ।

Vistadome Coach

ଯାତ୍ରୀମାନଙ୍କୁ ଉନ୍ନତ ସୁବିଧା ଯୋଗାଇବା ପାଇଁ ଭାରତୀୟ ରେଳ ନିରନ୍ତର ପ୍ରୟାସ ଜାରି ରଖିଛି । ଏହି କ୍ରମରେ ଭାରତୀୟ ରେଳ ନଆ ଭିଷ୍ଟାଡୋମ୍ କୋଚ୍ ପ୍ରସ୍ତୁତ କରିଛି । ଯାହା କି ଏବେସୁଦ୍ଧା ଭାରତର ସବୁଠାରୁ ଅତ୍ୟାଧୁନିକ ବା ହାଇ-ଟେକ୍ ରେଳ କୋଚ୍ । ଏପ୍ରିଲ ୧୧ରୁ ପଶ୍ଚିମ ରେଳ ଜୋନର ଟ୍ରେନ ନମ୍ବର 12009/10 ମୁମ୍ବାଇ ସେଣ୍ଟ୍ରାଲ-ଗାନ୍ଧିନଗର ଶତାବ୍ଦୀ ଏକ୍ସପ୍ରେସରେ ଏହି କୋଚ ଯୋଡ଼ାଯାଇଛି ।

ଏହି ଟ୍ରେନ୍ ପାଇଁ ବୁକିଂ ୦୯ ଏପ୍ରିଲ ୨୦୨୨ ରୁ ଆରମ୍ଭ ହୋଇଛି । ଭିଷ୍ଟାଡୋମ୍‌ କୋଚ୍‌ରେ ମାତ୍ର ୪୪ ଜଣ ଯାତ୍ରୀ ଯାତ୍ରା କରିପାରିବେ । ଭିଷ୍ଟାଡୋମ କୋଚ ଦେଖିଲେ ଯାତ୍ରୀମାନେ ଏଥିରେ ଯାତ୍ରା କରିବା ପାଇଁ ଆକୃଷ୍ଟ ହୋଇଥାନ୍ତି । ଏହି କୋଚ୍‌ର ଛାତରେ ଟ୍ରାନ୍ସପରେଣ୍ଟ ଗ୍ଲାସ୍‌ ଲାଗିଛି । ଯାହାଫଳରେ ଜଣେ ଯାତ୍ରୀ କୋଚ୍‌ ଭିତରେ ଚେୟାରରେ ବସି ଆକାଶ ଦେଖିପାରିବ । ଖାଲି ସେତିକି ନୁହେଁ, ଯାତ୍ରୀମାନେ ବ୍ରିଜ୍, ଟନେଲ୍, ପର୍ବତ ଏବଂ ସବୁଜ ଜଙ୍ଗଲ ତଥା ଟ୍ରେନ୍‌ ଲାଇନ୍‌ ପାଖ ସମସ୍ତ ଦୃଶ୍ୟ ଦେଖିପାରିବେ ।

ଆସନ୍ତୁ ଜାଣିବା ଭିଷ୍ଟାଡୋମ୍‌ କୋଚ୍‌ର କିଛି ବିଶେଷତ୍ୱ ।