Gobi Manchurian
ସାଧାରଣତଃ ପ୍ରାୟ ସମସ୍ତେ ଫୁଲ କୋବି ଖାଇବାକୁ ବେଶ୍ ପସନ୍ଦ କରିଥା’ନ୍ତି । ଫୁଲ କୋବିରେ ଅନେକ ପ୍ରକାରର ସୁସ୍ୱାଦୁ ଖାଦ୍ୟ ପ୍ରସ୍ତୁତ ହୋଇଥାଏ । ଆଉ କୋବି ମଞ୍ଚୁରିଆନ୍ ହେଉଛି ପ୍ରାୟ ସମସ୍ତଙ୍କର ପସନ୍ଦ । ହେଲେ ବର୍ତ୍ତମାନ ସେହି କୋବି ମଞ୍ଚୁରିଆନ୍କୁ ନେଇ ଏକ ଖବର ସାମ୍ନାକୁ ଆସିଛି । କୋବି ମଞ୍ଚୁରିଆନ୍କୁ ବ୍ୟାନ୍ କରାଯାଇଛି ।
କୋବି ମଞ୍ଚୁରିଆନ୍ର ରଙ୍ଗ ଓ ସ୍ୱଚ୍ଛତାକୁ ନେଇ ଏହି ପଦକ୍ଷେପ ନିଆଯାଇଥିବା କୁହାଯାଉଛି । ଭୋଜି ହେଉ କି ଅନ୍ୟ କିଛି ସବୁଠି ଏହି ଡିସ୍ ଉପରେ ରୋକ୍ ଲାଗାଯାଇଛି ! ଗତ ୨୦୨୨ରେ କୋବି ମଞ୍ଚୁରିଆନ୍ ଉପରେ ବ୍ୟାନ୍ ଲଗାଇବାକୁ ଗୋଆର ମର୍ମୁଗାଓ ମ୍ୟୁନିସିପାଲିଟି ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା ।
ଶ୍ରୀ ଦାମୋଦର ମନ୍ଦିରରେ ଭାସ୍କୋ ସପଟା ମେଳାରେ ଏହାକୁ ବନ୍ଦ କରିବାକୁ କୁହାଯାଇଥିଲା । ଏହି ନିର୍ଦ୍ଦେଶ ପୂର୍ବରୁ, ମଧ୍ୟ FDA ଷ୍ଟଲ ଗୁଡ଼ିକ ଉପରେ ଚଢ଼ାଉ କରି କୋବି ମଞ୍ଚୁରିଆନ୍ ବିକ୍ରୟ ଉପରେ ରୋକ୍ ଲଗାଇବାକୁ ଚେଷ୍ଟା କରିଥିଲା । ହେଲେ ଏବେ କୋବି ମଞ୍ଚୁରିଆନ୍ ଉପରେ ବ୍ୟାନ୍ ଲଗାଯାଇଛି ।
କୋବି ମଞ୍ଚୁରିଆନ୍ର ପ୍ରସ୍ତୁତି ପ୍ରଣାଳୀ ଚିକେନ୍ ଡିସ୍ରୁ ବୋଲି କୁହାଯାଉଛି । ୧୯୭୦ରେ ଚିକେନ୍ ମଞ୍ଚୁରିଆନ୍କୁ ପ୍ରଥମେ କରାଯାଇଥିଲା । ସେହିପରି ଭାବେ ସଠିକ୍ ପ୍ରସ୍ତୁତି ପ୍ରଣାଳୀରେ କୋବି ମଞ୍ଚୁରିଆନ୍ କରାଯାଉଛି । ଏହା ଏକ ଚାଇନିଜ୍ ଖାଦ୍ୟ । ନିରାମିଶ ଲୋକମାନଙ୍କ ପାଇଁ କୋବି ମଞ୍ଚୁରିଆନ୍ ବିକଳ୍ପ ବୋଲି କୁହାଯାଉଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1707125519.jpg)