Advertisment

’ଜୀବନସାରା ପଢି ପଢି ମୁଁ ବୁଢା ହୋଇଯିବି ’ : ପାଠ ନପଢିବାକୁ କୁନି ପୁଅର ଅଜବ ବାହାନା

ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ ।

author-image
Prangyan Parimita
viral video

viral video

‘ମୁଁ ଆଉ ପାଠ ପଢିବିନି । କେତେ ଆଉ ପାଠ ପଢିବି? ଏତେ ପାଠ ପଢି ମୁଁ କଣ କରିବି? ଜୀବନସାରା ପାଠ ପଢି ପଢି ମୁଁ ବୁଢା ହୋଇଯିବି ହେଲେ କିଛି ହେବନି ।’ କାନ୍ଦି କାନ୍ଦି ମା’ ଆଗରେ ଅଝଟ କରୁଛି କୁନି ପୁଅ, ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି। ତେବେ ଭିଡିଓଟି କେଉଁ ଅଞ୍ଚଳର ଜଣାପଡ଼ି ନାହିଁ ।

Advertisment

ସୋସିଆଲ୍‌ ମିଡିଆରେ ବିଭିନ୍ନ ସମୟରେ ବିଭିନ୍ନ ପ୍ରକାର ଭିଡିଓ ଭାଇରାଲ୍‌ ହେଉଥିବାର ଆପଣମାନେ ଦେଖିଥିବେ। ହେଲେ ବର୍ତ୍ତମାନ ଏପରି ଏକ ଭିଡିଓ ଭାଇରାଲ୍ ହେଉଛି, ଭିଡିଓରେ ଛୁଆଟିର ସରଳତା ଦେଖି ଆପଣ ହସି ହସି ବେଦମ୍‌ ହୋଇଯିବେ।

ଭିଡିଓରେ ଦେଖିବାକୁ ମିଳୁଛି, କୁନି ପିଲାଟି କାନ୍ଦ କାନ୍ଦ ଆଖିରେ ପାଠ ପଢ଼ିବା ପାଇଁ ମନା କରୁଛି । ଏହାସହ ପଢ଼ିବାକୁ କାହିଁକି ଚାହୁଁନାହିଁ ତାହାର କାରଣ ମଧ୍ୟ କହୁଛି । ଯେତେବେଳେ ଭିଡିଓରେ କୁନି ପିଲାର ମାଆ କହୁଛନ୍ତି ଯେ ତୁ କାହିଁକି ପଢିବୁନି ବୋଲି ସେତେବେଳେ ପିଲାଟି ଉତ୍ତର ଦେଉଛି, ‘ଜୀବନ ଯାକ ପାଠ ପଢ଼ି ପଢ଼ି ବୁଢ଼ା ହେଇଯିବି।’ ଆଉ ଏହି ପୂରା ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

Advertisment

ଏହି ଭିଡିଓଟିକୁ ଟ୍ୱିଟର୍‌ରେ ଜିନ୍ଦେଗୀ ଗୁଲ୍‌ଜାର ହୈ ପେଜ୍‌ରେ ପୋଷ୍ଟ୍‌ କରାଯାଇଛି । ଭିଡିଓଟିର ଏବେ ସୁଦ୍ଧା ୫୦୬ ହଜାର ଭିୟୁ ହୋଇ ସାରିଲାଣି । ତେବେ ପିଲାଟିର ଏହି କଥାକୁ ଅନେକ ୟୁଜର୍ସ ଉଚିତ ବୋଲି କହିଛନ୍ତି । ତେବେ କୁନି ପୁଅର ଭିଡିଓ ଏବେ କିନ୍ତୁ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେଉଛି ।

Special Story
Advertisment
Advertisment