Advertisment

ମଣିଶଙ୍କରଙ୍କ ବିବାଦୀୟ ବୟାନ; କହିଲେ ପାକିସ୍ତାନକୁ ସମ୍ମାନ ଦିଅ, ନହେଲେ...ବୋମା ପକେଇଦେବ

ପାକିସ୍ତାନ ଏକ ସାର୍ବଭୌମ ଓ ସମ୍ମାନିତ ଦେଶ। ଆମେ ପାକିସ୍ତାନ ସହ କଥା ହୋଇପାରିବା। ମାତ୍ର ଆମେ ତାଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରାଉଛେ, ଯାହାଦ୍ୱାରା କିଛି ହାସଲ ହୋଇପାରିବ ନାହିଁ। ଏହାଦ୍ୱାରା ସଂପର୍କ ବିଗୁଡୁଛି, ଉତ୍ତେଜନା ବଢୁଛି।

ଅଦ୍ୟତନ ହୋଇଛି
Mani Shankar Aiyar

Mani Shankar Aiyar

Advertisment

ପାକିସ୍ତାନ ସହ ଆମ ଦେଶ ଭାରତର ସମ୍ପର୍କ ନେଇ ସବୁବେଳେ ଚର୍ଚ୍ଚା। ସବୁବେଳେ ପାକିସ୍ତାନ ଭାରତକୁ ତାର ଚିର ଶତ୍ରୁ ବୋଲି ଭାବେ। ନିକଟରେ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ କୂଟନୀତିଜ୍ଞ ମଣିଶଙ୍କର ଆୟାର୍‌ ପାକିସ୍ତାନକୁ ନେଇ ଏକ ମନ୍ତବ୍ୟ ଦେଇ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ସେ କହିଛନ୍ତି ଯେ ପାକିସ୍ତାନ ଏକ ସମ୍ମାନଜନକ ରାଷ୍ଟ୍ର। ଭାରତ ପାକିସ୍ତାନ ସହ ଆଲୋଚନା କରିବା ଉଚିତ। ଯଦି ଭାରତ ଏପରି ନ କରେ ତେବେ ପାକିସ୍ତାନ ଭାରତ ଉପରେ ବୋମା ପକାଇ ଦେଇପାରେ।

Advertisment

ଏପ୍ରିଲ ୧୫ରେ ଚିଲ୍‌ପିଲ୍‌ଙ୍କ ସହ ହୋଇଥିବା ଏକ ସାକ୍ଷାତକାରରେ ମଣିଶଙ୍କର ଏପରି କିଛି କହିଛନ୍ତି ଯାହା ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ସେ ଭାରତକୁ ଚେତାବନୀ ଦେବା ପରି କହିଛନ୍ତି, ଭାରତ ଏନେଇ ଚିନ୍ତା କରିବା ଉଚିତ। ପାକିସ୍ତାନ ଏକ ସାର୍ବଭୌମ ଓ ସମ୍ମାନିତ ଦେଶ। ଆମେ ପାକିସ୍ତାନ ସହ କଥା ହୋଇପାରିବା। ମାତ୍ର ଆମେ ତାଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରାଉଛେ, ଯାହାଦ୍ୱାରା କିଛି ହାସଲ ହୋଇପାରିବ ନାହିଁ। ଏହାଦ୍ୱାରା ସଂପର୍କ ବିଗୁଡୁଛି, ଉତ୍ତେଜନା ବଢୁଛି। ଯଦି ଏପରିସ୍ଥଳରେ ପାକିସ୍ତାରୁ କେହି ପାଗଳ ଏଠାକୁ ଆସେ ତେବେ ଦେଶର କଣ ହେବ?

ପାକିସ୍ତାନ ନିକଟରେ ମଧ୍ୟ ପରମାଣୁ ବୋମା ଅଛି। ଆମ ପାଖରେ ମଧ୍ୟ ଅଛି, କିନ୍ତୁ ଯଦି ଜଣେ ‘ପାଗଳ’ ଲାହୋର ଉପରେ ବୋମା ପକାଇବାକୁ ନିଷ୍ପତ୍ତି ନିଏ, ତେବେ ଏହାର ରେଡିଓଆକ୍ଟିଭିଟି ଅମୃତସରରେ ପହଞ୍ଚିବା ପାଇଁ ମାତ୍ର ୮ ସେକେଣ୍ଡ ସମୟ ଲାଗିବ ନାହିଁ।" ତେଣୁ ଆଣବିକ ବୋମା ବ୍ୟବହାର ବନ୍ଦ କରିବା ଉଚିତ୍। ଯଦି ଆମେ ସେମାନଙ୍କୁ ସମ୍ମାନ କରୁ, ସେମାନେ ଶାନ୍ତିରେ ରହିବେ। କିନ୍ତୁ ଯଦି ଆମେ ସେମାନଙ୍କୁ ଅମମ୍ମାନ କରିବା, ତେବେ ଯଦି ଜଣେ ‘ପାଗଳ ଲୋକ’ ଆସି ଭାରତରେ ବୋମା ଫିଙ୍ଗିବାକୁ ନିଷ୍ପତ୍ତି ନେବେ ତେବେ କ’ଣ ହେବ?”

Advertisment

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏକ ବୟାନକୁ ନେଇ ଆୟାର କହିଛନ୍ତି, “ବିଶ୍ୱଗୁରୁ ହେବାକୁ ହେଲେ ପାକିସ୍ତାନ ସହ ଆମର ସମସ୍ୟା ଯେତେ ଗମ୍ଭୀର ହେଉନା କାହିଁକି, ଆମକୁ ଦେଖାଇବାକୁ ପଡିବ ଯେ ଆମେ ଏହାର ସମାଧାନ ପାଇଁ କଠିନ ପରିଶ୍ରମ କରୁଛୁ। କିନ୍ତୁ ଗତ ୧୦ ବର୍ଷ ମଧ୍ୟରେ ଏଥିପାଇଁ କୌଣସି କଠିନ ପରିଶ୍ରମ କରାଯାଇନାହିଁ।

Advertisment

ଏହାରି ଭିତରେ ବିଜେପି ମଣିଶଙ୍କର ଆୟାରଙ୍କ ମନ୍ତବ୍ୟକୁ ସମାଲୋଚନା କରି କହିଛି, ଏହା ହେଉଛି ପ୍ରଧାନମନ୍ତ୍ରୀ ମୋଦିଙ୍କ ଭାରତ। " ଏବେ ପାକିସ୍ତାନ ନିଜ ପାଇଁ ଶସ୍ୟ ସଂଗ୍ରହ କରୁଛି। ସେମାନେ ଖାଦ୍ୟ ସଙ୍କଟର ସମ୍ମୁଖୀନ ହେଉଛନ୍ତି ... ମଣିଶଙ୍କର ଆୟାର ନିଜର ଚିକିତ୍ସା କରିବା ଉଚିତ୍। ଏହା କଂଗ୍ରେସର ଭାରତ ନୁହେଁ। ବର୍ତ୍ତମାନ, ଭାରତ ବହୁତ ଶକ୍ତିଶାଳୀ।  ଗୋରଖପୁର ଲୋକସଭା ଆସନରୁ ବିଜେପି ସାଂସଦ ତଥା ଦଳର ପ୍ରାର୍ଥୀ ରବି କିଶନ ଏପରି କହି ତାଙ୍କୁ ଟାର୍ଗେଟ୍ କରିଛନ୍ତି।

Congress Pakistan Bombing
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ