• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ତେଲେଙ୍ଗାନା ନିର୍ବାଚନ ପୂର୍ବରୁ ହାଇଦ୍ରାବାଦରେ ୫ କୋଟି ନଗଦ ଟଙ୍କା ଜବତ। ଗାଚିବ୍ୱଲି ଅଞ୍ଚଲରେ ଗାଡି ଚେକିଂ ବେଳେ ଏହି ବିପୁଳ ପରିମାଣର ଟଙ୍କା ଜବତ କରିଛି ହାଇଦ୍ରାବାଦ ପୋଲିସ। ପୋଲିସ ଯାଞ୍ଚ ବେଳେ ଦୁଇଟି କାର ଧରାପଡିଥିଲା। ଏଥିରେ ମୋଟ ୫ କୋଟି ଟଙ୍କା ଥିଲା। ହେଲେ ସେହି ଟଙ୍କା କେଉଠୁ ଆସିଲା ଓ କୁଆଡେ ଯାଉଥିଲା ସେ ବିଷୟରେ କାରରେ ଥିବା ବ୍ୟକ୍ତି କିଛି ବି କହିପାରିନଥିଲେ ।

ଏହି ଘଟଣାରେ ପୋଲିସ ୭ ଜଣଙ୍କୁ ଅଟକ ରଖି ଅଧିକ ତନାଘନା ଚଳାଇଛି । ତେବେ ଜବତ ଅର୍ଥକୁ ପୋଲିସ ଆୟକର ବିଭାଗକୁ ହସ୍ତାନ୍ତର କରିଛି । ତେଲେଙ୍ଗାନାରେ ଆସନ୍ତା ୩୦ରେ ନିର୍ବାଚନ ହେବ। ଏଥିପାଇଁ ଅକଟୋବର ୯ରୁ ଆଚରଣ ବିଧି ଲାଗୁ କରାଯାଇଛି । ସେବେଠାରୁ ପୋଲିସ ପକ୍ଷରୁ ଯାଞ୍ଚ କଡାକଡି କରାଯାଇଛି। 

ଅନ୍ୟପଟେ ଆସନ୍ତାକାଲି ରାଜସ୍ଥାନ ବିଧାନସଭା ନିର୍ବାଚନ ପାଇଁ ହେବ ଭୋଟଗ୍ରହଣ । ୨୦୦ ଆସନ ବିଶିଷ୍ଟ ରାଜସ୍ଥାନ ବିଧାନସଭାରେ ୧୯୯ ଆସନରେ ହେବ ମତଦାନ। ରାଜ୍ୟର କରନପୁର ନିର୍ବାଚନମଣ୍ଡଳୀରେ କଂଗ୍ରେସ ପ୍ରାର୍ଥୀଙ୍କ ମୃତ୍ୟୁ ଯୋଗୁ ସେଠାରେ ନିର୍ବାଚନ ସ୍ଥଗିତ ରଖାଯାଇଛି। ସକାଳ ୭ଟାରୁ ସନ୍ଧ୍ୟା ୬ଟା ଯାଏ ହେବ ଭୋଟ ଗ୍ରହଣ। ୧ ହଜାର ୮୬୨ ଜଣ ପ୍ରାର୍ଥୀଙ୍କ ନିର୍ବାଚନୀ ଭାଗ୍ୟ ପରୀକ୍ଷା ହେବ।

୫ କୋଟି ୨୫ ଲକ୍ଷରୁ ଅଧିକ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ। ଭୋଟ ଗ୍ରହଣ ପାଇଁ ୫୧ ହଜାର ୭୫୬ ମତଦାନ କେନ୍ଦ୍ର ସ୍ଥାପନ କରାଯାଇଛି । ରାଜସ୍ଥାନରେ କଂଗ୍ରେସ ଓ ବିଜେପି ମଧ୍ୟରେ ଦ୍ୱିମୁଖୀ ଲଢେଇ ହେବ। ରାଜ୍ୟରେ ବର୍ତ୍ତମାନ କଂଗ୍ରେସ କ୍ଷମତାସୀନ ଅଛି ।