Advertisment

ଅଭିନୟ ପାଇଁ ଆସିଥିଲେ, ହେଲେ ଦେହଜୀବୀ ! ଦିନେ ନେହରୁଙ୍କୁ ପ୍ରେମ ନିବେଦନ କରିଥିଲେ ଗଣିକା ଗଙ୍ଗୁବାଇ

ନା ଯେମିତି, ତାଙ୍କ କାମ ବି ସେମିତି। ଦେହ ବ୍ୟବସାୟ କରୁଥିଲେ ସତ ଅନ୍ତରରୁ ସେ ଜଣେ ଉଦାରବାଦୀ ମଣିଷ ଥିଲେ । ଦେହଜୀବୀକୁ ନ୍ୟାୟ ଦେବା ପାଇଁ ସଂଘର୍ଷ କରିବା ସହ ସରକାରଙ୍କ ବିରୋଧରେ ସ୍ୱର ମଧ୍ୟ ଉଠାଇଥିଲେ । ଦେହ ବ୍ୟବସାୟ ପାଇଁ ଗଳିଗଳିରେ ତାଙ୍କୁ ସମସ୍ତେ ଜାଣିଥିଲେ।

author-image
Prangyan Parimita
ଅଦ୍ୟତନ ହୋଇଛି
gangu

gangu

ହିରୋଇନ ହେବାର ସ୍ୱପ୍ନ ତାଙ୍କୁ ମାୟାନଗରୀକୁ ଟାଣିଆଣିଥିଲା । ହେଲେ ସମୟଚ କରେ ପ୍ରତାରଣାର ଶିକାର ହୋଇ ଦେହଜୀବୀ ପାଲଟିଗଲେ ଗଙ୍ଗୁବାଇ । ବାଧ୍ୟବାଧକତାରେ ଦେହବ୍ୟବସାୟକୁ ଆପଣାଇଥିଲେ ସୁଦ୍ଧା କିଛି ଦିନରେ ସେ ଏକ ବଡ଼ କୋଠି ମଧ୍ୟ ତିଆରି କରିଦେଲେ । ନିଜର ଦମଦାର ଲୁକ୍‌ ଆଉ ପାଇଁ ସେ ବେଶ୍‌ ଚର୍ଚ୍ଚିତ ଥିଲେ । ଏମିତିରେ କି ରାଜନୀତିରେ ତାଙ୍କର ଥିଲା ଦବଦବା । କ୍ୟାମେରା ସାମ୍ନାରେ ଅଭିନୟ କରିବା ପାଇଁ ଯିଏ ଦିନେ ବ୍ୟସ୍ତ ଆଉ ବିବ୍ରତ ହେଉଥିଲେ ସେ ପାଲଟିଗଲେ କୋଠୀର ରାଣୀମହୁମାଛି । କୁହାଯାଏ କି ସେ କୁଆଡ଼େ ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁଙ୍କୁ ବିବାହ କରିବା ଲାଗି ପ୍ରସ୍ତାବ ମଧ୍ୟ ଦେଇଥିଲେ। ବିବାହ କଲେ ଦେହଜୀବୀ ବୃତ୍ତି ଛାଡ଼ିଦେବି ବୋଲି କହିଥିଲେ । କିନ୍ତୁ ଏମିତି କିଛି ହୋଇନଥିଲା। ଆଉ ପରେ ଯାହାକୁ ନେଇ ବେଶ୍‌ ଚର୍ଚ୍ଚା ହୋଇଥିଲା। ତେବେ ତାଙ୍କ ନାଁରେ ଏକ ସିନେମା ତିଆରି ହୋଇଛି । ଫେବୃଆରୀ ୨୫ରେ ରିଲିଜ୍‌ ହେବାକୁ ଯାଉଛି ସିନେମା ଗଙ୍ଗୁବାଇ କାଠିଆୱାଡ଼ା । ଆଉ ଏହି ଫିଲ୍ମରେ ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟ ଅଭିନୟ କରିଛନ୍ତି।

Advertisment

ନା ଯେମିତି, ତାଙ୍କ କାମ ବି ସେମିତି। ଦେହ ବ୍ୟବସାୟ କରୁଥିଲେ ସତ ଅନ୍ତରରୁ ସେ ଜଣେ ଉଦାରବାଦୀ ମଣିଷ ଥିଲେ । ଦେହଜୀବୀକୁ ନ୍ୟାୟ ଦେବା ପାଇଁ ସଂଘର୍ଷ କରିବା ସହ ସରକାରଙ୍କ ବିରୋଧରେ ସ୍ୱର ମଧ୍ୟ ଉଠାଇଥିଲେ । ଦେହ ବ୍ୟବସାୟ ପାଇଁ ଗଳିଗଳିରେ ତାଙ୍କୁ ସମସ୍ତେ ଜାଣିଥିଲେ। ଏମିତିକି ତତ୍କାଳୀନ ପ୍ରଧାନମନ୍ତ୍ରୀ ମଧ୍ୟ ତାଙ୍କୁ ନିଜ ବାସଭବନକୁ ନିମନ୍ତ୍ରଣ କରିଥିଲେ। ଆଉ ଗଙ୍ଗୁବାଇ ଏହି ସମୟରେ କୁଆଡ଼େ ତାଙ୍କୁ ବିବାହ କରିବା ପାଇଁ ପ୍ରସ୍ତାବ ଦେଇଥିଲେ। ଗଙ୍ଗୁବାଇଙ୍କର ସ୍ୱପ୍ନ ଥିଲା ଫିଲ୍ମରେ ଅଭିନୟ କରିବେ । ହେମାମାଲିନୀଙ୍କର ସେ ଜବରଦସ୍ତ ଫ୍ୟାନ ବି ଥିଲେ। ତାଙ୍କର ବାପା ଜଣେ ଆଇନଜୀବୀ ଥିବା ବେଳେ ସେ ମୁମ୍ବାଇ ଆସିଥିଲେ ଅଭିନୟ ଶିଖିବା ପାଇଁ। କିନ୍ତୁ ଅଭିନୟ ଜଗତରେ ପାଦ ଦେବା ପରିବର୍ତ୍ତେ କ କଳଙ୍କିତ ବୃତ୍ତିରେ ଦେଲେ ପାଦ।

ଅଭିନୟ ଶିଖିବା ପାଇଁ ଚାହୁଁଥିବା ବେଳେ ସେ ପ୍ରେମରେ ପଡ଼ିଯାଇଥିଲେ । କିନ୍ତୁ ଏହି ପ୍ରେମ ସମ୍ପର୍କକୁ ପରିବାର ଲୋକ ଗ୍ରହଣ କରିନଥିଲେ । ହେଲେ ସେ ପ୍ରେମରେ ଏମିତି ଅନ୍ଧ ଥିଲେ ଯେ ପ୍ରେମିକଙ୍କ ସହ ଘରଛାଡି ମୁମ୍ବାଇ ପଳାଇ ଆସିଥିଲେ । ଆଉ ତା’ପରେ ପ୍ରେମିକ ଗଙ୍ଗୁଙ୍କୁ ମାଉସୀ ଘରେ ରଖେଇ ଦେଇଥିଲେ । କିନ୍ତୁ ମାଉସୀ ନିଜ ଘରେ ରଖିବା ପରିବର୍ତ୍ତେ ତାଙ୍କୁ ମୁମ୍ବାଇର ଏକ ରେଡଲାଇଟ୍‌ ଏରିଆରେ ଛାଡ଼ିଦେଇଆସିଲେ । ମାତ୍ର ୫୦୦ ଟଙ୍କାରେ ବିକ୍ରି ଗଙ୍ଗୁଙ୍କୁ ବିକ୍ରି କରିଦେଇଥିଲେ। ପ୍ରଥମେ ଗଙ୍ଗୁବାଇ ଏହାକୁ ବିରୋଧ କରିଥିଲେ କିନ୍ତୁ ପ୍ରବଳ ଚାପକେ ଆକ୍ତାମାକ୍ତା ହୋଇ ଶେଷରେ ରାଜି ହୋଇଯାଇଥିଲେ। ଆଉ ଧୀରେ ଧୀରେ ଅଜଣା ଯୌନ ପିପାଷୁଙ୍କ ସହ ଦେହ ବାଂଟିଲେ ଗଙ୍ଗୁ।

Advertisment
Special Story
Advertisment
Advertisment