• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ପୋଲିସ୍‌କୁ ମାତାଲ ବ୍ୟକ୍ତିଙ୍କ ଚ୍ୟାଲେଞ୍ଜ୍‌ ।ମଦ ପିଇ ନାଲିଆଖି ଦେଖାଇଲେ । ବିହାରରେ ଏପରି ଏକ ଘଟଣା ଏକ ଘଟିଛି, ଯାହାକୌଣସି କମେଡି ସିନେମା ଠାରୁ କମ୍ ନୁହେଁ । ଜଣେ ମଦ୍ୟପ ବ୍ୟକ୍ତିପୋଲିସକୁ ଫୋନ୍‌ କରି ଖୋଲାଖୋଲି ଚ୍ୟାଲେଞ୍ଜ କରିଥିଲା​​।ଶେଷରେ ଏବେ ତାଙ୍କୁ ମାମୁଁଘର ଯିବାକୁ ପଡ଼ିଛି । ନିଶା ଉତୁରିଗଲା ପରେସେ ନିଜର ଭୁଲ ବୁଝିପାରିଥିଲେ ସୁଦ୍ଦା ସବୁ ଖେଳ ଶେଷ ହୋଇସାରିଛି । ଏବେ ବାବୁଙ୍କୁ ଚକି ପେଶିବାକୁ ପଡ଼ିବ ।ବିହାରରେ ମଦ ନିଷେଧ ଆଇନ କାର୍ଯ୍ୟକାରୀ ହୋଇଥିଲେ ସୁଦ୍ଧା ମଦ ବିକ୍ରୟ ବନ୍ଦ ହେଉନାହିଁ କିମ୍ବା ମଦ୍ୟପଙ୍କ ସାହସ ଭାଙ୍ଗୁନାହିଁ । ଆଉ ଏଥିପାଇଁ ଲୋକେ ପ୍ରତିଦିନ ମଦ୍ୟପାନ କରୁଥିବା ବେଳେ ଜେଲର ହାୱା ମଧ୍ୟ ଖାଉଛନ୍ତି ।କିଛି ମଦ୍ୟପଙ୍କ ସାହସ ତ ଏପରି ବଢ଼ିଯାଇଛି ଯେ, ସେମାନେ ଖୋଲାଖୋଲି ପୋଲିସକୁ ଚ୍ୟାଲେଞ୍ଜ କରିବା ଆରମ୍ଭ କରି ଦେଇଛନ୍ତି।

ବିହାରରେ ନରକଟିଆଗଞ୍ଜରେ ଏପରି ଘଟଣା ଘଟିଛି । ନାରକଟିଗଞ୍ଜର ଶିକାରପୁର ଥାନା ଅଞ୍ଚଳରେଜଣେ ମଦ୍ୟପ ବ୍ୟକ୍ତିପୋଲିସକୁ ଖୋଲାଖୋଲି ଚ୍ୟାଲେଞ୍ଜ କରିଛନ୍ତି । ନିଜକୁ ସାମ୍ବାଦିକ ବୋଲି କହି ଥାନାବାବୁନାଲି ଆଖି ଦେଖାଇଛନ୍ତି । 'ମୁଁ ମଦ୍ୟପାନ କରିଛି, ସାହସ ଅଛି ହେଲେ ଧରି କି ମୋତେ ଦେଖାଅ ବୋଲି ଫୋନ୍‌ରେକହିଥିଲେ । ମଦ ପିଇଥିବେ ବ୍ୟକ୍ତିଙ୍କ ଏପରି ବହପ ଦେଖି ଥାନାବାବୁ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।ଗିରଫ ହୋଇଥିବା ନିଶାଡି ଯୁବକଙ୍କ ନାମ ଅମରଶ କୁମାର ସିଂ ବୋଲି ଜଣାପଡ଼ିଛି। ବ୍ରଥ୍ ଆନାଲାଇଜର ଦ୍ୱାରା ଯୁବକ ଜଣକ ମଦ୍ୟପାନ କରିଥିବା ସ୍ପଷ୍ଟ ହୋଇଛି । ତେବେ ପୋଲିସ ତାଙ୍କୁ ଗିରଫ କରି ଏକ୍ସାଇଜ୍ ଆକ୍ଟ ଅନୁଯାୟୀ ଜେଲକୁ ପଠାଇ ଦେଇଛି।

ତେବେ ଏଘଟଣା ସମ୍ପର୍କରେଶିଖରପୁର SHO ଅଜୟ କୁମାର ନିଜ ବିବୃତ୍ତି ରଖିଛନ୍ତି । ପ୍ରଥମେ ତାଙ୍କ ଅଫିସିଆଲ ମୋବାଇଲ ନମ୍ବରରୁ ଏକ ଫୋନ କଲ ଆସିଥିଲା । ମୁଁ ଜଣେ ମଦ୍ୟପ, ମୋତେ ଧର ବୋଲି ସେ ପୋଲିସକୁକହିଥିଲେ । ପ୍ରଥମେ କେହି ମଜାକ୍ କରୁଥିବା ଚିନ୍ତା କରି ଥାନାଧିକାରୀ କଥାକୁ ଅଣଦେଖା କରିଥିଲେ । କିନ୍ତୁ ମଦ୍ୟପ ଜଣକ ବାରମ୍ବାର ତାଙ୍କୁ ଫୋନ୍ କରି ଚ୍ୟାଲେଞ୍ଜ ଦେଇଥିଲେ ।

ଏଥିରେ ଅତିଷ୍ଠ ହୋଇ ଶେଷରେ ପୋଲିସ୍‌ ପକ୍ଷରୁ ଏକ ଟିମ୍‌ ଗଠନ କରାଯାଇଥିଲା । ଫୋନରେ କୁହାଯାଇଥିବା ଠିକଣା ଉପରେ ପହଞ୍ଚି ମଦ୍ୟପକୁ ଉଠାଇ ଆଣିଥିଲେ । ଏବେ ପୋଲିସ୍‌ଙ୍କୁ ଚ୍ୟାଲେଞ୍ଜ୍‌ ଦେଇଥିବା ବ୍ୟକ୍ତି ଥାନାରେ ଅଛନ୍ତି । ତାଙ୍କୁ ଗିରଫ କରାଯାଇଛି, ତେବେ ନିଶା ଛାଡ଼ିଯିବା ପରେ ତାଙ୍କ ଅକଲ ଗୁଡ଼ୁମ୍‌ ହୋଇଯାଇଛି । ବାବୁ ପୋଲିସ୍‌ ବାବୁଙ୍କୁ ତ ଚ୍ୟାଲେଞ୍ଜ କରିଛନ୍ତି, ଏବେ ଥାନାରେ ରହିବା ଥୟ ।