• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଶକ୍ତିଶାଳୀ ହେବ ଭାରତୀୟ ନୌସେନା । ଗୋଟିଏ ଜାହାଜରୁ ଅନ୍ୟ ଜାହାଜକୁ ମାନବ ବହନ କରିପାରୁଥିବା ଡ୍ରୋନ(Drone)  ନିର୍ମାଣ କରିଛି ପୁନେର ସାଗର ଡିଫେନ୍ସ ଇଞ୍ଜିନିୟରଂ କମ୍ପାନି । ଏହି ଡ୍ରୋନରେ ୧୦୦ କିଲୋ ଓଜନର ଜିନିଷ ବହନ କରିପାରୁଥିବା କ୍ଷମତା ରହିଛି । ଏହାର ନାମ ରଖାଯାଇଛି ବରୁଣ( Varun) । ଏହାସହ ଏହା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ହୋଇଛି ।

ନୌସେନାକୁ ଶକ୍ତିଶାଳୀ କରିବା ସହ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ କାର୍ଗୋ ବହନ କରିବ ଏହି ଡ୍ରୋନ । ଯୁଦ୍ଧ କିମ୍ବା ବିପଦ ସମୟରେ ନୌସେନାକୁ ମେଡିକାଲ ଫେସିଲିଟି ଯୋଗାଇବା ଉଦ୍ଦେଶ୍ୟରେ ଏହାର ନିର୍ମାଣ ହୋଇଛି । ପୂର୍ବରୁ ଡ୍ରୋମ ମାଧ୍ୟମରେ ଅନେକ ବିଷୟରେ ଅବଗତ ହୋଇ ପାରୁଥିଲେ ଲୋକେ । ତେବେ ଏହି ଡ୍ରୋନର ବଶେଷତ୍ୱ ହେଲା ଏହା ମାନୁଆଲି ଅପରେଟେ ହେବ । ବିଶେଷ କରି ଯୁଦ୍ଧ ସମୟରେ ଏହାର ବ୍ୟବହାର ଦ୍ୱାରା ଅନେକ ସୁବିଧା ମିଳିବ ।

ଭାରତୀୟ ନୌସେନାର ଏକ ବିବୃତ୍ତି ଅନୁସାରେ ଡ୍ରୋନ୍ 'ବରୁଣ' ହେଉଛି ଦେଶର ପ୍ରଥମ ମାନବ ପରିବହନକାରୀ ଡ୍ରୋନ୍। ଏହାକୁ ଭାରତୀୟ ଷ୍ଟାର୍ଟଅପ୍ ସାଗର ପ୍ରତିରକ୍ଷା ଇଞ୍ଜିନିୟରିଂ ଦ୍ୱାରା ବିକଶିତ କରାଯାଇଛି । ଏହା ଶୀଘ୍ର ନୌସେନାରେ ଅନ୍ତର୍ଭୁକ୍ତ ହେବ ।

ଅନ୍ୟପଟେ ସାଗର ଡିଫେନ୍ସ ଇଞ୍ଜିନିୟରଂ କମ୍ପାନି କମ୍ପାନୀର ସହ-ପ୍ରତିଷ୍ଠାତା ବାବର କହିଛନ୍ତି, ଉଡ଼ାଣ ବେଳେ କୌଣସି ପ୍ରକାର ଯାନ୍ତ୍ରିକ ତ୍ରୁଟି ପରେ ମଧ୍ୟ ସୁରକ୍ଷିତ ଅବତରଣ କରିବ ଏହି ଡ୍ରୋନ୍‌ । ଏଥିରେ ଏକ ପାରାଚ୍ୟୁଟ୍ ମଧ୍ୟ ରହିଛି, ଯାହା ଜରୁରୀକାଳୀନ ସ୍ଥିତିରେ ସ୍ୱୟଂଚାଳିତ ଭାବରେ ଖୋଲିବ ଏବଂ ଡ୍ରୋନ୍ ନିରାପଦରେ ଅବତରଣ କରିବ । ଏହା ସହିତ ବରୁଣକୁ ଏୟାର ଆମ୍ବୁଲାନ୍ସ ଏବଂ ଦୂର ସ୍ଥାନକୁ ସାମଗ୍ରୀ ପରିବହନ ପାଇଁ ବ୍ୟବହାର କରାଯାଇପାରିବ ବୋଲି ସେ କହିଛନ୍ତି ।