• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କେତେବେଳେ ଫୁଲପତ୍ର ତ କେତେବେଳେ ବ୍ଲେଡ୍ ଓ ସେଫ୍ଟି ପିନ୍ । ବେଳେବେଳେ ତ ଏମିତି ପରିଧାନ ପିନ୍ଧନ୍ତି ଯେ, ତାକୁ ଟିଭିରେ ଦେଖାଇବା ସମ୍ଭବ ନୁହେଁ । ନିଜର ହଟକେ ପୋଷାକ ପରିଧାନ ରୁଚି ପାଇଁ ସବୁବେଳେ ଚର୍ଚ୍ଚାରେ ରହୁଥିବା ଟେଲିଭିଜନ ଅଭିନେତ୍ରୀ ଉର୍ଫି ଜାଭେଦ ଏବେ ଚର୍ଚ୍ଚାରେ । ଆଉ ଏକ କାରଣକୁ ନେଇ ଚର୍ଚ୍ଚିତ ଲେଖକ ଚେତନ ଭଗତଙ୍କ ସହ ଜୋର୍ ଧରିଛି ଉର୍ଫିଙ୍କ ସୋସିଆଲ୍ ମିଡିଆ ଓ୍ୱାର୍ । ଚେତନ ଭଗତଙ୍କ ଟିପ୍ପଣୀକୁ ନେଇ ଉର୍ଫିଙ୍କ ଜୋରଦାର କାଉଣ୍ଟର ଆଟାକ୍ ।

ନିକଟରେ ଇଣ୍ଡିଆ ଟୁଡେ ପକ୍ଷରୁ ଆୟୋଜିତ ହୋଇଥିବା ସାହିତ୍ୟ ଆଜ୍ ତକ୍ କାର୍ଯ୍ୟକ୍ରମରେ ବିବାଦର ସୂତ୍ରପାତ ହୋଇଥିଲା । କାର୍ଯ୍ୟକ୍ରମରେ ବହୁ ବଡ଼ ବଡ଼ ଅତିଥିଙ୍କ ସହ ଲେଖକ ଚେତନ ଭଗତ ମଧ୍ୟ ଯୋଗ ଦେଇଥିଲେ । ଏହି ଅବସରରେ ଚେତନ ଭଗତ ଉର୍ଫିଙ୍କୁ ନେଇ ଟିପ୍ପଣୀ ଦେଇଥିଲେ ଉର୍ଫି ଯୁବପିଢ଼ିଙ୍କୁ ବିଶେଷ କରି ପୁଅମାନଙ୍କୁ ପଥଭ୍ରଷ୍ଟ କରୁଛନ୍ତି । ଆଉ ସେଇଠୁ ହିଁ ବିବାଦ ଜୋର୍ ଧରିଛି ।

ଚେତନ ଭାଗତ କହିଥିଲେ ଯେ, ଇଣ୍ଟରନେଟ୍ ଭଲ ସୁବିଧା ଆଣିବା ସହ କେଉଁଠି ନା କେଉଁଠି ଯୁବପିଢ଼ିକୁ ପ୍ରଭାବିତ ମଧ୍ୟ କରୁଛି । ଯୁବକମାନେ ଦିନ ସାରା ରିଲ୍ସ ଦେଖିବାରେ ବ୍ୟସ୍ତ ରହିବା ସହ ଝିଅମାନଙ୍କ ଫଟୋକୁ ଲାଇକ୍ କରୁଛନ୍ତି ଏବଂ କମେଣ୍ଟ୍ସ ବି ଦେଉଛନ୍ତି । ସେସବୁ ଫଟୋ ଭିତରେ ଉର୍ଫି ଜାଭେଦଙ୍କର ଫଟୋ ବି ରହିଛି ।

ସେ ଦର୍ଶକଙ୍କ ଆଡକୁ ଅନାଇ ଆହୁରି ମଧ୍ୟ କହୁଛନ୍ତି ଯେ, ଉର୍ଫି ଜାଭେଦଙ୍କ ଡ୍ରେସିଂ ସେନ୍ସ ବିଷୟରେ ସମସ୍ତଙ୍କୁ ଜଣାଅଛି । ଆପଣମାନେ କିପରି ଜାଣିଲେ କଣ ଏହା ପରୀକ୍ଷାରେ ପଡ଼ିବ ନା ସିଲାବବରେ ଆସିବ ନା ଏହା ଜାଣିଲେ କୌଣସି ଉନ୍ନତି ହେବ ନା କୌଣସି ଇଣ୍ଟରଭିୟୁରେ ପଚରାଯିବ । ଏଥିରେ ଉର୍ଫିଙ୍କର କୌଣସି ଦୋଷ ନାହିଁ ସେ ତ ନିଜର କ୍ୟାରିଅର ଗଢ଼ୁଛନ୍ତି । ମାତ୍ର ତାଙ୍କ ଭଳି ଏମିତି ଆହୁରି ୫୦ ଜଣ ଅଛନ୍ତି ବୋଲି କହିଛନ୍ତି ଚେତନ ଭଗତ ।

ଚେତନ ଭଗତଙ୍କ ଟିପ୍ପଣୀ ଉପରେ ଉର୍ଫି ଜୋରଦାର୍ ପ୍ରତିକ୍ରିୟା ରଖିଛନ୍ତି । ଇନଷ୍ଟାଗ୍ରାମରେ ପୋଷ୍ଟ କରି ଉର୍ଫି ଚେତନ ଭଗତଙ୍କ ଉପରେ ଅଭିଯୋଗ ଆଣିଛନ୍ତି ଯେ ସେ ରେପ୍ କଲ୍ଚରର ପ୍ରଚାର କରୁଛନ୍ତି । ଚେତନ ଭଗତଙ୍କୁ ରୁଗ୍ଣ ମାନସିକଧାରୀ କହିବା ସହ ରେପ୍ କଲ୍ଚରର ପ୍ରମୋସନ ବନ୍ଦ କରିବାକୁ କହିଛନ୍ତି ଉର୍ଫି । ପୁରୁଷଙ୍କ ବ୍ୟବହାର ପାଇଁ ଜଣେ ମହିଳାର କପଡ଼ାକୁ ଦୋଷ ଦେବା ୮୦ ଦଶକ ଭଳି ଅଟେ ।

କେବଳ ଏତିକି ନୁହେଁ, ଏକ ହ୍ୱାଟ୍ସଆପ ଚାଟକୁ ମଧ୍ୟ ସୋସିଆଲ ମିଡିଆ ଆକାଉଣ୍ଟରେ ଛାଡ଼ି ଚେତନ ଭଗତଙ୍କୁ ଟାର୍ଗେଟ୍ କରିଛନ୍ତି । ଉର୍ଫି କହିଛନ୍ତି, ଆପଣଙ୍କର କାହାଠାରୁ ମନ ଛାଡ଼ି ଯାଇଥିଲା ଯେ, ଆପଣ ନିଜଠାରୁ ଅଧା ବୟସର ଝିଅକୁ ମେସେଜ୍ କରୁଥିଲେ । ସବୁବେଳେ ମହିଳାଙ୍କୁ ବଦନାମ କରିବା, ନିଜ ଦୋଷ ଦୁର୍ବଳତାକୁ ସ୍ୱୀକାର ନ କରିବା ଭଳି ଆପଣଙ୍କ ଭଳି କିଛି ଲୋକ ହିଁ ଯୁବସମାଜକୁ ପଥଭ୍ରଷ୍ଟ କରୁଥିବା କହିଛନ୍ତି ଉର୍ଫି ।

ଉର୍ଫି, ଚେତନ ଭଗତଙ୍କ ତଥାକଥିତ ହ୍ୱାଟସଆପ୍ ଚାଟ୍ ମଧ୍ୟ ସେୟାର କରିଛନ୍ତି,ଯାହା ୨୦୧୮ରେ ମି ଠୁ ଆନ୍ଦୋଳନ ବେଳେ ଲିକ୍ ହୋଇଥିଲା । ଏହାର ଜବାବରେ ଚେତନ ଭଗତ ଟ୍ୱିଟ୍ କରି ନିଜର ପକ୍ଷ ରଖିଛନ୍ତି । ଯେଉଁ ଚାଟ୍ ଭାଇରାଲ୍ ହେଉଛି ସେ ଏ ବିଷୟରେ ଜାଣନ୍ତି ନାହିଁ । ଏହା ସଂପୂର୍ଣ୍ଣ ଫେକ୍ ଅଟେ । ସେ କେବେ ବି ଏପରି ଭାବେ କାହା ସହ କଥା ହୋଇନାହାନ୍ତି, କାହାକୁ ମଧ୍ୟ ଭେଟି ନାହାନ୍ତି ଏବଂ ଚାଟ୍ ମଧ୍ୟ କରିନାହାନ୍ତି ବୋଲି କହିଛନ୍ତି ଚେତନ ।