• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ନୀରିହ ଲୋକଙ୍କ ଉପରେ ନିଷ୍ଠୁର ବର୍ଷାର କହର । ରାତି ପାଲଟିଲା କାଳରାତି । ଶୋଇଥିବା ସମୟରେ ମୃତ୍ୟୁ ହୋଇ ମାଡ଼ି ଆସିଲା ଭୂସ୍ଖଳନ । ମାଟି ତଳୁ ମୃତଦେହ ଉଦ୍ଧାର ସମୟରେ ଉଦ୍ଧାରକାରୀ ଦଳଙ୍କ ଆଖିରେ ଲୁହ ଆସିଯାଇଛି । ମା କୋଳରେ ଜାକି ହୋଇଥିବା ଶିଶୁଙ୍କ ମୃତଦେହ ଉଦ୍ଧାର କରିବା ସମୟରେ ସମସ୍ତେ କାନ୍ଦି ପକାଇଛନ୍ତି । ଗୋଟିଏ ପରିବାର ସମ୍ପୂର୍ଣ୍ଣ ଛାରଖାର ହୋଇଯାଇଛି । ହିମାଚଳପ୍ରଦେଶ ମଣ୍ଡି ଜିଲ୍ଲାର କାଶନ ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁଁ ଗୋଟିଏ ପରିବାରର ୮ ଜଣଙ୍କର ମୃତ୍ୟୁ ଘଟିଛି ।

ମୃତକଙ୍କ ମଧ୍ୟରେ ଅଛନ୍ତି ଜାଡନ୍ ଗାଁର ମୁଖିଆ ଖେମ୍‌ ସିଂଙ୍କ ପରିବାର ଏବଂ ତାଙ୍କ ସାନଭାଇ ଅଛନ୍ତି । ପ୍ରବଳ ବର୍ଷା ଯୋଗୁଁ ଭୂସ୍ଖଳନ ହୋଇ ତାଙ୍କ ଘର ଉପରେ ମାଟି ଅତଡ଼ା ଖସିପଡ଼ିଥିଲା । ଫଳରେ ଘରେ ଥିବା ସମସ୍ତ ୮ ଜଣ ମାଟି ତଳେ ପୋତି ହୋଇଯାଇଥିଲେ । ଶୁକ୍ରବାର ରାତି ୨ଟା ସମୟରେ ଏପରି ଅଘଟଣ ଘଟିଛି ।

ବିଛଣାରେ ଗଭୀର ନିଦ୍ରାରେ ଶୋଇଥିବା ବେଳେ ସମସ୍ତଙ୍କ ମୃତ୍ୟୁ ଘଟିଛି । ଶୋଇବା ପୂର୍ବରୁ ସେମାନେ ହୁଏତ ଜାଣିନଥିଲେ ସେହି ରାତି ଥିଲା ତାଙ୍କର ଶେଷ ରାତି । ତେବେ ଏହି ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି ଖେମ୍‌ ସିଂ ଭାଇ ଓ ବାପାମା’ । ତାଙ୍କ ଭାଇ କୌଣସି କାମରେ କୁଲୁ ଯାଇଥିବାରୁ ତାଙ୍କ ଜୀବନ ବଞ୍ଚିଯାଇଛି । ସେହିପରି ଖେମ୍‌ ସିଂ ବାପାମା’ ମଧ୍ୟ ଅନ୍ୟ ଗାଁରେ ରହୁଥିବାରୁ ସେମାନେ ଜୀବିତ ଅଛନ୍ତି ।

ଝଡ଼ୋନ୍‌ ଗ୍ରାମରେ ଏହି ଘଟଣାର ଭୟଙ୍କର ଦୃଶ୍ୟ ଦେଖି ସମସ୍ତଙ୍କ ଆଖି ଲୁହରେ ଭରିଯାଇଛି । ମାଟି ତଳୁ ମୃତଦେହ ଉଦ୍ଧାର କରିବା ସମୟରେ ପ୍ରଶାସନିକ ଅଧିକାରୀଙ୍କ ଆଖି ମଧ୍ୟ ଓଦା ହୋଇଯାଇଛି । ରାତି ୩ଟାରୁ ଆରମ୍ଭ ହୋଇଥିବା ରେସ୍କ୍ୟୁ ଅସପରେସନ୍‌ ଦିନ ୨ଟା ଶେଷ ହୋଇଥିଲା । ଏବେ ମୃତଦେହ ଗୁଡ଼ିକୁ ଉଦ୍ଧାର କରି ପୋଷ୍ଟମୋଟର୍ମ ପଠାଇ ଦେଇଛି ପୋଲିସ୍‌ ।