Advertisment

Terrorist Tahawwur Rana: ଅପେକ୍ଷାର ଅନ୍ତ; ଆଜି ଦିଲ୍ଲୀରେ ପହଞ୍ଚିବ ତହବୁର ରାଣା!

ଭାରତ ପହଞ୍ଚିବା ପରେ ତହବୁରକୁ ଦିଲ୍ଲୀର NIA କୋର୍ଟରେ ହାଜର କରାଯିବ। ଏହାପରେ ତାକୁ ନିଜ କଷ୍ଟୋଡିକୁ ନେଇପାରେ ଜାତୀୟ ତଦନ୍ତକାରୀ ସଂସ୍ଥା। ପୂର୍ବରୁ ଭାରତକୁ ପ୍ରତ୍ୟର୍ପଣ ବିରୋଧରେ ତହୱୁର ରାଣା କରିଥିବା ଆବେଦନକୁ ଖାରଜ କରିଥିଲେ ଆମେରିକା ସୁପ୍ରିମକୋର୍ଟ।

ଅଦ୍ୟତନ ହୋଇଛି
Tahawwur Rana

Tahawwur Rana

Advertisment

ଭାରତ ଆସୁଛି ୨୬/୧୧ ମୁମ୍ବାଇ ଆତଙ୍କୀ ହମଲାର ଅନ୍ୟତମ ମାଷ୍ଟରମାଇଣ୍ଡ ତହବୁର ରାଣା। ଆମେରିକାରୁ ତାକୁ ପ୍ରତ୍ୟର୍ପଣ କରି ସ୍ୱତନ୍ତ୍ର ବିମାନରେ ଅଣାଯାଉଛି। ତହବୁରକୁ ସାଙ୍ଗରେ ନେଇ ଆସୁଛନ୍ତି NIA ଓ RAWର ଏକ ମିଳିତ ଟିମ୍। ଆଜି ମଧ୍ୟାହ୍ନ ସୁଦ୍ଧା ସେ ଦିଲ୍ଲୀରେ ପହଞ୍ଚିପାରେ।

Advertisment

ଅଧିକ ପଢ଼ନ୍ତୁ: ଭାରତ ଆସିବ ୨୬/୧୧ ମାଷ୍ଟର ମାଇଣ୍ଡ; ତହବୁରର ପ୍ରତ୍ୟର୍ପଣକୁ ନେଇ ତଦାରଖ କରିବେ ଡୋଭାଲ

ଆମେରିକା କୋର୍ଟଙ୍କ ପ୍ରସ୍ତାବ ଅନୁସାରେ, ଦିଲ୍ଲୀ ଓ ମୁମ୍ବାଇର ଦୁଇଟି ଜେଲରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଭାରତ ପହଞ୍ଚିବା ପରେ ତହୱୁରକୁ ଦିଲ୍ଲୀର NIA କୋର୍ଟରେ ହାଜର କରାଯିବ। ଏହାପରେ ତାକୁ ନିଜ କଷ୍ଟୋଡିକୁ ନେଇପାରେ ଜାତୀୟ ତଦନ୍ତକାରୀ ସଂସ୍ଥା। ପୂର୍ବରୁ ଭାରତକୁ ପ୍ରତ୍ୟର୍ପଣ ବିରୋଧରେ ତହବୁର ରାଣା କରିଥିବା ଆବେଦନକୁ ଖାରଜ କରିଥିଲେ ଆମେରିକା ସୁପ୍ରିମକୋର୍ଟ।

Advertisment

କାନାଡ଼ାର ନାଗରିକ ଓ ପାକିସ୍ତାନୀ ମୂଳ ବାସିନ୍ଦା ତହବୁରକୁ ଆମେରିକାର ଲସ୍ ଏଞ୍ଜେଲସ୍ ଡିଟେନସନ ସେଣ୍ଟରରେ ରଖାଯାଇଥିଲା। ୨୦୦୮ ନଭେମ୍ବର ୨୬ରେ ମୁମ୍ବାଇ ଆକ୍ରମଣର ଅନ୍ୟତମ ମାଷ୍ଟରମାଇଣ୍ଡ ୬୪ ବର୍ଷୀୟ ଆତଙ୍କୀ ଆମେରିକାରେ ଦୋଷୀ ସାବ୍ୟସ୍ତ ହୋଇ ୧୩ ବର୍ଷ ସଜା କାଟୁଛି। ସେ ପାକିସ୍ତାନୀ ଆତଙ୍କୀ ଡେଭିଡ୍ ହେଡଲି ସହ ମିଶି ଷଡ଼ଯନ୍ତ୍ରରେ ସାମିଲ ଥିଲା ବୋଲି ଭାରତ ଦାବି କରୁଛି। ଭାରତରେ ତା’ର ଜେରା ଓ ବିଚାର ପାଇଁ ପ୍ରତ୍ୟର୍ପଣ କରିବାକୁ ରାଜି ହୋଇଥିଲା ଆମେରିକା। ତହୱୁର ରାଣାକୁ ଭାରତ ଆଣିବା ଏକ କୁଟନୈତିକ ବିଜୟ ବୋଲି କୁହାଯାଉଛି।

ଅଧିକ ପଢ଼ନ୍ତୁ: ଦିଲ୍ଲୀ ମେଟ୍ରୋ ଭିତରେ ମଦ ପିଇଲେ ଯାତ୍ରୀ, ଜାଣନ୍ତୁ ଭାଇରାଲ ଭିଡିଓ ପଛର ସତ୍ୟତା

Advertisment
India Tahawwur Rana Mumbai Attack
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ