Advertisment

ପାକିସ୍ତାନର ଅସଲ ମୁଖା ଖୋଲିଲା ଧରାପଡ଼ିଥିବା ଆତଙ୍କୀ

ପୁଣି ଥରେ ପଦାରେ ପଡ଼ିଛି ପାକିସ୍ତାନର ଆତଙ୍କବାଦୀ ଚେହେରା।  କିପରି ଆତଙ୍କବାଦୀଙ୍କୁ ପୃଷ୍ଟପୋଷକତା ଦେଉଛି ପାକ୍ ତାର ଗୋଟି ଗୋଟି କଥା କ୍ୟାମେରା ସମ୍ମୁଖରେ ବଖାଣିଛି ଉରୀ ସେରରୁ ଧରାପଡ଼ିଥିବା ୧୯ ବର୍ଷିୟ ଆତଙ୍କବାଦୀ ଅଲି ବାବର।

ଅଦ୍ୟତନ ହୋଇଛି
Terrorist nabbed during  infiltration

Terrorist nabbed during infiltration

Advertisment

ନୂଆଦିଲ୍ଲୀ: ପୁଣି ଥରେ ପଦାରେ ପଡ଼ିଛି ପାକିସ୍ତାନର ଆତଙ୍କବାଦୀ ଚେହେରା।  କିପରି ଆତଙ୍କବାଦୀଙ୍କୁ ପୃଷ୍ଟପୋଷକତା ଦେଉଛି ପାକ୍ ତାର ଗୋଟି ଗୋଟି କଥା କ୍ୟାମେରା ସମ୍ମୁଖରେ ବଖାଣିଛି ଉରୀ ସେକ୍ଟରରୁ ଧରାପଡ଼ିଥିବା ୧୯ ବର୍ଷିୟ ଆତଙ୍କବାଦୀ ଅଲି ବାବର। ଭାରତୀୟ ସେନା ପକ୍ଷରୁ ପଚରାଉଚରା ପରେ ଆଜି ସାମ୍ବାଦିକ ସମ୍ମିଳନୀରେ ବାବରକୁ ଅଣା ଯାଇଥିଲା। ପାକିସ୍ତାନରେ ବସିଥିବା ଆତଙ୍କୀ ଆକା କିପରି ତାକୁ ଟ୍ରେନିଂ ଦେଇଥିଲେ ସେ କଥା କହିଛି ବାବର୍।

Advertisment

ପାକିସ୍ତାନ ଖାଇବର୍ପକତୁନ୍ନା ଅଞ୍ଚଳର ୫ରୁ ୬ ଯୁବକଙ୍କୁ ବାଛିଥିଲେ ଆତଙ୍କବାଦୀ। ସେଥିରେ ଥିଲା ବାବର୍। ଗୁଳି ଗୁଳା, ବନ୍ଧୁକ ଚାଲଣା, ଅନୁପ୍ରବେଶ କରିବା ଏବଂ ପରିଚୟ ବଦଳାଇବା ଭଳି ଏକାଧିକ ଗୁଇନ୍ଦାଗିରି ସମ୍ପର୍କରେ ତାକୁ ଟ୍ରେନିଂ ଦିଆଯାଇଥିଲାା ଭାରତୀୟ ସେନା, ଭାରତୀୟଙ୍କୁ କ୍ଷତି ପହଞ୍ଚାଇବା ଥିଲା ବାବରର ଲକ୍ଷ୍ୟ ।

Advertisment

ସୂଚନାଥାଉ କି,  ପାକିସ୍ତାନୀ ଆତଙ୍କୀ ପୁଣି ଟାର୍ଗେଟ୍‌ କରିଥିଲେ ଉରିକୁ । ୨୦୧୬ରେ ଘଟାଇଥିବା ଆକ୍ରମଣ ପରି ପୁଣି ଏକ ଆଟାକ୍ ଲାଗି ଷଡ଼ଯନ୍ତ୍ର କରୁଥିଲେ । ଏଥିପାଇଁ ସହାୟତା କରିଥିଲା ପାକିସ୍ତାନ ସେନା । ହେଲେ ସବୁ ଆତଙ୍କୀ ଷଡ଼ଯନ୍ତ୍ରକୁ ପଣ୍ଡ କରିଦେଇଥିଲା ଭାରତ । ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ଜାମ୍ମୁ ଓ କାଶ୍ମୀରର ଉରିରୁ ଧରାପଡ଼ିଛି ଲସ୍କର-ଏ-ତୋଇବାର ୧୯ ବର୍ଷୀୟ ଆତଙ୍କବାଦୀ ।  ଏଥିସହ ସେନା ଅପରେସନ୍‌ରେ ଆଉ ଏକ ଆତଙ୍କୀ ନିହତ ହୋଇଥିଲା।

ଏଠି କହିରଖିବୁ, ଗତ ୧୮ ତାରିଖ ରାତିରେ ଏଲ୍ଓସିରେ ଏକ ବଡ଼ ଅନୁପ୍ରବେଶ ଉଦ୍ୟମ ହେଉଛି ବୋଲି ଗୁଇନ୍ଦା ସୂଚନା ମିଳିବା ପରେ ଜୋରଦାର ଅପରେସନ୍ ଆରମ୍ଭ କରିଥିଲା ୧୯ ଇନ୍‌ଫାନ୍‌ଟ୍ରି ଡିଭିଜନ୍ । ଏହା ଗତ ୧୦ ଦିନ ଧରି ଚାଲିଥିଲା । ମୋଟ ୬ ଆତଙ୍କୀ ତାରବାଡ଼ ଟପି ସୀମା ଭିତରକୁ ଆସିବାକୁ ଚେଷ୍ଟା କରୁଥିବା ବେଳେ, ସେମାନଙ୍କ ମଧ୍ୟରୁ ୪ ଜଣ ପାକିସ୍ତାନ ପଟକୁ ଫେରିଯାଇଥିବା ଆଶଙ୍କା କରାଯାଉଛି । ବାକି ୨ ଜଣରୁ ଜଣେ ନିହତ ହୋଇଥିବା ବେଳେ, ଆଉ ଜଣେ ଆତ୍ମସମର୍ପଣ କରିଛି । ଏହି ଅପରେସନ୍ ବେଳେ ୭ଟି AK ସିରିଜ୍ ରାଇଫଲ୍, ୯ଟି ପିସ୍ତଲ୍ ଓ ରିଭଲ୍‌ଭର, ୮୦ରୁ ଅଧିକ ଗ୍ରେନେଡ୍ ଏବଂ ଭାରତୀୟ ଓ ପାକିସ୍ତାନୀ ଟଙ୍କା ଜବତ ହୋଇଛି । 

Advertisment
India News Terrorist Attack
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ