/odishatv-khabar/media/post_attachments/uploadimage/library/16_9/16_9_0/IMAGE_1651239778.jpg)
Tension in Patiala
ପଞ୍ଜାବ ପଟିଆଲାରେ ଉତ୍ତେଜନା । ପଟିଆଲା ସହରରେ ଏକ ଶୋଭାଯାତ୍ରା ବେଳେ ତୀବ୍ର ଉତ୍ତେଜନା ଦେଖିବାକୁ ମିଳିଛି । ଦୁଇ ଗୋଷ୍ଠୀଙ୍କ ରାଲି ବେଳେ ଉତ୍ତେଜନାରୁ ଉଭୟ ପକ୍ଷ ପଥର ମାଡ଼ କରିଛନ୍ତି । କେବଳ ଏତିକି ନୁହେଁ ପୋଲିସ୍ ଉପରକୁ ମଧ୍ୟ ପଥରମାଡ଼ କରାଯାଇଛି । ଏହାସହ ଖୋଲାଖୋଲି ରାସ୍ତାରେ ଖଣ୍ଡା ବୁଲିଥିବା ପୋଲିସ କହିଛି । ଉଭୟ ସଂପ୍ରଦାୟଙ୍କ ପାଖରେ ଶୋଭାଯାତ୍ରା କରିବାକୁ ପୋଲିସର ଅନୁମତି ନଥିଲା ।
ଶୋଭାଯାତ୍ରାକାରୀଙ୍କ ଆକ୍ରମଣ ଫଳରେ ଜଣେ ଏସଏଚଓ ଗୁରୁତର ହୋଇଥିବା ବେଳେ ୪ ଜଣ ସାଧାରଣ ଲୋକ ଆହତ ହୋଇଥିବା ଜଣାପଡିଛି । ତେବେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ହେବାରୁ ପରିସ୍ଥିତି ସମ୍ଭାଳିବାକୁ ପୋଲିସ ପକ୍ଷରୁ ଫାଙ୍କା ଗୁଳି ଚାଳନା କରାଯାଇଥିଲା । ହିଂସାକୁ ଦୃଷ୍ଟିରେ ରଖି ସହରରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି ।
ସେପଟେ ଏହି ଘଟଣାକୁ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ୱନ୍ତ ମାନ୍ । ଏହାସହ ହିଂସାକାରୀଙ୍କୁ ଛଡ଼ା ଯିବନି ବୋଲି ଚେତାବାନୀ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ସେ କହିଛନ୍ତି, ବ୍ୟକ୍ତିଗତ ଭାବେ ଡିଜିପିଙ୍କ ସହ କଥା ହୋଇଛନ୍ତି । ସ୍ଥିତି ଉପରେ ନଜର ରଖାଯାଇଛି, ବିଶୃଙ୍ଖଳା ପାଇଁ କାହାକୁ ବି ଅନୁମତି ଦିଆଯିବନି । ଏହାସହ ପଞ୍ଜାବର ଶାନ୍ତି ଓ ସୌହାର୍ଦ୍ଦ୍ୟ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)