Advertisment

ଆତଙ୍କ ରଚୁଛି କଳା କଲରାପତରିଆ; ୧୧ ଦିନରେ କଲାଣି ୭ ମଣିଷ ଶିକାର

ରାଜସ୍ଥାନର ଉଦୟପୁରରେ ଆତଙ୍କ ରଚୁଛି କଳା କଲରାପତରିଆ ବାଘ । ୧୧ ଦିନରେ ନେଲାଣି ୭ଜଣଙ୍କ ଜୀବନ।

ଅଦ୍ୟତନ ହୋଇଛି
panther

panther

Advertisment

ରାଜସ୍ଥାନର ଉଦୟପୁରରେ ଆତଙ୍କ ରଚୁଛି କଳା କଲରାପତରିଆ ବାଘ । ୧୧ ଦିନରେ ନେଲାଣି ୭ଜଣଙ୍କ ଜୀବନ। ଉଦୟପୁରର ଗୋଗୁନ୍ଦାରେ କଳା କଲରାପତରିଆ ଆକ୍ରମଣରେ ଜଣେ ପୂଜାରୀଙ୍କ ମୃତ୍ୟୁ ହୋଇଛି। ମନ୍ଦିରଠାରୁ କିଛି ଦୂରରେ ଏହି ପୂଜାରୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଏହି ଘଟଣାପରେ ଗାଁରେ ଭୟର ବାତାବରଣ ଖେଳିଯାଇଛି।

Advertisment

ଲଗାତାର କିଛିଦିନ ହେବ ଗାଁରେ କଳା କଲରାପତରିଆ ବାଘ ବୁଲୁଛି। ପ୍ରତିଦନି କାହାକୁ ନା କାହାକୁ ଶିକାର କରୁଛି। ଏବେ ହିଂସ୍ର ହୋଇ ମଣିଷ ମାଂସ ଖାଉଛି। ଗତ ୧୧ଦିନ ଭିତରେ ୭ଜଣଙ୍କ ମୁଣ୍ଡ ନେଲାଣି ବାଘ। ବନ ବିଭାଗର ଡିଏଫଓ ଅଜୟ ଚିତ୍ତୁରା ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି। ଗୋଗୁଣ୍ଡାର ଏସଡିଏମ ଡକ୍ଟର ନରେଶ ସୋନି, ତହସିଲଦାର ଓମ ସିଂ ଲଖୱାଟ, ଥାନା ଅଧିକାରୀ ଶୈତାନ ସିଂ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ବାଘକୁ ଧରିବା ପାଇଁ ୨୦ଜଣିଆ ଟିମ୍ ଗଠନ କରାଯାଇଛି।

ଗତକାଲି ପୂର୍ବାହ୍ନରେ ଗୋଗୁଣ୍ଡା ବାଗଦଡା ଗାଁରୁ ଏକ କଳା କଲରାପତରିଆ ବାଘକୁ ଧରାଯାଇଛି। ଏହାକୁ ମିଶାଇ ମୋଟ ୪ଟି ବାଘକୁ ବନ ବିଭାଗ ଟିମ୍ କାବୁ କରିଛି। ସପ୍ତାହେ ପୂର୍ବରୁ ସେହି ସ୍ଥାନରେ ବାଘଟି ଗୋଟିଏ ବଳଦକୁ ଶିକାର କରିଥିଲା। ରବିବାର ସକାଳ ପ୍ରାୟ ୬ଟାରେ ସରପଞ୍ଚ ଗଣେଶଲାଲଙ୍କ ସମେତ ୪-୫ଜଣ ଗ୍ରାମବାସୀ ବାଘ ଥିବା ବନ ବିଭାଗର ଅଧିକାରୀଙ୍କୁ ଜଣାଇଥିଲେ।

Advertisment

ବିଭାଗର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଚିତାବାଘକୁ ସଜ୍ଜନାଗଡ଼ ବାୟୋଲୋଜିକାଲ୍ ପାର୍କକୁ ଆଣିଥିଲେ। ଏହାପୂର୍ବରୁ, ସେପ୍ଟେମ୍ବର ୨୩ତାରିଖ ରାତିରେ, ଛଲି ଗ୍ରାମ ପଞ୍ଚାୟତର ଉମରିଆ ଗ୍ରାମରେ ଦୁଇଟି ଅଲଗା ଅଲଗା ସ୍ଥାନରୁ ଦୁଇଟି ବାଘ ଧରାଯାଇଥିଲା। ଏଥି ସହିତ, ସେପ୍ଟେମ୍ବର ୨୭ ବିଳମ୍ବିତ ରାତିରେ ମାଜାବାଦ ଗ୍ରାମ ପଞ୍ଚାୟତର କୁଦା ଗାଁର ଭିଲ ବସ୍ତି ନିକଟରୁ ଆଉ ଏକ ବାଘ ଧରାପଡିଥିଲା।

Black Panther
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ