Advertisment

ମହଙ୍ଗା ପଡ଼ିଲା ଆଗୁଆ ଶୁଭେଚ୍ଛା, ନିଲମ୍ବିତ ହେଲେ ତେଲେଙ୍ଗାନା DGP

ରୋକି ପାରିଲେନି ନିଜର ଉତ୍କଣ୍ଠା। ଆଗୁଆ ଶୁଭେଚ୍ଛା ଜଣାଇବାକୁ ହାତରେ ଫୁଲତୋଡା ଧରି ପହଞ୍ଚି ଯାଇଥିଲେ ଘରେ । ଫଳରେ ଚାକିରିରୁ ନିଲମ୍ବିତ ହୋଇଛନ୍ତି ତେଲେଙ୍ଗାନା ଡିଜିପି ଅଞ୍ଜନୀ କୁମାର।

DGP Suspend

DGP Suspend

Advertisment

ଫଳାଫଳ ନ ଆସୁଣୁ ଉତ୍ସାହିତ ହୋଇ ପ୍ରାର୍ଥୀଙ୍କୁ ଶୁଭେଚ୍ଛା ଜଣାଇବା ପଡ଼ିଲା ମହଙ୍ଗା। ରୋକି ପାରିଲେନି ନିଜର ଉତ୍କଣ୍ଠା। ଶୁଭେଚ୍ଛା ଜଣାଇବାକୁ ହାତରେ ଫୁଲତୋଡା ଧରି ପହଞ୍ଚି ଯାଇଥିଲେ ଘରେ । ଫଳରେ ଚାକିରିରୁ ନିଲମ୍ବିତ ହୋଇଛନ୍ତି ତେଲେଙ୍ଗାନା ଡିଜିପି ଅଞ୍ଜନୀ କୁମାର।

Advertisment

ପୂର୍ବତନ ମୁଖ୍ୟମନ୍ତ୍ରୀ KCRଙ୍କୁ ପଛରେ ପକାଇ ତେଲେଙ୍ଗାନା ପ୍ରଦେଶ କଂଗ୍ରେସ କମିଟି ସଭାପତି ରେବନ୍ଥ ରେଡ୍ଡୀ ଆଗରେ ରହିଥିଲେ। ଏହା ସାମ୍ନାକୁ ଆସିବା ପରେ ରାଜ୍ୟର ଆଇନ ଶୃଙ୍ଖଳା ଦାୟିତ୍ୱରେ ଥିବା DGP ଅଞ୍ଜନୀ କୁମାର ହାତରେ ଫୁଲ ତୋଡା ଧରି ରେବନ୍ଥ ରେଡ୍ଡୀଙ୍କ ବାସ ଭବନରେ ପହଞ୍ଚି ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ।

ପ୍ରକାଶ ଥାଉ କି ଫଳାଫଳ ଘୋଷଣା ନ ହେଉଣୁ DGP ଏଭଳି ଶୁଭେଚ୍ଛା ଜଣାଇବା ମହଙ୍ଗା ପଡିଛି। DGPଙ୍କ ବିରୋଧରେ ନିର୍ବାଚନ କମିଶନ କଡା କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ ଅଭିଯୋଗରେ ତାଙ୍କୁ ନିଲମ୍ବିତ କରାଯାଇଛି।

Advertisment

ଅଞ୍ଜନୀ କୁମାର ରାଜ୍ୟ ପୁଲିସ ଅଧିକାରୀ ସଞ୍ଜୟ ଜୈନ୍‌ଙ୍କ ସହ ରେବନ୍ଥ ରେଡ୍ଡୀଙ୍କ ଘରକୁ ଯାଇ ଶୁଭେଚ୍ଛା ଜଣାଇଥିଲେ। ସେହିପରି CID ମୁଖ୍ୟ ADG ମହେଶ ଭଗବତ ମଧ୍ୟ ରେବନ୍ଥ ରେଡ୍ଡୀଙ୍କୁ ଭେଟି ଶୁଭେଚ୍ଛା ବାର୍ତ୍ତା ଦେଇଥିଲେ।

ଅନ୍ୟପଟେ ସାରା ଦେଶରେ ନିର୍ବାଚନୀ ମାହୋଲ ରହିଛି । ୪ ରାଜ୍ୟର ନିର୍ବାଚନ ଫଳାଫଳକୁ ଅପେକ୍ଷା କରିଛି ପୂରା ଦେଶ । ତେଲେଙ୍ଗାନା, ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ଚାଲିଛି ଭୋଟ ଗଣତି । ସଂଧ୍ୟା ସୁଦ୍ଧା କାହାପାଖକୁ ଯିବ କେତେ ଆସନ ? ଆଉ କିଏ ଗଢ଼ିବ ସରକାର ସ୍ପଷ୍ଟ ହେବ । ହେଲେ ବର୍ତ୍ତମାନର ଟ୍ରେଣ୍ଡ ଅନୁସାରେ ୩ ରାଜ୍ୟରେ ଆଗୁଆ ରହିଛି ବିଜେପି।

Advertisment

ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ବିଜେପି ଟ୍ରେଣ୍ଡ କରୁଛି । କିନ୍ତୁ ସବୁଠାରୁ ବଡ଼ କଥା ହେଉଛି ତେଲେଙ୍ଗାନାରେ ପଟ୍ଟ ପରିବର୍ତ୍ତନ କରିବାକୁ ଯାଉଛି କଂଗ୍ରେସ। କାରଣ ବହୁ ଜନମତ କଂଗ୍ରେସ ଆଡ଼କୁ ଯାଉଥିବାବେଳେ BRS ସରକାର ଭାଙ୍ଗିବାକୁ ଯାଉଛି। ସେପଟେ ଏବେବି ତେଲେଙ୍ଗାନାରେ କଂଗ୍ରେସ ସରକାର ଗଢ଼ିବା ନେଇ ରାଜ୍ୟପାଳଙ୍କୁ କୌଣସି ଅବଗତ କରାଇ ନଥିବା ସୂଚନା ରହିଛି।

DGP Telangana
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ