Advertisment

ବାୟୁସେନାକୁ ମିଳିବାକୁ ଯାଉଛି ତେଜସ୍‌ର ନୂଆ ଅବତାର, ଜାଣନ୍ତୁ ପ୍ରଥମଠୁ ହେବ କେତେ ଶକ୍ତିଶାଳୀ

HALକୁ ୧୮୦ ଟି ବିମାନ ଅର୍ଡର ମିଳିଛି। ୨୦୨୧ ଫେବ୍ରୁଆରୀରେ ପ୍ରତିରକ୍ଷା ମନ୍ତ୍ରଣାଳୟ ୮୩ଟି ତେଜସ ମାର୍କ 1A ଅର୍ଡର ଦେଇଥିଲା। ଏହାର ଦୁଇ ବର୍ଷ ପରେ ୩୦ ନଭେମ୍ବର ୨୦୨୩ରେ ପ୍ରତିରକ୍ଷା ମନ୍ତ୍ରଣାଳୟ ଅତିରିକ୍ତ ୯୭ଟି ତେଜସ୍ ମାର୍କ 1A ଅର୍ଡର ଦିଆଯାଇଥିଲା।

Tejas MK 1A

Tejas MK 1A

Advertisment

ଆଉ କିଛି ଦିନ ପରେ ଶେଷ ହେବାକୁ ଯାଉଛି ୨୦୨୩। ବର୍ଷ ବଦଳିବା ସହ ବଦଳିବାକୁ ଯାଉଛି ବାୟୁସେନାର ଲଢ଼ୁଆ ବିମାନ ତେଜାସ୍‌ର ରୂପରେଖ। ନୂଆ ବର୍ଷରେ ନୂଆ ଅବତାରରେ ଆସିବାକୁ ଯାଉଛି ତେଜାସ୍। ବାୟୁସେନା ନୂଆ ବର୍ଷରେ ତେଜସ୍ ଯୁଦ୍ଧ ବିମାନର ଏକ ନୂଆ ଅବତାର ପାଇବାକୁ ଯାଉଛି। ପୂର୍ବ ଅପେକ୍ଷା ଭାରତର ସ୍ୱଦେଶୀ ଯୁଦ୍ଧ ବିମାନ ଅଧିକ ଶକ୍ତିଶାଳୀ ହେବ। ନୂଆ ତେଜସରେ ଅଧିକ ଆଧୁନିକ ଅସ୍ତ୍ରଶସ୍ତ୍ର ରହିପାରିବ। ଭାରତୀୟ ବାୟୁସେନା ଫେବୃଆରୀ ୨୦୨୪ରେ ପ୍ରଥମ ତେଜସ୍ ମାର୍କ 1A ପାଇବାକୁ ଯାଉଛି। ନୂତନ ତେଜସ୍ ସହିତ ହିନ୍ଦୁସ୍ଥାନ ଏରୋନେଟିକ୍ସ ଲିମିଟେଡ୍ (HAL) ଏହାର ଉତ୍ପାଦନ କ୍ଷମତାକୁ ବୃଦ୍ଧି କରି ପ୍ରତିବର୍ଷ ୨୪ ବିମାନରେ ତିଆରି କରିବାକୁ ଯାଉଛି।

Advertisment

HALକୁ ୧୮୦ ଟି ଜେଟସ୍‌ ଅର୍ଡର ମିଳିଛି। ୨୦୨୧ ଫେବ୍ରୁଆରୀରେ ପ୍ରତିରକ୍ଷା ମନ୍ତ୍ରଣାଳୟ ୮୩ଟି ତେଜସ ମାର୍କ 1A ଅର୍ଡର ଦେଇଥିଲା। ଏହାର ଦୁଇ ବର୍ଷ ପରେ ୩୦ ନଭେମ୍ବର ୨୦୨୩ରେ ପ୍ରତିରକ୍ଷା ମନ୍ତ୍ରଣାଳୟ ଅତିରିକ୍ତ ୯୭ଟି ତେଜସ୍ ମାର୍କ 1A ଅର୍ଡର ଦିଆଯାଇଥିଲା।

ବାୟୁସେନାକୁ ମଜବୁତ କରିବାର ଦ୍ୱିତୀୟ ନିଷ୍ପତ୍ତି ମଧ୍ୟ ତେଜସ୍ ସହିତ ଜଡିତ। ଏକ ସ୍ୱଦେଶୀ ବିମାନ ହୋଇଥିବାରୁ ଏହାକୁ ଉନ୍ନତ କରିବା ଏବଂ ନୂତନ ଜ୍ଞାନକୌଶଳକୁ ଅନ୍ତର୍ଭୁକ୍ତ କରିବା ଅଧିକ ସହଜ। ପୁରୁଣା ତେଜସ୍ ତୁଳନାରେ ତେଜସ୍ ମାର୍କ 1Aରେ ୪୩ଟି ଉନ୍ନତି କରାଯାଇଛି। ଚଳିତ ବର୍ଷ ଅକ୍ଟୋବରରେ, HAL ତେଜସ୍ ମାର୍କ 1Aର ପ୍ରଥମ ପ୍ରଶିକ୍ଷକଙ୍କୁ ବାୟୁସେନାକୁ ହସ୍ତାନ୍ତର କରିଥିଲା। ତେଜସ୍‌ ମାର୍କ 1A ରେ AESA ରାଡାର ରହିଛି। ଯାହାଦ୍ୱାରା ଏହାକୁ ସହଜରେ ଚିହ୍ନଟ କରାଯାଇପାରିବ ନାହିଁ। ଏହା ସହ ଶତ୍ରୁପକ୍ଷର ରାଡାର ଜାମ କରିବା ପାଇଁ ଏଥିରେ କ୍ଷମତା ରହିଛି। ଏଥିରେ ଏୟାର-ଟୁ-ଏୟାର ମିସାଇଲ ରହିଛି। ରାଫେଲ ପରି ଏହି ବିମାନରେ ମଧ୍ୟ ମଝି ଆକାଶରେ ଇନ୍ଧନ ଭର୍ତ୍ତି କରିବାର କ୍ଷମତା ରହିଛି।

Advertisment
India News Indian Air Force Tejas Mk1A
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ