Advertisment

ଦୁଷ୍କର୍ମକୁ ବିରୋଧ କରିବାରୁ ୬ ବର୍ଷର ଶିଶୁକୁ ଇଟାରେ ଛେଚି ହତ୍ୟା, ମର୍ଡର ପରେ ସ୍କୁଲ୍‌ ପଳାଇଲା ଛାତ୍ର...

ଦୁଷ୍କର୍ମ ପାଇଁ ପ୍ରୟାସ ବେଳେ ନାବାଳିକା ଜଣକ ଏହାକୁ ବିରୋଧ କରିବାରୁ ନାବାଳକ ଇଟାରେ ତାଙ୍କ ମୁଣ୍ଡକୁ ଛେଚି ହତ୍ୟା କରିଥିଲେ।

ଅଦ୍ୟତନ ହୋଇଛି
Teen Kills 6 Year Old Girl For Resisting Rape

Teen Kills 6 Year Old Girl For Resisting Rape

Advertisment

୬ ବର୍ଷୀୟା ନାବାଳିକାଙ୍କୁ ୧୩ ବର୍ଷୀୟ ନାବାଳକ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଦୁଷ୍କର୍ମ ପାଇଁ ପ୍ରୟାସ ବେଳେ ନାବାଳିକା ଜଣକ ଏହାକୁ ବିରୋଧ କରିବାରୁ ସମ୍ପୃକ୍ତ ନାବାଳକ ଇଟାରେ ତାଙ୍କ ମୁଣ୍ଡକୁ ଛେଚି ହତ୍ୟା କରିଥିଲା। ପୋଲିସ୍‌ କହିବା ଅନୁସାରେ, ଯୁବତୀଙ୍କୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଦେଖି ସମ୍ପୃକ୍ତ ନାବାଳକ ନିକଟରେ ଥିବା ଏକ ନଳକୂପରେ ହାତ ଧୋଇ ସ୍କୁଲ୍‌ ପଳାଇଥିଲା। ଉତ୍ତରପ୍ରଦେଶର ଗାଜିଆବାଦରେ ଏହି ଘଟଣା ଘଟିଛି। 

Advertisment

ଅଧିକ ପଢ଼ନ୍ତୁ: ମୋବାଇଲ ପାଇଁ ଚାଲିଗଲା ଜୀବନ: ସାଙ୍ଗକୁ ଇଟାରେ ଛେଚି ହତ୍ୟାକଲା ସାଙ୍ଗ

ପୋଲିସ୍‌ ସୂଚନା ଅନୁସାରେ, ସାଙ୍ଗଙ୍କ ସହ ଖେଳିବା ବେଳେ ୬ ବର୍ଷୀୟା ନାବାଳିକା ହଠାତ୍‌ ନିଖୋଜ ହୋଇଯାଇଥିଲେ। ପରେ ଗୁରୁତୁର ଅବସ୍ଥାରେ ମୋଦିନଗର ଗାଁ ସ୍ଥିତ ଏକ ଘର ପଛପଟୁ ନାବାଳିକାଙ୍କୁ ଉଦ୍ଧାର କରାଯାଇଥିଲା। ପରିବାର ଲୋକ ତୁରନ୍ତ ତାଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରିଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। 

Advertisment

ଜାତୀୟ ଗଣମାଧ୍ୟମ The Times Of India ର ରିପୋର୍ଟ ଅନୁସାରେ, ଗାଁର ଜଣେ ବ୍ୟକ୍ତି ପୋଲିସ୍‌କୁ ଫୋନ୍‌ କରି ସୂଚନା ଦେଇଥିଲେ ଘର ପଛପଟେ ଜଣେ ଯୁବତୀ ଗୁରୁତର ଅବସ୍ଥାରେ ପଡ଼ିଛନ୍ତି। ତେବେ ପୋଲିସ୍‌ ପହଞ୍ଚିବା ପୂର୍ବରୁ ପରିବାର ଲୋକେ ନାବାଳିକାଙ୍କୁ ଉଦ୍ଧାର କରି ହସ୍ପିଟାଲ୍‌ରେ ଭର୍ତ୍ତି କରି ସାରିଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତଦନ୍ତ ପରେ ଜଣାପଡ଼ିଥିଲା, ତାଙ୍କ ମୁହଁ ଓ ମୁଣ୍ଡକୁ ଇଟା କିମ୍ବା ପଥରରେ ଛେଚି ଦିଆଯାଇଥିଲା।  

ଘଟଣାର ତଦନ୍ତ ପାଇଁ ୭ ଟିମ୍‌ ଗଠନ କରାଯାଇଛି। ଜେରା ବେଳେ ଜଣେ ଗ୍ରାମବାସୀ କହିଥିଲେ, ଜଣେ ନାବାଳକ ନଳକୂପରେ ହାତ ଧୋଉଥିବା ସେ ଦେଖିବାକୁ ପାଇଥିଲେ। ଯେଉଁଠାରେ ଯୁବତୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ପଚରାଉଚରା ପାଇଁ ନାବାଳକ ଛାତ୍ରଙ୍କୁ ହେପାଜତକୁ ନିଆଯାଇଥିଲା। ତେବେ ନାବାଳକ ଜଣକ କାନ୍ଦି କାନ୍ଦି ନିଜ ଅପରାଧ ସ୍ୱୀକାର କରିଥିଲେ। 

Advertisment
Minor Girl Rape
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ