• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

‘ଲଭ୍ କି ଲିଏ କୁଛ ଭି କରେଗା’ ମାନେ ପ୍ରେମ ପାଇଁ କିଛି ବି କରିପାରେ । ପ୍ରେମ ଅନ୍ଧ ହୋଇଥାଏ ବୋଲି ସମସ୍ତେ କୁହନ୍ତି, ଏହି ଉକ୍ତିକୁ ସତ କରି ଦେଖାଇଛନ୍ତି ରାଜସ୍ଥାନ ଭରତପୁରର ଅରଭ କୁନ୍ତଲ । ପେଶାରେ ଶିକ୍ଷକତା କରୁଥିବା ଅରଭ ସେହି ସ୍କୁଲର ଛାତ୍ରୀ କଳ୍ପନାଙ୍କୁ ମନେ ମନେ ଭଲ ପାଉଥିଲେ । ଏମିତିକି ତାଙ୍କୁ ବାହା ହେବା ଲାଗି ନିଜ ଲିଙ୍ଗ ପରିବର୍ତ୍ତନ କରିବା ଲାଗି ନିଷ୍ପତ୍ତି ନେଇଥିଲେ ।

କଥାରେ ଅଛି ‘ଏଭ୍ରି ଥିଙ୍ଗ ଇଜ୍‌ ଫେୟାର ଇନ୍‌ ଲଭ୍‌ ଆଣ୍ତ ୱାର୍‌’ । ପ୍ରେମ ପାଇଁ କିଏ କାହାର ଜୀବନ ନେଇଯାଉଛି ତ କିଏ ଜୀବନ ବି ଦେଇଦେଉଛି । ପ୍ରେମ ଜ୍ୱର ଥରେ ମୁଣ୍ତରେ ଚଢ଼ିଲେ ଓହ୍ଲାଇବାକୁ ନାଁ ଧରେନି । ଠିକ୍‌ ଏଭଳି ଏକ ପ୍ରେମ କାହଣୀ ଏବେ ରାଜସ୍ଥାନରେ ଦେଖିବାକୁ ମିଳିଛି । ଯେଉଁଠି ପ୍ରେମିକ ଜଣକ ବାହା ହେବା ପାଇଁ ଲିଙ୍ଗ ପରିବର୍ତ୍ତନ କରିଦେଇଛନ୍ତି ।

ଲିଙ୍ଗ ପରିବର୍ତ୍ତନ କରିଥିବା ପ୍ରେମିକ ବାସ୍ତବରେ ଜଣେ ଝିଅ ଥିଲେ । ସେ ରାଜସ୍ଥାନର ଏକ ସ୍କୁଲ୍‌ରେ ଖେଳ ଶିକ୍ଷକ ଭାବେ କାର୍ଯ୍ୟ କରୁଥିଲେ । ଏହି ସମୟରେ ସ୍କୁଲ୍‌ରେ ପାଠ ପଢ଼ୁଥିବା ଜଣେ ଛାତ୍ରୀ କଳ୍ପନାଙ୍କୁ ସେ ଭଲ ପାଇ ବସିଥିଲେ । ଏହାପରେ ସେ ତାଙ୍କୁ ବିବାହ ପାଇଁ ନିଷ୍ପତ୍ତି ନେଇଥିଲେ । ସେ କଳ୍ପନାଙ୍କୁ ବିବାହ କରିବା ପାଇଁ ଲିଙ୍ଗ ପରିବର୍ତ୍ତନ କରିବା ଭଳି ଚରମ ନିଷ୍ପତ୍ତି ନେଇଥିଲେ ।

ଏଥିଲାଗି ୨୦୧୯ରେ ସେ ଅପରେସନ କରିଥିଲେ । ମହିଳାରୁ ପୁରୁଷ ହେବା ଲାଗି ଅରଭ ଅପରେସନ କରିବା ପରେ ନିଜ ଷ୍ଟୁଡେଣ୍ଟ କଲ୍ପନାଙ୍କୁ ବିବାହ ଲାଗି ପ୍ରସ୍ତାବ ଦେଇଥିଲେ । ଶେଷରେ କଳ୍ପନା ଏଥିରେ ରାଜି ହେବା ପରେ ଏବେ ଦୁହେଁ ବିବାହ କରିଛନ୍ତି । ଏହି ବିବାହ ଏବେ ରାଜସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ବିବାହକୁ ଉଭୟ ପରିବାରର ଲୋକ ବି ମାନି ନେଇଛନ୍ତି ।