Advertisment

BBC ଅଫିସରେ ଆଇଟି ଯାଞ୍ଚ; ନେଇଗଲେ କର୍ମଚାରୀଙ୍କ ମୋବାଇଲ୍‌ ଫୋନ୍‌, ଲାପ୍‌ଟପ୍‌...

ଦିଲ୍ଲୀ ଓ ମୁମ୍ବାଇ ସ୍ଥିତ ବିବିସି କାର୍ଯ୍ୟାଳୟରେ ଆୟକର ବିଭାଗ ଯାଞ୍ଚ କରିଥିବା ସୂଚନା ମିଳିଛି। ଯାଞ୍ଚ ପାଇଁ ଆଇଟି ଅଧିକାରୀ ବିବିସିର କିଛି କର୍ମଚାରୀଙ୍କ ମୋବାଇଲ୍‌ ଫୋନ୍‌, ଲାପ୍‌ଟପ୍‌ ନେଇ ଯାଇଥିବା ଜଣାପଡ଼ିଛି।

ଅଦ୍ୟତନ ହୋଇଛି
Income Tax Raid At BBC Office

Tax Survey At BBC's Delhi, Mumbai Offices

Advertisment

ଦିଲ୍ଲୀ ଓ ମୁମ୍ବାଇ ସ୍ଥିତ ବିବିସି କାର୍ଯ୍ୟାଳୟ(BBC Office)ରେ ଆୟକର ବିଭାଗ ଯାଞ୍ଚ କରିଥିବା ସୂଚନା ମିଳିଛି। ଅନ୍ତର୍ଜାତୀୟ ଆୟକର ଫାଙ୍କିବା ଓ ଟ୍ରାନ୍ସଫର ପ୍ରାଇସିଂ ଇରେଗୁଲାରିଟି ଅଭିଯୋଗରେ BBC(British Broadcasting Corporation) ଅଫିସ୍‌ରେ ଏହି ଯାଞ୍ଚ ହୋଇଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ, ପାଖାପାଖି ୨୦ ଜଣ ଟ୍ୟାକ୍ସ ଅଧିକାରୀ ବିବିସିର ଦିଲ୍ଲୀ ଅଫିସରେ ଯାଞ୍ଚ କରିଛନ୍ତି। ଏପରିକି ମୁମ୍ବାଇର ବିବିସି ଷ୍ଟୁଡିଓରେ ମଧ୍ୟ ଯାଞ୍ଚ କରାଯାଇଛି। 

Advertisment

ଯାଞ୍ଚ ପାଇଁ ଆଇଟି ଅଧିକାରୀ ବିବିସିର କିଛି କର୍ମଚାରୀଙ୍କ ମୋବାଇଲ୍‌ ଫୋନ୍‌, ଲାପ୍‌ଟପ୍‌ ନେଇ ଯାଇଥିବା ଜଣାପଡ଼ିଛି। ଏଥିରେ ଥିବା ତଥ୍ୟ ଗୁଡ଼ିକୁ ବ୍ୟାକ୍‌ଅପ୍‌ ପରେ ସେମାନଙ୍କୁ ସେମାନଙ୍କର ଇଲେକ୍ଟ୍ରୋନିକ୍ସ ଡିଭାଇସ୍‌ ଫେରାଇ ଦିଆଯିବ ବୋଲି ଜଣାପଡ଼ିଛି।

ସୂଚନାଥାଉ କି, ନିକଟରେ ବିବିସିର ଡକ୍ୟୁମେଣ୍ଟାରୀକୁ ନେଇ ଦିଲ୍ଲୀ JNU(Jawaharlal Nehru University)ରେ ତୁମୁଳକାଣ୍ଡ ହୋଇଥିଲା। ଏକ ନିର୍ଦ୍ଦିଷ୍ଟ ଛାତ୍ର ଗୋଷ୍ଠୀଙ୍କ ଉପରକୁ ପଥର ମାଡ଼ କରାଯାଇଥିବା ଅଭିଯୋଗ ହୋଇଥିଲା ଜେଏନୟୁ କ୍ୟାମ୍ପସରେ କିଛି ଛାତ୍ର ଗୋଷ୍ଠୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ BBCର ଡକ୍ୟୁମେଣ୍ଟାରୀକୁ ଲାଇଭ୍ ଷ୍ଟ୍ରିମିଂ ଦେଖିବାକୁ ଯୋଜନା କରିଥିଲେ। ହେଲେ ଏହି ଡକ୍ୟୁମେଣ୍ଟାରୀର ସ୍କ୍ରିନିଂ କରିବାକୁ ପୂର୍ବରୁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ମନା କରିଥିଲେ।

Advertisment

ଏହା ସତ୍ତ୍ୱେ ରାତି ୯ଟା ବେଳେ ଡକ୍ୟୁମେଣ୍ଟାରୀ ସ୍କ୍ରିନିଂ ପାଇଁ ବ୍ୟକ୍ତିଗତ ସ୍ତରରେ ଯୋଜନା କରାଯାଇଥିଲା। କିଛି ଛାତ୍ର ନିଜ ଲାପ୍‌ଟପ୍‌ରେ ଏହାର ସ୍କ୍ରିନିଂ କରାଇଥିଲେ। ତେବେ ଏହା ପୂର୍ବରୁ କ୍ୟାମ୍ପସ ପରିସରରୁ ବିଜୁଳି କାଟି ଦିଆଯାଇଥିବା ଅଭିଯୋଗ ହୋଇଥିଲା। ପରେ ଅନ୍ଧାରର ସୁଯୋଗ ନେଇ ଆଉ କିଛି ଛାତ୍ର ଗୋଷ୍ଠୀ ଡକ୍ୟୁମେଣ୍ଟାରୀ ସ୍କ୍ରିନିଂ କରୁଥିବା ଛାତ୍ର ଗୋଷ୍ଠୀ ଉପରେ ପଥର ମାଡ଼ କରିଥିବା ଜଣାପଡ଼ିଥିଲା। 

Income Tax Raid BBC
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ