Advertisment

ସିଙ୍ଗୁର୍ ନାନୋ ପ୍ରୋଜେକ୍ଟ ମାମଲାରେ ଟାଟା ମୋଟର୍ସ ସପକ୍ଷରେ ବଡ଼ ରାୟ, ମିଳିବ କ୍ଷତିପୂରଣ

ପଶ୍ଚିମବଙ୍ଗ ସିଙ୍ଗୁର ପ୍ଲାଣ୍ଟ ବାବଦରେ ହୋଇଥିବା ନିବେଶ ପାଇଁ ମିଳିବ କ୍ଷତିପୂରଣ....ଟାଟା ମୋଟର୍ସକୁ ପ୍ରାୟ ୭୬୬ କୋଟି ଟଙ୍କାର କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ...ପଶ୍ଚିମବଙ୍ଗ ସରକାରଙ୍କୁ ନିର୍ଦ୍ଦେଶ ଦେଲେ ୩ ଜଣିଆ ଆର୍ବିଟ୍ରାଲ୍ ଟ୍ରିବ୍ୟୁନାଲ୍....

author-image
Prangyan Parimita
ଅଦ୍ୟତନ ହୋଇଛି
TATA motors

TATA motors

ବହୁଚର୍ଚ୍ଚିତ ସିଙ୍ଗୁର୍ ନାନୋ ପ୍ରୋଜେକ୍ଟ ପ୍ରସଙ୍ଗରେ ଟାଟା ମୋଟର୍ସ ସପକ୍ଷରେ ଆସିଲା ବଡ଼ ରାୟ। ପଶ୍ଚିମବଙ୍ଗ ସିଙ୍ଗୁର ପ୍ଲାଣ୍ଟ ବାବଦରେ ହୋଇଥିବା ନିବେଶ ପାଇଁ ଟାଟା ମୋଟର୍ସକୁ ପ୍ରାୟ ୭୬୬ କୋଟି ଟଙ୍କାର କ୍ଷତିପୂରଣ ଦେବେ ପଶ୍ଚିମବଙ୍ଗ ସରକାର। ଟାଟା ମୋଟର୍ସକୁ କ୍ଷତିପୂରଣ ବାବଦରେ ୭୬୫ କୋଟି ୭୮ ଲକ୍ଷ ଟଙ୍କା ସହିତ, ସେପ୍ଟେମ୍ବର ୨୦୧୬ରୁ ୧୧ ପ୍ରତିଶତ ହାରରେ ସୁଧ ଏବଂ ନ୍ୟାୟିକ ଲଢ଼େଇ ବାବଦରେ ଖର୍ଚ୍ଚ ହୋଇଥିବା ୧ କୋଟି ଟଙ୍କା ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ୩ ଜଣିଆ ଆର୍ବିଟ୍ରାଲ୍ ଟ୍ରିବ୍ୟୁନାଲ୍ ।

Advertisment

ପ୍ରବଳ ରାଜନୈତିକ ଆନ୍ଦୋଳନ ଯୋଗୁଁ କାର୍ଯ୍ୟକ୍ଷମ ହେବା ଆଗରୁ ବନ୍ଦ ହୋଇଯାଇଥିବା ଏହି କାରଖାନାରେ ହୋଇଥିବା ନିବେଶ ବାବଦରେ କ୍ଷତିପୂରଣ ଦାବି କରିଥିଲା ଟାଟା ମୋଟର୍ସ । ଏହି ଦାବିକୁ ଯୁକ୍ତିଯୁକ୍ତ ଦର୍ଶାଇ ପଶ୍ଚିମବଙ୍ଗ ଇଣ୍ଡଷ୍ଟ୍ରିଆଲ ଡେଭଲପମେଣ୍ଟ କର୍ପୋରେସନ ଲିମିଟେଡ୍ ବା WBIDC କୁ ପ୍ରାୟ ୭୬୬ କୋଟିଟଙ୍କାର କ୍ଷତିଭରଣା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଟ୍ରିବ୍ୟୁନାଲ୍ ।

ସୂଚନାଯୋଗ୍ୟ ୨୦୦୬ ମସିହାରେ ହୁଗୁଳିର ସିଙ୍ଗୁରରେ ଟାଟା ନାନୋ କାର୍ ତିଆରି କାରଖାନା ପ୍ରତିଷ୍ଠା ପାଇଁ ଘୋଷଣା କରିଥିଲେ ରତନ ଟାଟା। ସେତେବେଳେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଥିଲେ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟ । ତେବେ ତତ୍କାଳୀନ ବିରୋଧୀ ଦଳ ନେତା ମମତା ବାନାର୍ଜୀ ଏହି ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣକୁ ପ୍ରବଳ ବିରୋଧ କରିବା ସହିତ ଅନଶନରେ ବସିଥିଲେ । ପରେ ଆନ୍ଦୋଳନ ଜୋରଦାର ହେବାରୁ ୨୦୦୮ରେ ଟାଟା କଂପାନୀକୁ ଏହି ପ୍ରକଳ୍ପ ବନ୍ଦ କରିବାକୁ ପଡ଼ିଥିଲା ।

Advertisment

ପରେ ପଶ୍ଚିମବଙ୍ଗରେ ଟିଏମସି ସରକାର ଆସିବା ପରେ ଟାଟାକୁ ଅନ୍ୟ ସ୍ଥାନରେ କାରଖାନା ପ୍ରତିଷ୍ଠା ପାଇଁ ପ୍ରସ୍ତାବ ଦେଇଥିଲେ ମୁଖ୍ୟମନ୍ତ୍ରୀ ମମତା । ହେଲେ ଟାଟା ମୋଟର୍ସ ପକ୍ଷରୁ ଏହାକୁ ପ୍ରତ୍ୟାଖ୍ୟାନ କରାଯିବା ସହିତ, ପୂର୍ବ ସରକାରକୁ ଜମି ଅଧିଗ୍ରହଣ ପାଇଁ ଦିଆଯାଇଥିବା ଅର୍ଥ ବାବଦରେ କ୍ଷତିପୂରଣ ଦାବି କରାଯାଇଥିଲା । ଯାହା ସପକ୍ଷରେ ଗତକାଲି ରାୟ ଆସିଛି ।...

West Bengal Tata Motors
Advertisment
Advertisment