Advertisment

Tariff War:କାହା ନଡ଼ିଆରେ ଅଧିକ ଦମ୍ ? ୫୦ ବନାମ ୩୫

ଟାରିଫ ମାଡ଼ ପରେ ବଢ଼ିଲା ମୋଦିଙ୍କ ଡିମାଣ୍ଡ। ମାର୍କେଟରେ କମିଲା ଟ୍ରମ୍ପଙ୍କ ଚାହିଦା। ଶସ୍ତାରେ ମିଳିଲା ଟ୍ରମ୍ପ ନଡ଼ିଆ ।

Tariff War

Tariff War

Advertisment

ଟ୍ରମ୍ପ ନଡ଼ିଆ ନେବେ ନା ମୋଦି ନଡ଼ିଆ? ନଡ଼ିଆ ଉପରେ ମାରିଲେ ବଡ଼ ବଡ଼ ପୋଷ୍ଟର। ଗ୍ରାହକ ହେଲେ ବାୟା। ଦୋକାନରେ ଜମିଲା ଲୋକଙ୍କ ଭିଡ଼। କିଏ ନଡ଼ିଆ କିଣିବା ବାହାନାରେ ଆସିଲା ତ ଆଉ କିଏ ଦୋକାନ ଆଗରେ ଲାଗିଥିବା ଟ୍ରମ୍ପ ବନାମ ମୋଦିଙ୍କ ପୋଷ୍ଟର ଦେଖି ଦୋକାନକୁ ମାଡ଼ି ଆସିଲେ। କିଏ ନେବ ଟ୍ରମ୍ପ କିଏ ନେବ ମୋଦି ? ଦୋକାନ ଆଗରେ ଚାଲିଲା ଆଲୋଚନା।

Advertisment

ଘଟଣାଟି ଟିକେ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ତାହା ସତ। ରାଜସ୍ତାନ ଆଜମିରରେ ବଜାରରେ ବିକ୍ରି ହେଲା ମୋଦି ଓ ଟ୍ରମ୍ପ ନଡ଼ିଆ। ୫୦ ବନାମ ୩୫। ଭାରତ ଓ ଆମେରିକା ମଧ୍ୟରେ ଚାଲିଥିବା ରିଫ୍ ୱାର୍ ପରେ ଦୋକାନୀ ଆପଣାଇଲେ ବିକ୍ରି କରିବାର ନୂଆ ଫଣ୍ଡା।

ଟ୍ରମ୍ପଙ୍କ ନଡ଼ିଆର ସାଇଜ ଟିକେ ଛୋଟ ଥିବା ବେଳେ ତାକୁ ୩୫ ଟଙ୍କାରେ ବିକ୍ରି କରୁଥିଲେ ଦୋକାନୀ। ସେହିପରି ମୋଦିଙ୍କ ନଡ଼ିଆ ସାଇଜ ବଡ଼ ଥିବାରୁ ତାହା ୫୦ ଟଙ୍କା ରେ ବିକ୍ରି କରୁଥିଲେ। ଏଥିସହ ଅପରେସନ ସିନ୍ଦୂର ନାଁରେ ମଧ୍ୟ ମିଳୁଥିଲା ନଡ଼ିଆ। ଯାହାର ମୂଲ୍ୟ ଥିଲା ୪୦ ଟଙ୍କା। ଆଉ ଲୋକମାନେ ମଧ୍ୟ ଖୁବ ଆଗ୍ରହର ସହକାରେ ଏଗୁଡ଼ିକୁ କିଣୁଥିଲେ ।

Advertisment

ରାଜସ୍ଥାନ ଆଜମେରରେ ଜଣେ ଦୋକାନୀ ବିଭିନ୍ନ ସମୟରେ ନିଜ ଦୋକାନରେ ନଡ଼ିଆର ବିଭିନ୍ନ ନାମକରଣ କରି ବିକ୍ରି କରିଥାଆନ୍ତି। ଏବେ ଭାରତ ଓ ଆମେରିକା ମଧ୍ୟରେ ଟାରିଫ୍ ୱାର୍ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଥିବାଥିବାବେଳେ ଦୋକାନୀ ଆପଣେଇଛନ୍ତି ନୂଆ ଫଣ୍ଡା ।

ମୋଦି ବନାମ ଟ୍ରମ୍ପଙ୍କ ନାଁରେ ନଡ଼ିଆ ବିକ୍ରି କରାଯାଉଥିବାରୁ ଭଲ ଲାଭ ହେଉଥିବା ଦୋକାନୀ ଜଣଙ୍କ କହିଛନ୍ତି।

Advertisment
Narendra Modi Donald Trump
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ