dog dies
କୁକୁର ହେଉଛି ସବୁଠାରୁ ବିଶ୍ୱସ୍ଥ ପ୍ରାଣୀ । ସେଥିପାଇଁ କୁକୁରକୁ ପ୍ରାୟ ସମସ୍ତେ ପସନ୍ଦ କରନ୍ତି । ପ୍ରତ୍ୟେକ ଘରେ କୁକୁରକୁ ଲୋକମାନେ ରଖିଥା’ନ୍ତି । ଏମିତି କି ଭଲ ପ୍ରଜାତିର କୁକୁରଟିଏ ରଖିବାକୁ ହେଲେ ଅନେକ ଟଙ୍କା ମଧ୍ୟ ଖର୍ଚ୍ଚ କରିବାକୁ ପଡ଼ିଥାଏ । ତାର ଖାଇବା ଓ ରହିବା ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେଇଥା’ନ୍ତି ମାଲିକ ।
ହେଲେ ସେହି କୁକୁରକୁ ନେଇ ଏକ ଅଭାନୀୟ ଖବର ସାମ୍ନାକୁ ଆସିଛି । ମାଲିକର ଟିକିଏ ଅବହେଳା ଯୋଗୁ ଚାଲିଯାଇଛି ନୀରିହ କୁକୁରର ଜୀବନ । କାର୍ରେ କୁକୁରଟିକୁ ବନ୍ଦ କରି ମାଲିକ ବୁଲିବାକୁ ଯାଇଥିବାବେଳେ କୁକୁରଟିର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ପ୍ରବଳଖରା ଯୋଗୁ ଏପରି ଏକ ଘଟଣା ଘଟିଥିବା ଜଣାପଡ଼ିଛି। ଆଗ୍ରାରୁ ଏହି ଘଟଣା ସାମ୍ନାକୁ ଆସିଛି।
ସୂଚନା ମୁତାବକ ହରିୟାଣାର ଏକ ପରିବାର ତାଜମହଲ ଦେଖିବାକୁ ଆଗ୍ରାକୁ ଆସିଥିଲେ । ସାଙ୍ଗରେ ତାଙ୍କର ପୋଷା କୁକୁରଟିକୁ କାର୍ରେ ଆଣିଥିଲେ । ହେଲେ ତାଜମହଲ ବୁଲିବା ସମୟରେ କୁକୁରକୁ କାର୍ରେ ବନ୍ଦ କରି ଯାଇଥିବାବେଳେ ଏପରି ଅଘଟଣ ଘଟିଥିବା କୁହାଯାଉଛି ।
କାର୍ ରହିଥିବା ପାର୍କିଂ ସ୍ଥାନରେ ପ୍ରବଳ ଖରା ପଡ଼ିଥିବାରୁ କୁକୁରଟି କାର୍ ଭିତରେ ଅଣନିଃଶ୍ୱାସୀ ହୋଇପଡ଼ିଥିଲା । କାର୍ର ଡୋର୍ ଲକ୍ ହୋଇଥିବା ଯୋଗୁ କୁକୁରଟି ଭୁକିବା ଆରମ୍ଭ କରିଥିଲା । ହେଲେ ଡୋର୍ଟି ଖୋଲା ନଥିବାରୁ କିଛି ସମୟ ପରେ ତା’ର ମୃତ୍ୟୁ ହୋଇଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/dog_dies__1688386424.jpg)