Advertisment

ଓ୍ୱାଘାରେ ପାଳିତ ହେଲା ମିଠା ଆଦାନ ପ୍ରଦାନ ପର୍ବ

ସୀମାରେ ଦୁଇ ପକ୍ଷ ମଧ୍ୟରେ ଶାନ୍ତି ଓ ସୌହ୍ୱାର୍ଦ୍ଦ୍ୟ ଲାଗି ଏଭଳି ପରମ୍ପରା ପାଳନ କରାଯାଇ ଆସୁଛି। ଆଜି ପାକିସ୍ତାନ ସ୍ବାଧୀନତା ଦିବସ ଅବସରରେ ପାକିସ୍ତାନୀ ରେଞ୍ଜର ଭାରତୀୟ ସୁରକ୍ଷା ବଳଙ୍କୁ ମିଠା ପ୍ରଦାନ କରିଥିବା ବେଳେ ଆସନ୍ତାକାଲି ଭାରତ ପକ୍ଷରୁ ମଧ୍ୟ ପାକିସ୍ତାନୀ ରେଞ୍ଜରଙ୍କୁ ମିଠା ପ୍ରଦାନ କରାଯିବ ବୋଲି ବିଏସଏଫ୍  କମାଣ୍ଡାଣ୍ଟ୍  ଜସବୀର ସିଂହ ସୂଚନା ଦେଇଛନ୍ତି।

ଓ୍ୱାଘାରେ ପାଳିତ ହେଲା ମିଠା ଆଦାନ ପ୍ରଦାନ ପର୍ବ

Wagha Border

Advertisment

ନୂଆଦିଲ୍ଲୀ:ଭାରତ ପାକିସ୍ତାନ ସୀମା ଓ୍ୱାଘାରେ ଭାରତୀୟ ସୀମା ସୁରକ୍ଷା ବାହିନୀ ଓ ପାକିସ୍ତାନୀ ରେଞ୍ଜର୍ସଙ୍କ ମଧ୍ୟରେ ପାଳିତ ହେଲା ମିଠା ଆଦାନ ପ୍ରଦାନ ପର୍ବ। ଉଭୟ ପକ୍ଷ ମିଠା ଆଦାନ କରିବା ସହ ଚିତାକର୍ଷକ୍ ଧ୍ୱଜାବତରଣ ପରେଡ୍ କାର୍ଯ୍ୟକ୍ରମ ମଧ୍ୟ ଦେଖିବାକୁ ମିଳିଥିଲା। ଉଭୟ ପକ୍ଷରୁ ଟ୍ରୁପ୍ ଆକର୍ଷଣୀୟ ପରେଡ୍ ପ୍ରଦର୍ଶନ କରିଥିଲେ। ଏହି ଅବସରରେ ଦୁଇ ଦେଶର ଲୋକ ଉପସ୍ଥିତ ଥିଲେ। ବିଭିନ୍ନ ସ୍ୱତନ୍ତ୍ର ଅବସରରେ ଦୁଇ ଦେଶର ସୁରକ୍ଷା ବାହିନୀ ପରସ୍ପର ମଧ୍ୟରେ ମିଠା ବଣ୍ଟନର ପରମ୍ପରା ବହୁ ଆଗରୁ ଚାଲି ଆସିଛି।

Advertisment

ସୀମାରେ ଦୁଇ ପକ୍ଷ ମଧ୍ୟରେ ଶାନ୍ତି ଓ ସୌହ୍ୱାର୍ଦ୍ଦ୍ୟ ଲାଗି ଏଭଳି ପରମ୍ପରା ପାଳନ କରାଯାଇ ଆସୁଛି। ଆଜି ପାକିସ୍ତାନ ସ୍ବାଧୀନତା ଦିବସ ଅବସରରେ ପାକିସ୍ତାନୀ ରେଞ୍ଜର ଭାରତୀୟ ସୁରକ୍ଷା ବଳଙ୍କୁ ମିଠା ପ୍ରଦାନ କରିଥିବା ବେଳେ ଆସନ୍ତାକାଲି ଭାରତ ପକ୍ଷରୁ ମଧ୍ୟ ପାକିସ୍ତାନୀ ରେଞ୍ଜରଙ୍କୁ ମିଠା ପ୍ରଦାନ କରାଯିବ ବୋଲି ବିଏସଏଫ୍  କମାଣ୍ଡାଣ୍ଟ୍  ଜସବୀର ସିଂହ ସୂଚନା ଦେଇଛନ୍ତି।

India News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ