Advertisment

କାଲି ମହାରାଷ୍ଟ୍ର ଫ୍ଲୋର ଟେଷ୍ଟ: ରହିତାଦେଶ ଦେବାକୁ ମନାକଲେ ସୁପ୍ରିମକୋର୍ଟ

ଗାଦି ଖସିଯିବା ପୂର୍ବରୁ ଆଜି ଶେଷ ହିନ୍ଦୁତ୍ୱ କାର୍ଡ ଖେଳିଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ।

ଅଦ୍ୟତନ ହୋଇଛି
undefined

Maharashtra Political Crisis: Supreme Court

Advertisment

ଉଦ୍ଧବ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ଝଟକା। ମହାରାଷ୍ଟ୍ରରେ ଫ୍ଲୋର ଟେଷ୍ଟ ଉପରେ ରହିତାଦେଶ ମିଳିଲାନି। ରହିତାଦେଶ ଦେବାକୁ ମନା କଲେ ସୁପ୍ରିମକୋର୍ଟ। ମହାରାଷ୍ଟ୍ର ଫ୍ଲୋର ଟେଷ୍ଟ ନିର୍ଦ୍ଦେଶକୁ ଚାଲେଞ୍ଜ କରି ହୋଇଥିବା ଅପିଲ୍ ଉପରେ ସୁପ୍ରିମକୋର୍ଟରେ ଶୁଣାଣି ଶେଷ ହୋଇଥିଲା। ଉଚ୍ଚତମ ନ୍ୟାୟାଳୟ ବିଚାରପତି ରାୟ ସଂରକ୍ଷିତ ରଖି ଏହା ଉପରେ ଆଲୋଚନା କରି ରାତି ୯ଟାରେ ରାୟ ଶୁଣାଇଥିଲେ। ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଓ ବିଦ୍ରୋଦୀ ବିଧାୟକଙ୍କ ନେତା ଏକନାଥ ସିନ୍ଦେଙ୍କ ପକ୍ଷରୁ ମାମଲା ଲଢୁଥିବା ଓକିଲ ନିଜ ନିଜ ଯୁକ୍ତି ରଖିଥିଲେ। ଉଦ୍ଧବ ସରକାରଙ୍କୁ ଫ୍ଲୋର ଟେଷ୍ଟ ପାଇଁ ରାଜ୍ୟପାଳ ଭଗତ ସିଂ କୋଶିୟାରି ଦେଇଥିବା ନିର୍ଦ୍ଦେଶକୁ ଶିବସେନା ସୁପ୍ରିମକୋର୍ଟରେ ଚାଲେଞ୍ଜ କରିଥିଲା।

Advertisment

ଆବେଦନରେ ରାଜ୍ୟପାଳଙ୍କ ନିଷ୍ପତ୍ତି ଉପରେ ରହିତାଦେଶ ଲାଗୁ କରିବାକୁ ନିବେଦନ କରାଯାଇଥିଲା। ମହାରାଷ୍ଟ୍ର ସରକାର ୧୬ ଜଣ ବିଧାୟକଙ୍କ ସଭ୍ୟ ପଦ ରଦ୍ଦ ନେଇ ସୁପ୍ରିମକୋର୍ଟରେ ମାମଲା ବିଚରାଧୀନ ରହିଛି। ଏହି ଆଧାରରେ ରାଜ୍ୟପାଳ ଡାକିଥିବା ଫ୍ଲୋର ଟେଷ୍ଟ ପଦକ୍ଷେପ ଉପରେ ରହିତାଦେଶ ଲାଗୁ ପାଇଁ ନିବେଦନ କରାଯାଇଥିଲା।

ସେପଟେ ଆସ୍ଥା ଭୋଟ ପୂର୍ବରୁ ଏମଭିଏ ସରକାର ବିରୋଧରେ ବିଦ୍ରୋହ ଘୋଷଣା କରିଥିବା ଏକନାଥ ସିନ୍ଦେଙ୍କ ପାଖରେ ଶିବସେନା ଓ ସ୍ବାଧୀନ ବିଧାୟକଙ୍କୁ ମିଶାଇ ମୋଟ ୫୦ ସଦସ୍ୟଙ୍କ ସମର୍ଥନ ରହିଥିବା କହିଛନ୍ତି। ତାଙ୍କ ଗୋଷ୍ଠୀ ଯେକୌଣସି ଫ୍ଲୋର ଟେଷ୍ଟକୁ ସହଜରେ ପାସ୍ କରିବ ବୋଲି ଦମ୍ଭୋକ୍ତି କରିଛନ୍ତି। ତେଣେ ଆସନ୍ତାକାଲିର ଆସ୍ଥା ଭୋଟ ପାଇଁ ମୁମ୍ବାଇ ଅଭିମୁଖେ ଆସୁଛନ୍ତି ସବୁ ବିଧାୟକ। ବିଜେପି, ଏନସିପି, ଶିବସେନା, କଂଗ୍ରେସ ଆଦି ଦଳ ପକ୍ଷରୁ ନିଜ ନିଜ ବିଧାୟକଙ୍କୁ କାଲି ଫ୍ଲୋର ଟେଷ୍ଟ ବେଳେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।

Advertisment

ଏପଟେ ଗାଦି ଖସିଯିବା ପୂର୍ବରୁ ଆଜି ଶେଷ ହିନ୍ଦୁତ୍ୱ କାର୍ଡ ଖେଳିଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ। ମହାରାଷ୍ଟ୍ର ଔରଙ୍ଗାବାଦ୍ ଏବଂ ଓସ୍ମାନାବାଦ୍ର ନାଁ ବଦଳାଇବାକୁ କ୍ୟାବିନେଟ୍ରେ ନିଷ୍ପତ୍ତି ହୋଇଛି ଔରାଙ୍ଗାବାଦକୁ ସାମ୍ଭାଜି ନଗର ଏବଂ ଓସମାନାବାଦ ସହରର ନାଁକୁ ଧରାଶିବ ରଖାଯିବ ସେହିଭଳି ନାଭି ମୁମ୍ବାଇ ବିମାନବନ୍ଦରର ନାଁକୁ ଡିବି ପାଟିଲ ଆନ୍ତର୍ଜାତୀୟ ବିମାନବନ୍ଦର ଭାବେ ପରିବର୍ତ୍ତିତ କରାଯିବାକୁ ମହାରାଷ୍ଟ୍ର କ୍ୟାବିନେଟ୍  ମଞ୍ଜୁରୀ ଦେଇଛି।

Udhav Thackrey Eknath Shinde Maharashtra Political Crisis
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ