Advertisment

Series Blast: ହାଇକୋର୍ଟଙ୍କ ରାୟ ଉପରେ ରୋକ୍, ସୁପ୍ରିମକୋର୍ଟ କହିଲେ ଜେଲକୁ ଫେରିବେନି ଅଭିଯୁକ୍ତ

ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି ଯେ ହାଇକୋର୍ଟଙ୍କ ଦ୍ୱାରା ମୁକ୍ତ ହୋଇଥିବା ୧୨ ଜଣ ଅଭିଯୁକ୍ତଙ୍କୁ ତୁରନ୍ତ ଜେଲକୁ ଫେରିବାକୁ ପଡ଼ିବ ନାହିଁ। ସୁପ୍ରିମକୋର୍ଟରେ ଏହି ମାମଲାର ଶୁଣାଣି ଚାଲିବ । ଏହି ମାମଲା ବିଚାରାଧୀନ ଥିବା ପର୍ଯ୍ୟନ୍ତ ବମ୍ୱେ ହାଇକୋର୍ଟଙ୍କ ଏହି ରାୟକୁ ତଳକୋର୍ଟରେ କେହି ସାଇଟ୍ କରିପାରିବେ ନାହିଁ । ଯଦି ହାଇକୋର୍ଟଙ୍କ ଏହି ରାୟକୁ ତଳକୋର୍ଟରେ ଦର୍ଶାଯିବ, ତେବେ ଏନେକ କେଶ୍ ପ୍ରଭାବିତ ହେବ ବୋଲି ସଲିସିଟର ଜେନେରାଲ୍ ତୁଷାର ମେହେଟା ସୁପ୍ରିମକୋର୍ଟରେ ଯୁକ୍ତି ରଖିଥିଲେ ।

ଅଦ୍ୟତନ ହୋଇଛି
Supreme Court

Supreme Court

Advertisment

୨୦୦୬ ମୁମ୍ବାଇ ଟ୍ରେନ ବିସ୍ଫୋରଣ ମାମଲାରେ ସୁପ୍ରିମକୋର୍ଟ ବମ୍ବେ ହାଇକୋର୍ଟଙ୍କ ରାୟକୁ ସ୍ଥଗିତ ରଖିଛନ୍ତି । ବମ୍ୱେ ହାଇକୋର୍ଟ ତାଙ୍କ ରାୟରେ ୧୨ ଜଣ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷ ଘୋଷଣା କରିଥିଲେ। ସୁପ୍ରିମକୋର୍ଟ ମହାରାଷ୍ଟ୍ର ସରକାରଙ୍କ ଆବେଦନ ଉପରେ ଶୁଣାଣି କରି ହାଇକୋର୍ଟଙ୍କ ରାୟକୁ ସ୍ଥଗିତ ରଖିଛନ୍ତି । ସୁପ୍ରିମକୋର୍ଟ ଏହା ମଧ୍ୟ କହିଛନ୍ତି ଯେ, ହାଇକୋର୍ଟରେ ଖଲାସ ହୋଇଥିବା ଅଭିଯୁକ୍ତମାନଙ୍କୁ ତୁରନ୍ତ ଜେଲକୁ ଫେରିବାକୁ ପଡ଼ିବ ନାହିଁ।

Advertisment

୨୦୦୬ ମୁମ୍ବାଇ ଟ୍ରେନ ବିସ୍ଫୋରଣ ମାମଲା ଏକ ସମ୍ୱେଦନଶୀଳ ମାମଲା । ୨୦୦୬ ଜୁଲାଇ ୧୧ ତାରିଖରେ ମୁମ୍ବାଇର ପଶ୍ଚିମ ରେଳ ଲାଇନରେ ଚାଲୁଥିବା ୭ଟି ଲୋକାଲ ଟ୍ରେନରେ ସିରିଜ୍ ବିସ୍ଫୋରଣ ଘଟିଥିଲା । ସେଥିରେ ୧୮୯ ଜଣଙ୍କର ମୃତ୍ୟୁ ଘଟିଥିଲା । ୮୦୦ରୁ ଅଧିକ ଲୋକ ଆହତ ହୋଇଥିଲେ।

ବମ୍ବେ ହାଇକୋର୍ଟ ଏହି ମାମଲାରେ ୧୨ ଜଣ ଯାକ ଅଭିଯୁକ୍ତଙ୍କୁ ପ୍ରମାଣ ଅଭାବରୁ ନିର୍ଦ୍ଦୋଷ ଘୋଷଣା କରି ସେମାନଙ୍କୁ ମୁକ୍ତ କରିଥିଲେ। ମହାରାଷ୍ଟ୍ର ସରକାର ଏହି ରାୟକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଆବେଦନ କରିଥିଲେ।

Advertisment

ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି ଯେ ହାଇକୋର୍ଟଙ୍କ ଦ୍ୱାରା ମୁକ୍ତ ହୋଇଥିବା ୧୨ ଜଣ ଅଭିଯୁକ୍ତଙ୍କୁ ତୁରନ୍ତ ଜେଲକୁ ଫେରିବାକୁ ପଡ଼ିବ ନାହିଁ। ସୁପ୍ରିମକୋର୍ଟରେ ଏହି ମାମଲାର ଶୁଣାଣି ଚାଲିବ । ଏହି ମାମଲା ବିଚାରାଧୀନ ଥିବା ପର୍ଯ୍ୟନ୍ତ ବମ୍ୱେ ହାଇକୋର୍ଟଙ୍କ ଏହି ରାୟକୁ ତଳକୋର୍ଟରେ କେହି ସାଇଟ୍ କରିପାରିବେ ନାହିଁ । ଯଦି ହାଇକୋର୍ଟଙ୍କ ଏହି ରାୟକୁ ତଳକୋର୍ଟରେ ଦର୍ଶାଯିବ, ତେବେ ଏନେକ କେଶ୍ ପ୍ରଭାବିତ ହେବ ବୋଲି ସଲିସିଟର ଜେନେରାଲ୍ ତୁଷାର ମେହେଟା ସୁପ୍ରିମକୋର୍ଟରେ ଯୁକ୍ତି ରଖିଥିଲେ ।

୨୦୦୬ ଜୁଲାଇ ୧୧ରେ ମୁମ୍ବାଇର ମାଟୁଙ୍ଗା, ଖାର, ବାନ୍ଦ୍ରା, ଯୋଗେଶ୍ୱରୀ, ବୋରିଭାଲି, ମୀରା ରୋଡ ଏବଂ ସାନ୍ତାକ୍ରୁଜ ଷ୍ଟେସନ ନିକଟରେ ଚାଲୁଥିବା ଟ୍ରେନଗୁଡ଼ିକରେ ବିସ୍ଫୋରଣ ଘଟିଥିଲା। ଏହା ଏକ ଯୋଜନାବଦ୍ଧ ଆତଙ୍କବାଦୀ ଆକ୍ରମଣ ଥିଲା ବୋଲି ପୋଲିସ ପକ୍ଷରୁ କୁହାଯାଇଥିଲା । ଏହା ପଛରେ ଲସ୍କର-ଇ-ତୋଇବା ଏବଂ ଷ୍ଟୁଡେଣ୍ଟସ ଇସଲାମିକ ମୁଭମେଣ୍ଟ ଅଫ ଇଣ୍ଡିଆ (SIMI)ର ହାତ ଥିବା ପୋଲିସ କହିଥିଲା ।

Advertisment

୨୦୦୮ରେ ଏହି ମାମଲାର ବିଚାର ଆରମ୍ଭ ହୋଇଥିଲା । ୨୦୧୫ରେ ଏକ ସ୍ୱତନ୍ତ୍ର କୋର୍ଟ ୧୨ ଜଣ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲା । ୫ ଜଣଙ୍କୁ ମୃତ୍ୟୁଦଣ୍ଡ ଓ ୭ ଜଣଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା । ତେବେ ଏହି ମାମଲାର ବିଚାର କରି ବମ୍ୱେ ହାଇକୋର୍ଟ ସମସ୍ତ ଅଭିଯୁକ୍ତଙ୍କୁ ଖଲାସ କରିଦେଇଥିଲେ ।

ଅଧିକ ପଢ଼ନ୍ତୁ: ପ୍ରମାଣ ନଷ୍ଟ ପାଇଁ ବ୍ୟବହାର କରୁଥିଲେ ଅଟୋ-ଡିଲିଟ୍ ଆପ୍ , ଅଲ କାଏଦା ସହ ଥିଲେ ଜଡ଼ିତ

Supreme Court Bombay High Court Supreme Court Of India Mumbai Blast
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ