Advertisment

Rahul Gandhi: ସୁପ୍ରିମକୋର୍ଟଙ୍କ ପ୍ରଶ୍ନରେ ଫସିଗଲେ ରାହୁଲ ଗାନ୍ଧୀ, ଯଦି ତୁମେ ସଚ୍ଚା ଭାରତୀୟ…

ସୁପ୍ରିମକୋର୍ଟ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଚୀନ ଦ୍ୱାରା ଭାରତୀୟ ଜମି ଦଖଲ ସମ୍ପର୍କିତ ବୟାନ ଉପରେ ବିରକ୍ତି ପ୍ରକାଶ କରିଛନ୍ତି । ସୁପ୍ରିମକୋର୍ଟ ପଚାରିଛନ୍ତି ଯେ ଚୀନ ୨,୦୦୦ ବର୍ଗ କିଲୋମିଟର ଜମି ଦଖଲ କରିଛି ବୋଲି ତୁମ ପାଖରେ କ’ଣ ପ୍ରମାଣ ଅଛି?

Supreme Court

Supreme Court

Advertisment

କଂଗ୍ରେସ ନେତା ରାହୁଲ ଗାନ୍ଧୀ ବର୍ତ୍ତମାନ ସୁପ୍ରିମକୋର୍ଟଙ୍କ ପ୍ରଶ୍ନରେ ଫସିଛନ୍ତି। ଚୀନ ସମ୍ପର୍କରେ ପ୍ରାୟତଃ ପ୍ରଶ୍ନ ଉଠାଉଥିବା ରାହୁଲଙ୍କୁ ସୁପ୍ରିମକୋର୍ଟ କଡ଼ା ଭାଷାରେ ସମାଲୋଚନା କରିଛନ୍ତି। ୨୦୨୦ରେ ଗଲୱାନ ଉପତ୍ୟକାରେ ଚୀନ ସହ ସଂଘର୍ଷ ଘଟଣାରେ ରାହୁଲ ଭାରତୀୟ ସେନା ବିଷୟରେ ନକରାତ୍ମକ ମନ୍ତବ୍ୟ ଦେଇଥିଲେ । ଏହା ଉପରେ ତାଙ୍କ ବିରୁଦ୍ଧରେ ଅପରାଧିକ ମାନହାନି ମାମଲା ଦାୟର ହୋଇଥିଲା। ଏହି ମାମଲାର ଶୁଣାଣି ସମୟରେ ସୁପ୍ରିମକୋର୍ଟ କହିଛନ୍ତି, ଆପଣ କିପରି ଜାଣିଲେ ଯେ ଚୀନ ଭାରତର ୨,୦୦୦ ବର୍ଗ କିଲୋମିଟର ଜମି ଦଖଲ କରିଛି ? ରାହୁଲ ପ୍ରାୟତଃ ଏଭଳି ବୟାନ ଦେଇ ଆସୁଛନ୍ତି । ଯାହା ଯୋଗୁ ଆଜି ସେ ନିଜେ ଫସିଛନ୍ତି। ଜାତୀୟ ପ୍ରସଙ୍ଗରେ ଯେକୌଣସି ରାଜନେତାଙ୍କଠାରୁ ଏହା ଆଶା କରାଯାଏ ଯେ ସେ ମର୍ଯ୍ୟାଦାପୂର୍ଣ୍ଣ ଆଚରଣ କରିବେ ଏବଂ ଗମ୍ଭୀରତାର ସହ ବିଚାର କରି ବୟାନ ଦେବେ।

Advertisment

ସୁପ୍ରିମକୋର୍ଟରେ ଜଷ୍ଟିସ ଦୀପଙ୍କର ଦତ୍ତ ଓ ଜଷ୍ଟିସ ଅଗଷ୍ଟିନ ଜର୍ଜ ମସିହଙ୍କୁ ନେଇ ଗଠିତ ଖଣ୍ଡପୀଠ ରାହୁଲଙ୍କ ବୟାନ ଉପରେ ଆପତ୍ତି ଉଠାଇଛନ୍ତି । ସୁପ୍ରିମକୋର୍ଟ କହିଛନ୍ତି, “ଆପଣ ଏହି କଥାଗୁଡ଼ିକୁ ବାହାରେ କାହିଁକି କହୁଛନ୍ତି? ଆପଣ ଏହାକୁ ସଂସଦରେ କାହିଁକି ଉଠାଉ ନାହାନ୍ତି? ସୋସିଆଲ ମିଡିଆ ପୋଷ୍ଟରେ ଏସବୁ କାହିଁକି କହୁଛନ୍ତି?” କିଛି ପ୍ରମାଣ ଅଛି କି?

ରାହୁଲଙ୍କ ତରଫରୁ ମାମଲା ଲଢୁଥିବା ବରିଷ୍ଠ ଆଇନଜୀବୀ ଡକ୍ଟର ଅଭିଷେକ ମନୁ ସିଂଘଭୀ କହିଥିଲେ ଯେ, “ଯଦି ବିରୋଧୀ ଦଳ ନେତା ଏଭଳି ମାମଲା ଉଠାଇବେ ନାହିଁ, ତେବେ ଏହା ଦୁର୍ଭାଗ୍ୟଜନକ ହେବ।” ଏହାର ଜବାବରେ ଜଷ୍ଟିସ ଦୀପଙ୍କର ଦତ୍ତ କହିଥିଲେ, “ଡକ୍ଟର ସିଂଘଭୀ, ଆପଣ କହନ୍ତୁ, ଆପଣ କିପରି ଜାଣିଲେ ଯେ ଚୀନ ଭାରତର ୨,୦୦୦ ବର୍ଗ କିଲୋମିଟର ଜମି ଦଖଲ କରିଛି? ଆପଣଙ୍କ ପାଖରେ କିଛି ପ୍ରମାଣ ଅଛି କି?”

Advertisment

ଜଷ୍ଟିସ ଦୀପଙ୍କର ଦତ୍ତ କହିଛନ୍ତି, “ଆପଣ ବିନା ପ୍ରମାଣରେ ଏଭଳି ବୟାନ କାହିଁକି ଦେଉଛନ୍ତି? ଯଦି ଆପଣ ସଚ୍ଚା ଭାରତୀୟ, ତେବେ ଆପଣ ଏଭଳି କହିବା ଉଚିତ ନୁହେ।” କୋର୍ଟ ଏହି ମାମଲାରେ ଶୁଣାଣିକୁ ତିନି ସପ୍ତାହ ପାଇଁ ସ୍ଥଗିତ ରଖିଛନ୍ତି।

ଚୀନ୍ ଭାରତର ଜମି ଦଖଲ କରିଥିବା ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ବିଭିନ୍ନ ସମୟରେ ବିଭିନ୍ନ ସ୍ଥାନରେ ପ୍ରେସମିଟ୍ କରି କହିଥିଲେ । ଏପରିକି ସେ ଭୁବନେଶ୍ୱର ଆସିଥିଲା ବେଳେ ମଧ୍ୟ ଏହି କଥା ଦୋହରାଇଥିଲେ । ଏହି ବିବାଦୀୟ ମନ୍ତବ୍ୟକୁ ନେଇ ଉତ୍ତର ପ୍ରଦେଶର ଏକ କୋର୍ଟରେ ତାଙ୍କ ନାଁରେ ଏକ ମାନହାନି ମାମଲା ରୁଜୁ ହୋଇଥିଲା । ଏହାକୁ ଚ୍ୟାଲେଞ୍ଜ କରି ସେ ଆହ୍ଲାବାଦ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଏହି ମାମଲାରେ ଆହ୍ଲାବାଦ ହାଇକୋର୍ଟ ବାକ୍ ସ୍ୱାଧୀନତାର ଅର୍ଥ ସେନାକୁ ଗାଳି କରିବା ନୁହେଁ ବୋଲି କହି ଆବେଦନକୁ ଅଗ୍ରାହ୍ୟ କରିଦେଇଥିଲେ । ଏହା ପରେ ସୁପ୍ରିମକୋର୍ଟ ଯାଇଛନ୍ତି ରାହୁଲ୍ ।

Advertisment

ଅଧିକ ପଢ଼ନ୍ତୁ: ପିତାଙ୍କ ହତ୍ୟା ବଦଳାଇ ଦେଇଥିଲା ଶିବୁ ସୋରେନଙ୍କ ଜୀବନକୁ, ୧୧ ଥର ସାଂସଦ ଓ ୩ ଥର ମୁଖ୍ୟମନ୍ତ୍ରୀ 

Rahul Gandhi Congress Rahul Gandhi Supreme Court
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ