Advertisment

Minister's Controversial Remark: କର୍ଣ୍ଣେଲ ସୋଫିଆଙ୍କ ବିରୋଧରେ ଟିପ୍ପଣୀ: ମନ୍ତ୍ରୀ ବିଜୟ ଶାହଙ୍କୁ କ୍ଷମା ଦେଲେନି ସୁପ୍ରିମକୋର୍ଟ, SIT ତଦନ୍ତ ନିର୍ଦ୍ଦେଶ

ମଧ୍ୟପ୍ରଦେଶର ମନ୍ତ୍ରୀ ବିଜୟ ଶାହଙ୍କ ଅଡୁଆ ବଢିଲା । କର୍ଣ୍ଣେଲ ସୋଫିଆ କୁରେସିଙ୍କ ବିରୋଧରେ ଦେଇଥିବା ଅପମାନଜନକ ମନ୍ତବ୍ୟ ପାଇଁ ହୋଇପାରେ କାର୍ଯ୍ୟାନୁଷ୍ଠାନ । କ୍ଷମା ପ୍ରାର୍ଥନାକୁ ଖାରଜ ସହ କୁମ୍ଭୀର କାନ୍ଦଣା ବୋଲି କହିଛନ୍ତି ସୁପ୍ରିମକୋର୍ଟ । SIT ଗଠନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ ।

ଅଦ୍ୟତନ ହୋଇଛି
SC Rejects Minister's Apology

SC Rejects Minister's Apology

Advertisment

ବଢିଲା ମଧ୍ୟପ୍ରଦେଶ ମନ୍ତ୍ରୀ ବିଜୟ ଶାହଙ୍କ ଅଡୁଆ । କର୍ଣ୍ଣେଲ ସୋଫିଆ କୁରେସିଙ୍କ ବିଷୟରେ ଆପତ୍ତିଜନକ ମନ୍ତବ୍ୟ ଏବେ ବିଜୟଙ୍କୁ ହରଡ଼ଘଣାରେ ପକାଇଛି । ଆପତ୍ତିଜନକ ଟିପ୍ପଣୀ ପାଇଁ ବିଜୟ ‍କ୍ଷମା ପ୍ରାର୍ଥନା କରିଥିବାବେଳେ ତାହାକୁ ଗ୍ରହଣ କରିନାହାନ୍ତି ସର୍ବୋଚ୍ଚ ଅଦାଲତ । ଏହାକୁ କୁମ୍ଭୀର କାନ୍ଦଣା କହି କଡ଼ା ଭର୍ତ୍ସନା କରିବା ସହ SIT ଗଠନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । 

Advertisment

ଅପରେସନ ସିନ୍ଦୁର ସମୟରେ ନେତୃତ୍ୱ ନେଇ ଚର୍ଚ୍ଚାକୁ ଆସିଥିଲେ କର୍ଣ୍ଣେଲ ସୋଫିଆ କୁରେସି । ସେପଟେ ମଧ୍ୟପ୍ରଦେଶ ମନ୍ତ୍ରୀ ବିଜୟ ଶାହ ସୋଫିଆଙ୍କ ନାଁରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ । ବିଜୟ ଶାହଙ୍କ ଏହି ମନ୍ତବ୍ୟକୁ କଡ଼ା ଭର୍ତ୍ସନା କରିଥିଲେ ସୁପ୍ରିମକୋର୍ଟ । ପରେ ବିଜୟ ଶାହ ‍କ୍ଷମା ପ୍ରାର୍ଥନା କରିଥିବା ଜଣାପଡ଼ିଛି । ହେଲେ ଏହାକୁ ଗ୍ରହଣ କରିନାହାନ୍ତି ସର୍ବୋଚ୍ଚ ଅଦାଲତ । ଖାଲି ସେତିକି ନୁହେଁ, ଏହା କୁମ୍ଭୀର କାନ୍ଦଣା ବୋଲି କହି ବର୍ଷିଛନ୍ତି ସୁପ୍ରିମକୋର୍ଟ । 

ସୂଚନା ଅନୁସାରେ, ଏନେଇ ସୁପ୍ରିମକୋର୍ଟ ଏକ ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍ ( SIT ) ଗଠନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଯେଉଁଥିରେ ୩ ଜଣ ବରିଷ୍ଠ ଆଇପିଏସ ଅଫିସରଙ୍କୁ ଦାୟିତ୍ୱ ଦିଆଯାଇଛି । ଏହି ଟିମରେ ଜଣେ ମହିଳା ଅଧିକାରୀଙ୍କୁ ସାମିଲ ପାଇଁ ମଧ୍ୟ ନିର୍ଦ୍ଦେଶ ରହିଛି । ମଧ୍ୟପ୍ରଦେଶ ମନ୍ତ୍ରୀ ବିଜୟ ଶାହଙ୍କ ଉପରେ ବର୍ଷିବା ସହ ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି, "ଆମକୁ ଆପଣଙ୍କ ‍କ୍ଷମାର କୌଣସି ଆବଶ୍ୟକତା ନାହିଁ । ଆମେ ଜାଣୁ, ନ୍ୟାୟିକ ବ୍ୟବସ୍ଥା ଅନୁସାରେ କ’ଣ ସବୁ କରାଯାଇପାରିବ ।"

Advertisment

ଅଧିକ ପଢନ୍ତୁ : ସୋଫିଆଙ୍କ ନାଁରେ ମନ୍ତବ୍ୟ ମହଙ୍ଗା ପଡ଼ିଲା

Madhya Pradesh Operation Sindoor
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ