Advertisment

Supreme Court on Pahalgam Attack: ପହଲଗାମ ହମଲା: ଶୁଣାଣି କରିବାକୁ ମନା କଲେ ସୁପ୍ରିମକୋର୍ଟ, କହିଲେ...

କିନ୍ତୁ PIL ଆବେଦନକାରୀଙ୍କୁ ସୁପ୍ରିମକୋର୍ଟ ତାଗିଦ୍ କରିବା ସହ ଦାୟିତ୍ୱପୂର୍ଣ୍ଣ ଭାବରେ କାର୍ଯ୍ୟ କରିବାକୁ କହିଥିଲେ ।

ଅଦ୍ୟତନ ହୋଇଛି
‘ସେନାର ମନୋବଳ ଭାଙ୍ଗନ୍ତୁ ନାହିଁ’

‘ସେନାର ମନୋବଳ ଭାଙ୍ଗନ୍ତୁ ନାହିଁ’

Advertisment

ପହଲଗାମ ଆତଙ୍କବାଦୀ ଆକ୍ରମଣ ସମ୍ପର୍କରେ ଦାୟର ଆବେଦନର ଶୁଣାଣି କରିବାକୁ ସୁପ୍ରିମକୋର୍ଟ ମନା କରିଦେଇଛନ୍ତି। ଆବେଦନରେ, ପୂର୍ବତନ ସୁପ୍ରିମକୋର୍ଟ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ନ୍ୟାୟିକ କମିଶନ ଦ୍ୱାରା ଘଟଣାର ତଦନ୍ତ କରିବାକୁ ଦାବି କରାଯାଇଥିଲା। କିନ୍ତୁ PIL ଆବେଦନକାରୀଙ୍କୁ ସୁପ୍ରିମକୋର୍ଟ ତାଗିଦ୍ କରିବା ସହ ଦାୟିତ୍ୱପୂର୍ଣ୍ଣ ଭାବରେ କାର୍ଯ୍ୟ କରିବାକୁ କହିଥିଲେ ।

Advertisment

ଆବେଦନକାରୀଙ୍କ ପକ୍ଷରୁ ଉପସ୍ଥିତ ଓକିଲ ତାଙ୍କ ମାମଲା ରଖିବାକୁ ଚେଷ୍ଟା କରିବା ମାତ୍ରେ ବିଚାରପତି ସୂର୍ଯ୍ୟକାନ୍ତ କହିଥିଲେ, 'ବିଚାରପତିମାନେ କେବେଠାରୁ ତଦନ୍ତରେ ବିଶେଷଜ୍ଞ ହୋଇଗଲେ ? ସେମାନଙ୍କର କାମ ହେଉଛି ଆଇନଗତ ବିବାଦର ସମାଧାନ କରିବା। ବିଚାରପତିଙ୍କ କାମ ତଦନ୍ତ ନୁହେଁ ବୋଲି ସେ କହିଥିଲେ ।

ସେହିପରି ଆବେଦନକାରୀଙ୍କୁ ତୀବ୍ର ଭର୍ତ୍ସନା କରି ସୁପ୍ରିମ୍‌କୋର୍ଟ କହିଥିଲେ ଯେ, ଏପରି ଆବେଦନ ଦାଖଲ କରିବା ପୂର୍ବରୁ ଏହି ପ୍ରସଙ୍ଗର ସମ୍ବେଦନଶୀଳତା ଉପରେ ବିଚାର କରାଯିବା ଦରକାର ଥିଲା । ବର୍ତ୍ତମାନ ଆବେଦନ କରିବାର ସମୟ ନୁହେଁ । ଏଭଳି କରି ସେନାର ମନୋବଳ ଭାଙ୍ଗନି ବୋଲି ସୁପ୍ରିମକୋର୍ଟ କହିଥିଲେ । ସେହିପରି ସୁପ୍ରିମ୍‌କୋର୍ଟ ପକ୍ଷରୁ ଆହୁରି କହିଥିଲେ, ଏଭଳି କଠିନ ସମୟରେ ସମସ୍ତେ ଦେଶ ସହ ଏକଜୁଟ୍ ହୁଅନ୍ତୁ । ସମ୍ବେଦନଶୀଳ ହେବା ସହ ଦାୟିତ୍ବବାନ ହେବାକୁ ସୁପ୍ରିମକୋର୍ଟ କହିଥିଲେ ।

Advertisment

ସୂଚନା ଅନୁସାରେ ପହଲଗାମ ଆକ୍ରମଣର ତଦନ୍ତ ପାଇଁ ଜଣେ ଅବସରପ୍ରାପ୍ତ ସୁପ୍ରିମକୋର୍ଟ ବିଚାରପତିଙ୍କ ନେତୃତ୍ୱରେ ଏକ ନ୍ୟାୟିକ କମିଶନ ଗଠନ କରିବାକୁ ଆବେଦନରେ ଦାବି କରାଯାଇଥିଲା। ଏହା ବ୍ୟତୀତ ଜମ୍ମୁ-କଶ୍ମୀରର ପର୍ଯ୍ୟଟନ କ୍ଷେତ୍ରରେ ନାଗରିକଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଏକ ଯୋଜନା ପ୍ରସ୍ତୁତ କରିବାକୁ କେନ୍ଦ୍ର, ଜମ୍ମୁ-କଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳ, ସିଆରପିଏଫ୍, ଏନଆଇଏକୁ ନିର୍ଦ୍ଦେଶ ଦେବାକୁ ମଧ୍ୟ ଆବେଦନରେ ଦାବି କରାଯାଇଥିଲା ।

ଅଧିକ ପଢ଼ନ୍ତୁ: ପାକିସ୍ତାନ ବିରୋଧରେ ଆଉ ଏକ କାର୍ଯ୍ୟାନୁଷ୍ଠାନ, ଭାରତରେ ବ୍ୟାନ୍‌ ଏହି ଖେଳାଳିଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ

Advertisment
Supreme Court Pahalgam Terrorist Attack
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ