ମୃତ୍ୟୁ ଦଣ୍ଡ କେଉଁ ପରିସ୍ଥିତିରେ ଦିଆଯିବ? ମୃତ୍ୟୁ ଦଣ୍ଡ ଶୁଣାଣି ପୂର୍ବରୁ ଏହା ଉପରେ ବିଚାର କରିବାର ଆବଶ୍ୟକତା ରହିଛି କି ? ଦେଶର ବିଚାର ବ୍ୟବସ୍ଥାରେ ଦିଆଯାଉଥିବା ମୃତ୍ୟୁ ଦଣ୍ଡ ପ୍ରସଙ୍ଗକୁ ଗୁରୁତ୍ୱ ସହ ନେଇଛନ୍ତି ସୁପ୍ରିମକୋର୍ଟ । ଏହାର ସବିଶେଷ ବିଚାର ପାଇଁ ସବୋର୍ଚ୍ଚ ଅଦାଲତ ୫ ଜଣିଆ ଖଣ୍ଡପୀଠ ଗଠନ କରିଥିଲେ ।
Also Read
ନିମ୍ନ କୋର୍ଟରୁ ମାମଲା ଉଚ୍ଚ ଅଦାଲତରେ ପହଞ୍ଚି ଥାଏ । ଦୋଷୀର ମୃତ୍ୟୁ ଦଣ୍ଡ କମ୍ କରାଯାଇ ପାରିବ । ସବୁ ପରିସ୍ଥିତିର କଠୋର ଦଣ୍ଡର ଅର୍ଥ ମୃତ୍ୟୁ ଦଣ୍ଡ ନୁହେଁ ବୋଲି ଖଣ୍ଡପୀଠ ଦର୍ଶାଇଛନ୍ତି । ସଜା କମ୍ କରିବା ଉପରେ ବି ଶୁଣାଣି ହେବା ଜରୁରୀ । ନିମ୍ନ କୋର୍ଟ କିମ୍ବା ଯେଉଁ କୋର୍ଟ ଏହାର ଶୁଣାଣି କରୁଛନ୍ତି ସେମାନେ ଏହା ଉପରେ ଧ୍ୟାନ ଦେବା ଆବଶ୍ୟକ ବୋଲି ଦୋହରାଇଛନ୍ତି ସୁପ୍ରିମକୋର୍ଟ ।