/odishatv-khabar/media/post_attachments/uploadimage/library/16_9/16_9_0/IMAGE_1653571142.jpg)
Supreme Court
ଦେହ ବ୍ୟବସାୟ ଏକ ଆଇନସମ୍ମତ ପେସା । ପ୍ରାପ୍ତ ବୟସ୍କ ଯୌନ କର୍ମୀ ନିଜ ଇଚ୍ଛାରେ ଦେହ ବ୍ୟବସାୟ କରୁଥିଲେ ଫୌଜଦାରୀ ମାମଲା କରିପାରିବ ନାହିଁ ପୋଲିସ । ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଯୌନ କର୍ମୀଙ୍କ କାମରେ ହସ୍ତକ୍ଷେପ ନକରିବା ପାଇଁ କୋର୍ଟ ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି । ଏପରିକି ଯୌନ କର୍ମୀ ସମ୍ମାନର ସହ ବଞ୍ଚିବା ପାଇଁ ସୁନିଶ୍ଚିତ କରିବେ କେନ୍ଦ୍ର ଓ ରାଜ୍ୟ ସରକାର । ଦେହ ବ୍ୟବସାୟରେ ଲିପ୍ତ ଥିବା ମହିଳାଙ୍କ ବିରୋଧରେ ପୋଲିସ ଅପରାଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ୍ ନୁହେଁ।
କରୋନା ସମୟରେ ଯୌନ କର୍ମୀମାନେ ସମ୍ମୁଖୀନ ହୋଇଥିବା ସମସ୍ୟା ସମ୍ପର୍କରେ ସୁପ୍ରିମକୋର୍ଟ ଏକ ଆବେଦନର ଶୁଣାଣି କରିଛନ୍ତି । ଆଇନ ଅନୁଯାୟୀ ସେମାନେ ମଧ୍ୟ ସମ୍ମାନ ଏବଂ ସମାନ ସୁରକ୍ଷା ପାଇବାକୁ ହକଦାର ବୋଲି ଅଦାଲତ କହିଛନ୍ତି । ସମ୍ବିଧାନର ଧାରା ୧୪୨ ଆଧାରରେ ସୁପ୍ରିମକୋର୍ଟଙ୍କ ୩ ଜଣିଆ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି । ଜଷ୍ଟିସ ଏଲ ନାଗେଶ୍ୱର ରାଓଙ୍କ ଖଣ୍ଡପୀଠ କହିଛନ୍ତି, ଯୌନ କର୍ମୀଙ୍କୁ ଗିରଫ, ଦଣ୍ଡ ବିଧାନ କିମ୍ବା ନିର୍ଯାତନା ଦିଆ ଯାଇପାରିବ ନାହିଁ । ଏହାସହ ଯୌନ କର୍ମୀଙ୍କଠାରୁ ସେମାନଙ୍କ ପିଲାଙ୍କୁ ମଧ୍ୟ ଅଲଗା କରାଯାଇ ପାରିବ ନାହିଁ । ତେବେ ବେଶ୍ୟାଳୟ ଚଳାଇବା ବେଆଇନ ବୋଲି କହିଛନ୍ତି ସୁପ୍ରିମକୋର୍ଟ ।
ଯୌନ କର୍ମୀଙ୍କ ପ୍ରତି ପୋଲିସ ସମ୍ବେଦନଶୀଳ ହେବା ଉଚିତ୍
ଯୌନ କର୍ମୀଙ୍କ ସହ କୌଣସି ଅପରାଧ ଘଟିଲେ, କିମ୍ବା ସେମାନେ ଶୋଷଣର ଶିକାର ହେଲେ ତୁରନ୍ତ ପୋଲିସ ଆଇନ ଅନୁଯାୟୀ ପଦକ୍ଷେପ ନେଇଛନ୍ତି । ସେମାନେ ମଧ୍ୟ ସାଧାରଣ ନାଗରିକ ପରି ସମସ୍ତ ସହାୟତା ପାଇବା ଉଚିତ୍ । ଅନେକ ସମୟରେ ପୋଲିସ ଯୌନ କର୍ମୀଙ୍କ ପ୍ରତି ନିଷ୍ଠୁର ତଥା ହିଂସାତ୍ମକ ମନୋଭାବ ପୋଷଣ କରୁଥିବା ଦେଖିବାକୁ ମିଳେ । ଏପରି ସ୍ଥିତିରେ ପୋଲିସ ଏବଂ ଏଜେନ୍ସିମାନେ ମଧ୍ୟ ଯୌନ କର୍ମୀଙ୍କ ଅଧିକାର ପ୍ରତି ସମ୍ବେଦନଶୀଳ ହେବା ଉଚିତ୍। ଯୌନକର୍ମୀ ମାନଙ୍କୁ ପୋଲିସ ସମ୍ମାନର ସହିତ ବ୍ୟବହାର କରିବା ଉଚିତ । ପୋଲିସ ସେମାନଙ୍କୁ ମୌଖିକ କିମ୍ବା ଶାରୀରିକ ରୂପେ ଖରାପ ବ୍ୟବହାର କରିବା ଆଦୌ ସହନୀୟ ନୁହେଁ ।
ଫଟୋ, ଭିଡ଼ିଓ ଦେଖାଇ ପାରିବେନି ଗଣମାଧ୍ୟମ
ସେହିପରି ଗିରଫ ଓ ରେଡ୍ ବେଳେ ଯୌନ କର୍ମୀଙ୍କ ପରିଚୟ ଗଣମାଧ୍ୟମ ପ୍ରଘଟ କରିବା ଅନୁଚିତ। ସେହିପରି ଦେହଜୀବୀଙ୍କ କ୍ଷେତ୍ରରେ ବ୍ୟବହୃତ କଣ୍ଡମକୁ ଏକ ପ୍ରମାଣ ଭାବେ ଗ୍ରହଣ କରାଯାଇ ପାରିବ ନାହିଁ। ଯେଉଁ ଦେହଜୀବୀ ମାନଙ୍କୁ ପୁଲିସ ଉଦ୍ଧାର କରି କୋର୍ଟରେ ହାଜର କରୁଛି ସେମାନଙ୍କୁ ସୁଧାର ଗୃହରେ ରହିବାକୁ ବ୍ୟବସ୍ଥା କରିବା ଉଚିତ। ପ୍ରାୟ ୨ରୁ ୩ବର୍ଷ ସେମାନଙ୍କୁ ସୁଧାର ଗୃହରେ ରହିବା ବ୍ୟବସ୍ଥା କରିବା ଉଚିତ। ଯଦି ମାଜିଷ୍ଟ୍ରେଟ ଦେଖିବେ ଉଭୟଙ୍କ ସହମତି ଅଛି ତେବେ ସେମାନଙ୍କୁ ମୁକ୍ତ କରାଯାଇ ପାରିବ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)