Advertisment

‘ପୂରା ଦେଶକୁ କ୍ଷମା ମାଗନ୍ତୁ ନୁପୂର’

ବିବାଦୀୟ ମନ୍ତବ୍ୟ ପାଇଁ ସୁପ୍ରିମକୋର୍ଟ ନିଲମ୍ବିତ ବିଜେପି ନେତା ନୁପୂର ଶର୍ମାଙ୍କୁ କଡ଼ା ଭର୍ତ୍ସନା କରିବା ସହ ପୂରା ଦେଶକୁ କ୍ଷମା ମାଗିବା ପାଇଁ କହିଛନ୍ତି।

ଅଦ୍ୟତନ ହୋଇଛି
Supreme Court Blasts Suspended BJP Leader Nupur Sharma

Supreme Court Blasts Suspended BJP Leader Nupur Sharma

Advertisment

ନିଲମ୍ବିତ ବିଜେପି ନେତା ନୁପୂର ଶର୍ମାଙ୍କୁ ସୁପ୍ରିମକୋର୍ଟ କଡ଼ା ଭର୍ତ୍ସନା କରିଛନ୍ତି। ବିବାଦୀୟ ମନ୍ତବ୍ୟ ପାଇଁ ସୁପ୍ରିମକୋର୍ଟ ନୁପୂରଙ୍କୁ କଡ଼ା ଭର୍ତ୍ସନା କରିବା ସହ ପୂରା ଦେଶକୁ କ୍ଷମା ମାଗିବା ପାଇଁ କହିଛନ୍ତି। ତାଙ୍କର ବିବାଦୀୟ ମନ୍ତବ୍ୟ ପାଇଁ ଦେଶରେ ଯାହାବି ଘଟୁଛି, ସେ( ନୁପୂର ଶର୍ମା) ହିଁ କେବଳ ଦାୟୀ ବୋଲି ସୁପ୍ରିମକୋର୍ଟ କହିଛନ୍ତି।

Advertisment

ଜଷ୍ଟିସ୍‌ ସୂର୍ଯ୍ୟକାନ୍ତ କହିଛନ୍ତି, ‘ଆମେମାନେ ଡିବେଟ୍‌ରେ ଦେଖିଛୁ ନୁପୂର ଶର୍ମା କିଭଳି ଭାବେ ଉତ୍ତେଜିତ ହୋଇ ମନ୍ତବ୍ୟ ଦେଉଥିଲେ। ଯେଉଁଭଳି ଭାବେ ସେ ଏସବୁ କଥା କହିଲେ ଏହା ଲଜ୍ଜାଜନକ ଘଟଣା। ଏଥିପାଇଁ ସେ ପୂରା ଦେଶକୁ କ୍ଷମାପ୍ରାର୍ଥନା କରିବା ଉଚିତ୍‌। 

ତାଙ୍କ ବିରୋଧରେ ରୁଜୁ ହୋଇଥିବା ସମସ୍ତ FIRକୁ ସ୍ଥାନାନ୍ତର କରିବା ପାଇଁ ନୁପୂର ସୁପ୍ରିମକୋର୍ଟରେ ପିଟିସନ୍‌ ଆବେଦନ କରିଥିଲେ। କାରଣ ତାଙ୍କୁ ଧମକ ମିଳୁଥିବା ନୁପୂରଙ୍କ ଓକିଲ କହିଛନ୍ତି। ଆବେଦନ ହୋଇଥିବା ପିଟିସନର ଶୁଣାଣି କରି ସୁପ୍ରିମକୋର୍ଟ ନୁପୂରଙ୍କ କଡ଼ା ଭର୍ତ୍ସନା କରିଛନ୍ତି। ତାଙ୍କର ମନ୍ତବ୍ୟ ଜିଦ୍‌ଖୋର ଓ ଅହଂକାରୀ ଚରିତ୍ର ଭଳି ଦର୍ଶାଉଛି ବୋଲି ସୁପ୍ରିମକୋର୍ଟ କହିଛନ୍ତି। 

Advertisment

ନିଲମ୍ବିତ ହୋଇଥିବା ବିଜେପି ପ୍ରବକ୍ତା ନୁପୂର ଶର୍ମାଙ୍କ ସମର୍ଥନରେ ସୋସିଆଲ୍ ମିଡିଆରେ ପୋଷ୍ଟ କରିଥିବା ଜଣେ ଟେଲର୍‌ଙ୍କୁ ରାଜସ୍ଥାନ ଉଦୟପୁରରେ ହତ୍ୟା କରାଯାଇଛି। ହତ୍ୟା ପରେ ଏହି ଭିଡିଓକୁ ୨ ଜଣ ଦୁର୍ବୃତ୍ତ ସୋସିଆଲ୍‌ ମିଡିଆରେ ପୋଷ୍ଟ କରିଥିଲେ। 

Supreme Court Nupur Sharma
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ