Advertisment

ଛାତ୍ରୀଙ୍କ ଆଡ୍‌ମିଟ୍ କାର୍ଡରେ ସନ୍ନୀ ଲିଓନ୍‌ଙ୍କ ଅଶ୍ଳୀଳ ଫଟୋ

ସରକାରୀ ଶିକ୍ଷକ ନିଯୁକ୍ତି ପରୀକ୍ଷା ନେଇ ଆସିଲା ଆଡ୍‌ମିଟ୍ କାର୍ଡ। କିନ୍ତୁ ଯୁବତୀଙ୍କ ହୋସ୍ ଉଡିଗଲା ଫଟୋ ଦେଖି। ଏଥିରେ ତାଙ୍କ ଫଟୋ ନଥିଲା, ଥିଲା ବ୍ଲୁ ଫିଲ୍ମ ଷ୍ଟାର୍ ସନ୍ନୀ ଲିଓନଙ୍କ ଅଶ୍ଳୀଳ ଫଟୋ। ଏହା ପରେ ରାଜନୀତି ମହଲରେ ଖେଳିଯାଇଛି ବିସ୍ଫୋରଣ।

ଅଦ୍ୟତନ ହୋଇଛି
Sunny Leone Photo On Admit Card

Sunny leone photo on admit card of Karnataka teacher Examination

Advertisment

ଥରେ ଭାବିଲେ, ମନେକର ଆପଣ ଏକ ସରକାରୀ ଚାକିରି ପାଇଁ ଫର୍ମ ପୂରଣ କରିଛନ୍ତି ଆଉ ଏହାର ପରୀକ୍ଷାର ଆଡମିଟ୍ କାର୍ଡ ଆସିଛି। କିନ୍ତୁ ଏଥିରେ ଆପଣଙ୍କ ବଦଳରେ ଏକ ଫିଲ୍ମ ଷ୍ଟାରର ଅଶ୍ଳୀଳ ଫଟୋ ଅଛି, ତେବେ ଆପଣଙ୍କ ଭାବନାରେ କ’ଣ ହେବ। କର୍ଣ୍ଣାଟକର ଜଣେ ଯୁବତୀ ସହିତ ଏମିତି ହିଁ ହୋଇଛି।

Advertisment

ସରକାରୀ ଶିକ୍ଷକ ନିଯୁକ୍ତି ପାଇଁ କର୍ଣ୍ଣାଟକର ଜଣେ ଯୁବତୀ ଅନ୍‌ଲାଇନ୍‌ରେ ଆବେଦନ କରିଥିଲେ। ଆବେଦନକାରୀଙ୍କ ଅନୁଯାୟୀ ସେ ସମସ୍ତ ବିବରଣୀ ପୁଙ୍ଖାନୁପୁଙ୍ଖ ଯାଞ୍ଚ କରିଥିଲେ। ସଠିକ୍ ପାସ୍‌ପୋର୍ଟ ସାଇଜ୍ ଫଟୋଗ୍ରାଫ୍ ମଧ୍ୟ ଅପଲୋଡ୍ କରିଥିଲେ। କିନ୍ତୁ ଯେତେବେଳେ ଶିକ୍ଷକ ନିଯୁକ୍ତି ପରୀକ୍ଷାର ଆଡମିଟ୍ କାର୍ଡ ଆସିଲା, ସେତେବେଳେ ତାଙ୍କର ହୋସ୍ ଉଡ଼ିଗଲା। ଆଡମିଟ୍ କାର୍ଡରେ ଆବେଦନ କରିଥିବା ଯୁବତୀଙ୍କ ବଦଳରେ ଫିଲ୍ମ ଷ୍ଟାର ସନ୍ନୀ ଲିଓନଙ୍କ ଅଶ୍ଳୀଳ ଫଟୋ ଥିଲା। ବର୍ତ୍ତମାନ ଏହି ଆଡମିଟ୍ କାର୍ଡର ଫଟୋ ଟ୍ୱିଟରରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି।

Sunny leone photo on admit card of Karnataka teacher Examinationଛାତ୍ରୀଙ୍କ ଆଡ୍ମିଟ୍ କାର୍ଡରେ ସନ୍ନୀ ଲିଓନ୍‌ଙ୍କ ଅଶ୍ଳୀଳ ଫଟୋ

ଆଡମିଟ୍ କାର୍ଡରେ ସନ୍ନୀ ଲିଓନଙ୍କ ଫଟୋ ରହିବା ଘଟଣା କର୍ଣ୍ଣାଟକ ଶିକ୍ଷକ ନିଯୁକ୍ତି ପରୀକ୍ଷା ୨୦୨୨ ର। ଏହି ପ୍ରସଙ୍ଗକୁ ନେଇ କଂଗ୍ରେସର କର୍ଣ୍ଣାଟକ ସୋସିଆଲ ମିଡିଆ ଚେୟାରମ୍ୟାନ୍ ବି.ଆର୍‌ ନାଇଡୁଙ୍କ ଟୁଇଟ୍ ପରେ ଏହାକୁ ନେଇ ଏକ ବଡ଼ ଆଲୋଡ଼ନ ଦେଖାଦେଇଛି। ଶାସକ ଦଳ ଏବଂ କର୍ଣ୍ଣାଟକର ବିରୋଧୀଙ୍କ ମଧ୍ୟରେ ଟ୍ୱିଟର ଯୁଦ୍ଧ ଆରମ୍ଭ ହୋଇଯାଇଛି। ବର୍ତ୍ତମାନ ଏହି ମାମଲା ଏତେ ବଢିଯାଇଛି ଯେ କର୍ଣ୍ଣାଟକର ଶିକ୍ଷା ବିଭାଗ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛି।

Advertisment

କର୍ଣ୍ଣାଟକ କଂଗ୍ରେସସୋସିଆଲ ମିଡିଆ ଚେୟାରମ୍ୟାନ୍ ବି.ଆର୍‌ ନାଇଡୁ ଆଡମିଟ୍ କାର୍ଡର ଫଟୋ ଟ୍ୱିଟ୍ କରି ଲେଖିଛନ୍ତି ଯେ ଶିକ୍ଷକ ନିଯୁକ୍ତି ଆ୍‌ଡମିଟ୍ କାର୍ଡରେ ପ୍ରାର୍ଥୀଙ୍କ ବଦଳରେ ବ୍ଲୁ ଫିଲ୍ମ ଷ୍ଟାର୍‌ ସନ୍ନୀ ଲିଓନଙ୍କ ଫଟୋ ରହିଛି। ଗୃହରେ ବ୍ଲୁ ଫିଲ୍ମ ଦେଖୁଥିବା ପାର୍ଟି ଠାରୁ ଆଉ ବା କ’ଣ ଆଶା କରାଯାଇପାରେ।

ଏହି ଟ୍ୱିଟ୍‌ରେ ସେ କର୍ଣ୍ଣାଟକ ଶିକ୍ଷା ମନ୍ତ୍ରୀ ବିସି ନାଗେଶଙ୍କୁ ମଧ୍ୟ ଟ୍ୟାଗ୍‌ କରିଛନ୍ତି ଏବଂ ଲେଖିଛନ୍ତି ଯେ “ଯଦି ଆପଣ କୌଣସି ବ୍ଲୁ ଫିଲ୍ମ ଷ୍ଟାର୍‌ଙ୍କ୍ ଫଟୋ ଦେଖିବାକୁ ଚାହାଁନ୍ତି, ତେବେ ଏହାର ଫଟୋ ଘରେ ଟାଙ୍ଗନ୍ତୁ। କିନ୍ତୁ ଶିକ୍ଷା ବିଭାଗକୁ ବ୍ୟବହାର କରନ୍ତୁ ନାହିଁ।”

Advertisment

ବିଆର୍‌ ନାଇଡୁଙ୍କ ଟ୍ୱିଟ୍‌ ପରେ କର୍ଣ୍ଣାଟକ ଶିକ୍ଷା ମନ୍ତ୍ରୀ ବିସି ନାଗେଶଙ୍କ କାର୍ଯ୍ୟାଳୟ ମଧ୍ୟ ଏକ ବିବୃତ୍ତି ଜାରି କରିଛି। କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ ଫର୍ମ ପୂରଣ କରିବା ସମୟରେ ପ୍ରାର୍ଥୀ ଅପ୍‌ଲୋଡ୍ କରିଥିବା ଫଟୋକୁ ସିଷ୍ଟମ ଗ୍ରହଣ କରିଥାଏ। ଆମେ ପ୍ରାର୍ଥୀଙ୍କୁ ପଚାରିଲୁ କି ସେ ସନ୍ନୀ ଲିଓନଙ୍କ ଫଟୋ ଅପଲୋଡ୍ କରିଛନ୍ତି କି?

ଏହାର ଉତ୍ତରରେ ସେ କହିଥିଲେ ଯେ ତାଙ୍କ ସ୍ୱାମୀଙ୍କ ବନ୍ଧୁଙ୍କ ଦ୍ୱାରା ଫର୍ମ ପୂରଣ କରାଯାଇଥିଲା। ତାଙ୍କର ପ୍ରତ୍ୟେକ ବିବରଣୀ ଅନ୍‌ଲାଇନ୍‌ରେ ଅପଲୋଡ୍ ହୋଇଥିଲା। ଏହି ପ୍ରସଙ୍ଗରେ କର୍ଣ୍ଣାଟକ ଶିକ୍ଷା ବିଭାଗ କହିଛି ଯେ ଘଟଣାର ତଦନ୍ତ ପରେ ଏଫ୍‌ଆଇଆର୍‌ କରାଯିବ।

Sunny Leone Education Department
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ