Advertisment

ନିତି ଆୟୋଗ ଉପାଧ୍ୟକ୍ଷ ହେଲେ ସୁମନ କେ. ବେରି

ନୀତି ଆୟୋଗର ପରବର୍ତ୍ତୀ ଉପାଧ୍ୟକ୍ଷ ହେଲେ ସୁମନ କେ ବେରି । ସରକାର ସୁମନ କେ. ବେରିଙ୍କୁ ନୀତି ଆୟୋଗ ଉପାଧ୍ୟକ୍ଷ ଭାବେ ନିଯୁକ୍ତ କରିଛନ୍ତି ।

author-image
Otv Khabar Bureau
ଅଦ୍ୟତନ ହୋଇଛି
Suman Bery to take over as NITI Aayog vice chairperson

Suman Bery to take over as NITI Aayog vice chairperson

ନୀତି ଆୟୋଗର ପରବର୍ତ୍ତୀ ଉପାଧ୍ୟକ୍ଷ ହେଲେ ସୁମନ କେ ବେରି । ସରକାର ସୁମନ କେ. ବେରିଙ୍କୁ ନୀତି ଆୟୋଗ ଉପାଧ୍ୟକ୍ଷ ଭାବେ ନିଯୁକ୍ତ କରିଛନ୍ତି । ନୀତି ଆୟୋଗ ଉପାଧ୍ୟକ୍ଷ ପଦରୁ ରାଜୀବ କୁମାରଙ୍କ ଇସ୍ତଫା ପରେ ସୁମନ କେ. ବେରିଙ୍କୁ ତାଙ୍କ ସ୍ଥାନରେ ନିଯୁକ୍ତି ଦିଆଯାଇଛି । ଆସନ୍ତା ମେ ମାସ ପହିଲାରୁ ସୁମନ ବେରି ଦାୟିତ୍ୱ ଗ୍ରହଣ କରିବେ ।

Advertisment

ପୂର୍ବରୁ ସୁମନ ବେରି ନାସନାଲ କାଉନସିଲ୍ ଅଫ୍ ଆପ୍ଲାଏଡ୍ ଇକୋନୋମିକ୍ ରିସର୍ଚ୍ଚ ସଂସ୍ଥାରେ ନିର୍ଦ୍ଦେଶକ ଭାବେ ଥିଲେ । ପ୍ରଧାନମନ୍ତ୍ରୀଙ୍କ ଅର୍ଥନୀତି ପରାମର୍ଶଦାତା ପରିଷଦରେ ସଦସ୍ୟ ଥିଲେ ସୁମନ ବେରି । ଏହାସହ ଷ୍ଟାଟିଷ୍ଟିକାଲ କମିଶନ ଏବଂ ରିଜର୍ଭ ବ୍ୟାଙ୍କ୍ ଅଫ୍ ଇଣ୍ଡିଆରେ ବୈଷୟିକ ପରାମର୍ଶଦାତା ମଧ୍ୟ ଥିଲେ ସୁମନ କେ. ବେରି ।

Advertisment

ସୂଚନା ଅନୁସାରେ,ଇସ୍ତଫା ଦେଇଥିବା ରାଜୀବ କୁମାର ୨୦୧୭ରେ ନୀତି ଆୟୋଗ ଉପାଧ୍ୟକ୍ଷ ଭାବେ ଦାୟିତ୍ୱ ନେଇଥିଲେ । ରାଜୀବ କୁମାରଙ୍କ ଇସ୍ତଫା ଗୃହୀତ ହୋଇଥିବା ଜଣାପଡିଛି ଆସନ୍ତା ୩୦ ତାରିଖରେ ତାଙ୍କର କାର୍ଯ୍ୟକାଳ ଶେଷ ହେଉଛି । ତେବେ କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ସେ ଇସ୍ତଫା ଦେଇଛନ୍ତି ।

ନୀତି ଆୟୋଗରେ ରାଜୀବ କୁମାର ଦାୟିତ୍ୱ କାଳରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ତାଙ୍କ କାର୍ଯ୍ୟକାଳରେ କୃଷି, ଅର୍ଥନୀତି, ପୁଂଜିନିବେଶ, ବିଦ୍ୟୁତ ଚାଳିତ ଯାନ କ୍ଷେତ୍ରରେ ଅନେକ ପ୍ରମୁଖ ନିଷ୍ପତ୍ତି ନିଆଯାଇଥିଲା ।

NITI Aayog Vice Chairman Suman K Bery
Advertisment
Advertisment