ISKCON to use sukhoi tyres
ଶ୍ରୀଜଗନ୍ନାଥଙ୍କ ରଥରେ ଲାଗିବ ସୁଖୋଇ ଟାୟାର । ଚଳିତବର୍ଷ କୋଲକାତାରେ ଇସ୍କନ ରଥଯାତ୍ରା ପାଇଁ ଏମିତି କିଛି ଆୟୋଜନ ହୋଇଛି । ରଥ ପାଇଁ ମୁଖ୍ୟତଃ ସ୍ୱତନ୍ତ୍ର କାଠରେ ଚକ ନିର୍ମାଣ ହେଉଥିବାବେଳେ ଇସ୍କନ ଲଗାଇବାକୁ ଯାଉଛି ସୁଖୋଇ ଫାଇଟର ଜେଟ୍ ଟାୟାର । ପୂର୍ବରୁ ବୋଇଂ ବିମାନ ଟାୟାର ବ୍ୟବହାର କରୁଥିଲା କୋଲକାତା ଇସ୍କନ । ଏହି ଟାୟାର ରନୱେ କ୍ଷମତା ଘଣ୍ଟା ପ୍ରତି ୨୮୦ କିଲୋମିଟର ରହିଛି । ଗତବର୍ଷ ଷ୍ଟିୟରିଂ ଖରାପ ଥିବା କାରଣରୁ ଏହି ପରିବର୍ତ୍ତନ କରାଯାଇଥିବା କୁହାଯାଉଛି । ଏହି ଟାୟାରର ଓଜନ ୧୧୦ କିଲୋଗ୍ରାମ ହୋଇଥିବାବେଳେ ଏହା ୪ ଫୁଟ୍ ବ୍ୟାସାର୍ଦ୍ଧ ବିଶିଷ୍ଟ । ସୁଖୋଇ ଫାଇଟର ଜେଟ୍ ଟାୟାର(Su-30MKI) ନିର୍ମାଣ କରୁଛି MRF । ଏହି ଟାୟାରର ଘଣ୍ଟା ପ୍ରତି ପ୍ରାୟ ଦେଢ କିଲୋମିଟର ବେଗରେ ଗଡିବାର କ୍ଷମତା ରହିଛି ।
କୋଲକାତା ଇସ୍କନ ଉପାଧ୍ୟକ୍ଷ ରାଧାରମଣ ଦାସଙ୍କ କହିଛନ୍ତି, "ଆମେ ଯେତେବେଳେ MRFକୁ ଯୋଗାଯୋଗ କରିଥିଲୁ, ରଥ ପାଇଁ ଏହି ଟାୟାର ନିର୍ମାଣ କଥା ଶୁଣି ପ୍ରଥମେ ବିଶ୍ୱାସ କରିପାରିନଥିଲେ କମ୍ପାନୀ ଅଧିକାରୀ । ସେମାନେ ରଥର ନିରୀକ୍ଷଣ କରିବାକୁ କୋଲକାତା ଆସିଥିଲେ । ପରେ ବୋଇଂ ବିମାନ ଟାୟାରରେ ରଥ ୪୮ ବର୍ଷ ଧରି ଚାଲୁଥିବା ସେମାନେ ଦେଖିଥିଲେ। ସୁଖୋଇ ଟାୟାର ମଜବୁତ ହୋଇଥିବାରୁ ଆମେ ତାଙ୍କୁ ନିବେଦନ କରିଥିଲୁ । ଆଉ ସେ ଟାୟାର ବିକ୍ରି ପାଇଁ ଶେଷରେ ରାଜି ହୋଇଛନ୍ତି । ଏଥିପାଇଁ ପହିଆ ଡ୍ରମ, ବେସ୍ ଫ୍ରେମ ଏବଂ ଏକ୍ସିଲ ଫିଟିଂ ଆଦି ପରିବର୍ତ୍ତନ କରିବାକୁ ହେବ । କିନ୍ତୁ ରଥରେ ଲାଗିଥିବା ପାରମ୍ପରିକ କାଠ ଏବଂ ଲୁହା ଆଦି ପୂରା ସୁରକ୍ଷିତ ରହିବ ।"
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1748783330.jpg)