Advertisment

ଖୋଲୁଛି ସୁକେଶଙ୍କ ଠକେଇ ସାମ୍ରାଜ୍ୟର ଗୁମର

ଖୋଲିବାରେ ଲାଗିଛି ସୁକେଶ ଚନ୍ଦ୍ରଶେଖରଙ୍କ ଠକେଇ ସାମ୍ରାଜ୍ୟର ଗୋଟିଏ ପରେ ଗୋଟିଏ ଫର୍ଦ୍ଦ । ଖାଲି ୨୦୦ କୋଟି ଠକେଇ ନୁହେଁ ସୁକେଶଙ୍କ ବ୍ୟକ୍ତିଗତ ଜୀବନ ସମ୍ପର୍କରେ ଏପରି କିଛି ତଥ୍ୟ ଏବେ ସାମ୍ନାକୁ ଆସିଛି । ଯାହା ତଦନ୍ତକାରୀ ସଂସ୍ଥା ଇଡିର ହୋସ୍ ଉଡ଼ାଇ ଦେଇଛି ।

Sukesh Chandrasekha

Sukesh Chandrasekha

Advertisment

ମନି ଲଣ୍ଡ୍ରିଂ ମାମଲାରେ ଗିରଫ ହୋଇଥିବା ମହାଠକ ସୁକେଶ ଚନ୍ଦ୍ରଶେଖରଙ୍କ ଖୋଲୁଛି ଗୁମର । ତିହାର ଜେଲରେ ଥିବା ସୁକେଶଙ୍କୁ ପ୍ରତି ମାସ ଦେଖା କରୁଥିଲେ ବଲିଉଡ୍ର ଟପ୍ ହିରୋଇନ ଜ୍ୟାକଲିନ୍ ଫର୍ଣ୍ଣାଡିଜ୍, ନୋରା ଫତେଙ୍କ ସମେତ ଆହୁରୀ ୧୦ ଜଣ ଅଭିନେତ୍ରୀ ଓ ମଡେଲ୍ । ଆଉ ଏଥିପାଇଁ ତିହାର ଜେଲରେ ହେଉଥିବା ସ୍ୱତନ୍ତ୍ର ଆୟୋଜନ୍ ଆଲିସାନ୍ ବ୍ୟବସ୍ଥା ସହ ଏକ ସେ ବଢ଼କର ଏକଖାଦ୍ୟର ଆସର ବି ଜମୁଥିଲା । ଏଥିପାଇଁ ସୁକେଶ କୁଆଡ଼େ କୋଟିଏ ଟଙ୍କା ତିହାର ଜେଲକୁ ଦେଉଥିଲା ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି ।

Advertisment

ଏହିସବୁ ପାଇଁ ସୁକେଶଙ୍କୁ ତାଙ୍କ ପତ୍ନୀ ଲିନା ପଲ୍ ସହାୟତା କରୁଥିଲେ । ସୁକେଶ ବାହାରେ ଥିବା ବେଳେ ବି ଏହି ଅଭିନେତ୍ରୀଙ୍କ ସହ ସମ୍ପର୍କ ଥିଲା । ଗତକାଲି ଏହି ମାମଲାରେ ଇଡି ଚାର୍ଜସିଟ୍ ଦାଖଲ କରିଛି । ଯେଉଁଥିରେ ସୁକେଶଙ୍କ ସହ ପତ୍ନୀ ଲିନାଙ୍କ ନାଁ ବି ରହିଛି । ସୁକେଶଙ୍କ ଅଫିସ୍, କାରବାର, ଠକେଇ ସବୁଥିରେ ସେ ପାର୍ଟନର ଥିବା ଦର୍ଶାଯାଇଛି ।

ସୂଚନା ଅନୁଯାୟୀ ରାନଭ୍ୟାକ୍ସିର ପୂର୍ବତନ ପ୍ରମୋଟର୍ଙ୍କଠାରୁ ୨ ଶହ କୋଟି ଠକେଇ ମାମଲାରେ ମୁଖ୍ୟ ଅଭିଯୁକ୍ତ ସୁକେଶ ଚନ୍ଦ୍ରଶେଖରଙ୍କୁ ପଚରା ଉଚୁରା କରାଯାଇଥିଲା । ରାନ୍‌ବ୍ୟାକ୍ସି କମ୍ପାନୀର ମାଲିକ ଶିବେନ୍ଦ୍ର ସିଂଙ୍କ ପତ୍ନୀ ଆଦିତି ସିଂଙ୍କୁ ମଧ୍ୟ ନିଜ ଜାଲରେ ଫସାଇଛନ୍ତି । ସୁକେଶ ସ୍ୱର ବଦଳାଇ ଟଙ୍କା ଲୁଟିବା ପାଇଁ ଆଦିତି ସିଂଙ୍କ ସହ କଥା ହୋଇଥିଲେ।

Advertisment
sukesh chandrasekharsukesh chandrasekhar

ଏହି ମାମଲାର ଖୁଲାସା ପରେ ସୁକେଶ ଚନ୍ଦ୍ରଶେଖର ଏବଂ ଆଦିତି ସିଂଙ୍କୁ ଇଡି ପ୍ରଶ୍ନ କରିଛି। ଦୁର୍ଦ୍ଦାନ୍ତ ସୁକେଶ କହିଥିଲା, ସେ ପିଏମଓରେ କାମ କରୁଥିଲେ। ସେ ଆଦିତିଙ୍କୁ ଟେଲିଗ୍ରାମରେ କଥା ହେବାକୁ କହିଥିଲେ। କିନ୍ତୁ ହ୍ୱାଟସ୍‌ ଆପ୍ ଜରିଆରେ ସେ ଆଦିତିଙ୍କ ଭଉଣୀ ସହ କଥା ହୋଇଥିବା ନେଇ ଇଡି ଖୁଲାସା କରିଛି।

Sukesh Chandrasekha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ