• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ସୁଗର ଫ୍ରି ଆମ୍ବ । ଖାଇବାକୁ ମିଠା ଲାଗିବ । କିନ୍ତୁ ସାଧାରଣ ଆମ୍ବ ଭଳି ଖାଇଲେ ଆପଣଙ୍କୁ ହେବନି ମଧୁମେହ । ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ସୁଦ୍ଧା କଥା ସତ । ବାଇଗଣପଲି, ଆମ୍ରପଲି, କଲମି ଭଳି ଅନେକ ଆମ୍ବ କଥା ଆପଣ ଶୁଣିଥିବେ । ହେଲେ କେବେ ଭାବିଛନ୍ତି ସୁଗର ଫ୍ରି ଆମ୍ବ କଥା ।

ବିହାର ମୁଜାଫରପୁର ଚାଷୀ ଭୂଷଣ ସିଂ ଏବେ ଫଳାଇଛନ୍ତି ଏଭଳି କିଛି ଆମ୍ବ । ଯାହାକୁ ସେ ସୁଗରଫ୍ରି ବୋଲି ଦାବି କରିଛନ୍ତି । ଏହାର ରାସାୟନିକ ନାମ ରହିଛି ଆମେରିକନ୍ ବିୟୁଟି । ଏହି ଆମ୍ବ ଦେଖିବାକୁ ସାଧାରଣ ଆମ୍ବଠୁ ଟିକିଏ ଭିନ୍ନ । ଦୂରରୁ ଏହା ସେଓ ଭଳି ମନେ ହୁଏ । ତାସହ ରଙ୍ଗ ବି ଏହାର ହଲଦିଆ ନୁହେଁ । ଇସତ ନାଲି ସହ ହାଲକା କଳା ରଙ୍ଗର ଦେଖାଯାଏ ।

ଚାଷୀ ଭୂଷଣ ସିଂଙ୍କ କହିବା ଅନୁସାରେ ଏହି ଆମ୍ବ କଷି ଧରିବାରୁ ପାଚିଲା ଯାଏଁ ୧୬ ଥର ରଙ୍ଗ ବଦଳାଇଥାଏ । ଭିନ୍ନ ଭିନ୍ନ ରଙ୍ଗର ହେବା ପରେ ଏପରି ହାଲକା କଳା ରଙ୍ଗ ହେଲେ ଜାଣିବେ କି ଏହା ପାଚିଛି । ୫ ମାସ ଗଛରେ ରହିବା ପରେ ଏହାକୁ ତୋଳା ଯାଇଥାଏ । ଏବେ ଭୂଷଣଙ୍କ ଏହି ବଗିଚା ଅନ୍ୟଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି । ଦୂର ଦୂରାନ୍ତରରୁ ଲୋକେ ଏହି ଆମ୍ବକୁ ଦେଖିବାକୁ ଆସୁଛନ୍ତି ।