Advertisment

Study Loan: PM ବିଦ୍ୟାଲକ୍ଷ୍ମୀ ଯୋଜନା, ୮୬୦ ଶିକ୍ଷାନୁଷ୍ଠାନରେ ପଢ଼ିବାକୁ ଦିଆଯିବ ଋଣ

ସାଢ଼େ ୭ ଲକ୍ଷ ପର୍ଯ୍ୟନ୍ତ ଋଣର ୭୫% କ୍ରେଡିଟ ଗ୍ୟାରେଣ୍ଟି ଦେବେ କେନ୍ଦ୍ର ସରକାର। ପରିବାର ଆୟ ୮ ଲକ୍ଷ ପର୍ଯ୍ୟନ୍ତ ଥିଲେ, ୩% ସୁଧରେ ୧୦ ଲକ୍ଷ ଟଙ୍କା ଯାଏଁ ଋଣ ମିଳିବ।

Study Loan

Study Loan

Advertisment

ପିଏମ୍ ବିଦ୍ୟାଲକ୍ଷ୍ମୀ ଯୋଜନାକୁ କେନ୍ଦ୍ର କ୍ୟାବିନେଟର ମଂଜୁରୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ମୋଟ ୩ହଜାର ୬ଶହ କୋଟି ଟଙ୍କା ବ୍ୟୟରେ ପିଏମ୍ ବିଦ୍ୟାଲକ୍ଷ୍ମୀ ଯୋଜନାକୁ ମଞ୍ଜୁରୀ ମିଳିଛି। ଏହି ଯୋଜନା ଦ୍ବାରା ମେଧାବୀ ଛାତ୍ରଛାତ୍ରୀଙ୍କ ପାଇଁ ଉଚ୍ଚଶିକ୍ଷା କ୍ଷେତ୍ରରେ ଥିବା ପ୍ରତିବନ୍ଧକ ଦୂର ହେବ। ସେମାନଙ୍କୁ ସହଜ ସରଳ ଉପାୟରେ ଶିକ୍ଷା ଋଣ ମିଳିବ।

Advertisment

ମେଧାବୀ ଛାତ୍ରଛାତ୍ରୀଙ୍କୁ ଶ୍ରେଷ୍ଠ ୮୬୦ ଶିକ୍ଷାନୁଷ୍ଠାନରେ ପଢ଼ିବାକୁ ଋଣ ଦିଆଯିବ। ଏହାଦ୍ବାରା ପ୍ରତି ବର୍ଷ ପ୍ରାୟ ୨୨ ଲକ୍ଷ ମେଧାବୀ ଛାତ୍ରଛାତ୍ରୀ ଉପକୃତ ହେବେ। ଡିଜିଟାଲ ଆପ୍ଲିକେସନ ଜରିଆରେ ବିନା ବାଧାରେ ମେଧାବୀଙ୍କୁ ଋଣ ମିଳିବ। ସାଢ଼େ ୭ ଲକ୍ଷ ପର୍ଯ୍ୟନ୍ତ ଋଣର ୭୫% କ୍ରେଡିଟ ଗ୍ୟାରେଣ୍ଟି ଦେବେ କେନ୍ଦ୍ର ସରକାର। ପରିବାର ଆୟ ୮ ଲକ୍ଷ ପର୍ଯ୍ୟନ୍ତ ଥିଲେ, ୩% ସୁଧରେ ୧୦ ଲକ୍ଷ ଟଙ୍କା ଯାଏଁ ଋଣ ମିଳିବ।

ଏହି ଯୋଜନାରେ ବାର୍ଷିକ ସର୍ବାଧିକ ୧ ଲକ୍ଷ ପିଲା ସାମିଲ ହୋଇପାରିବେ। ଯେଉଁ ଶିକ୍ଷାର୍ଥୀ ପରିବାରର ଆୟ ୮ ଲକ୍ଷ ଯାଏ ରହିଥିବ, ସେମାନେ ୩% ସୁଧ ହାରରେ ୧୦ ଲକ୍ଷ ଟଙ୍କା ଯାଏ ଋଣ ନେଇପାରିବେ। ଏହି ବ୍ୟବସ୍ଥା ପୂର୍ବରୁ ୪.୫ ଲକ୍ଷ ଟଙ୍କା ଯାଏ ଆୟ ଥିବା ପରିବାର ପିଲାଙ୍କୁ ମିଳୁଥିଲା।

Advertisment

ଆର୍ଥିକ ଅଭାବରୁ କୌଣସି ମେଧାବୀ ଶିକ୍ଷାର୍ଥୀ ଯେମିତି ଉଚ୍ଚ ଶିକ୍ଷାରୁ ବଞ୍ଚିତ ନ ହେବେ, ସେଥିପାଇଁ ସରକାର ଏପରି ଯୋଜନା ଆଣିଥିବା କହିଛନ୍ତି। ଜଣେ ଆଶାୟୀ ପ୍ରଧାନମନ୍ତ୍ରୀ ବିଦ୍ୟା ଲକ୍ଷ୍ମୀ ପୋର୍ଟଲା ଜରିଆରେ ଋଣ ପାଇଁ ଆବେଦନ କରିପାରିବେ। ଏହି ପୋର୍ଟାଲ ମାଧ୍ୟମରେ ଋଣ ପ୍ରଦାଦନକୁ ଅନୁମତି ଦିଆଯିବ। ୭.୫ ଲକ୍ଷ ଯାଏ ଋଣକୁ ୭୫% କ୍ରେଡିଟ ଗ୍ୟାରେଣ୍ଟ ଦିଆଯିବ। ସମସ୍ତ ସରକାରୀ ଓ ଘରୋଇ ଆର୍ଥିକ ଅନୁଷ୍ଠାନ ଗୁଡ଼ିକ ଏହି ଯୋଜନାରେ ସାମିଲ ହୋଇପାରିବେ। 

 

Narendra Modi BJP
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ