Advertisment

ଏଣିକି ସ୍କୁଲକୁ ଯିବାକୁ ପଡ଼ିବନି, ସ୍କୁଲ ଆପଣଙ୍କ ପାଖରେ ପହଞ୍ଚିବ

ଗରିବ, ବସ୍ତି, ଫୁଟପାଥରେ ରହୁଥିବା ପିଲାଙ୍କ ପାଇଁ ବ୍ୟବସ୍ଥା। ମାଗଣାରେ ପିଲାଙ୍କୁ ମିଳୁଛି ପାଠପଢ଼ା।

ଅଦ୍ୟତନ ହୋଇଛି
Gujarat Mobile School

student taught inside school bus

Advertisment

ସ୍କୁଲ ପାଇଁ ବସ୍ କଥା ଶୁଣିଥିବେ କିନ୍ତୁ ବସରେ ସ୍କୁଲ... ଟିକିଏ ଅଜବ ଲାଗୁଛି ନା! ଗୁଜରାଟ ସୁରତରେ ଏବେ ଏମିତି କିଛି ‘ବସ୍ ସ୍କୁଲ’ ଚାଲିଛି। ଗରିବ, ବସ୍ତିରେ ରହୁଥିବା ପିଲା, ଯେଉଁମାନେ ସ୍କୁଲ ଯିବା ବି ସମ୍ଭବ ନୁହେଁ ସେମାନଙ୍କ ପାଇଁ ଏମିତି କିଛି ବ୍ୟବସ୍ଥା ଆରମ୍ଭ କରିଛି ସ୍ବେଚ୍ଛାସେବୀ ସଂଗଠନ। 

Advertisment

ଏଣିକି ସ୍କୁଲକୁ ଯିବାକୁ ପଡ଼ିବନି, ସ୍କୁଲ ଆପଣଙ୍କ ପାଖରେ ପହଞ୍ଚିବ। ପ୍ରାର୍ଥନା ଗାଇବେ, ଖେଳିବେ ଆଉ ସେଇ ଖେଳରେ ଖେଳରେ ହେବ ପାଠପଢ଼ା। ପିଲାଙ୍କୁ ସ୍କୁଲ୍ ନେବାକୁ ବସ୍ ଆସିବ। ପିଲାଙ୍କୁ ପାଠ ପଢ଼ାଇବାକୁ ନେବାକୁ ଆସିବ ସତ କିନ୍ତୁ ବାହାର କେଉଁ ସ୍କୁଲ ନୁହେଁ ବରଂ ଏହି ବସ୍ ହିଁ ସ୍କୁଲା ଏମିତି କିଛି ବ୍ୟବସ୍ଥା ଏବେ ଗୁଜରାଟ ସୁରତରେ ଆରମ୍ଭ ହୋଇଛି। ବସ୍ତି ପିଲାଙ୍କୁ ପାଠ ପଢ଼ାଇବା ପାଇଁ ସ୍କୁଲ ବସ୍ ସେବା ଆରମ୍ଭ କରିଛି ବିଦ୍ୟାପୀଠ-ବିଦ୍ୟାକୁଞ୍ଜ ସଂଗଠନ। ପ୍ରତିଦିନ ୩ ଘଣ୍ଟା ଯାଏଁ ପିଲାଙ୍କୁ ବସ୍‌ରେ ଏମିତି ପାଠ ପଢ଼ାଯାଉଛି।

ବସ୍ ସ୍କୁଲ୍ ଅଥବା ମୋବାଇଲ ସ୍କୁଲ୍ ସୁରତ ଓ ଆଖପାଖ ଅଞ୍ଚଳକୁ ଯାଇ ଫୁଟପାଥ୍ ଓ ବସ୍ତିରୁ ଗରିବ ପିଲାଙ୍କୁ ପ୍ରତିଦିନ ଏକଜୁଟ କରିଥାଏ। ପିଲାଙ୍କୁ ମାଗଣାରେ ବହି, ସ୍ଲେଟ୍ ସହ ସମସ୍ତ ଆନୁସଙ୍ଗିକ ସାମଗ୍ରୀ ଯୋଗାଇ ଦିଆଯାଇଛି। ନାଚି ଗାଇ ପିଲାଙ୍କୁ ପାଠ ପଢ଼ାନ୍ତି ସ୍ୱତନ୍ତ୍ର ପ୍ରଶିକ୍ଷିତ ଶିକ୍ଷକ। ପ୍ରତି ବସରେ ୩୨ ଜଣ ପିଲାଙ୍କ ପାଇଁ ବ୍ୟବସ୍ଥା ହୋଇଛି।

Advertisment

ପ୍ରାଥମିକ ସ୍ତରରେ କିଛି ବସ୍ ଏବେ ସ୍କୁଲରେ ପରିଣତ ହୋଇଛି। ଆଗକୁ ଆହୁରି ଅନେକ ଏପରି ବସ୍ ସ୍କୁଲ ବ୍ୟବସ୍ଥା ହେବାକୁ ଯୋଜନା କରିଛି ସଂଗଠନ। ଶିକ୍ଷା ଦିଗ ଦେଖାଏ, ମଣିଷକୁ ମଣିଷ ବନାଏ, ଜୀବନର ଅନ୍ଧକାରକୁ ଦୂର କରୋ ତେଣୁ ଶିକ୍ଷାଠୁ ଦୂରରେ ଥିବା ପିଲାଙ୍କୁ ନୂଆ ଜୀବନ ଦେବାକୁ ଏ ପ୍ରୟାସ।

School Bus
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ