Advertisment

ଗରମ ‘ରସମ୍‌’ ହାଣ୍ଡିରେ ପଡ଼ିଗଲେ ଛାତ୍ର : ଅଧା ରହିଗଲା ପାଠ ପଢ଼ିବାର ସ୍ୱପ୍ନ

ଜୀବନରେ କାହାକୁ ହାତ ପତେଇ ନୁହେଁ, ସଂଘର୍ଷ ଓ ପରିଶ୍ରମ କରି ଆଗକୁ ଯିବାର ଯାହାଙ୍କ ଲକ୍ଷ୍ୟ ଥିଲା, ତାଙ୍କ ସ୍ୱପ୍ନ ଯେପରି ପାଣି ଫୋଟକା ପରି ଫାଟିଗଲା। ଜଣେ ୨୧ ବର୍ଷିୟ କଲେଜ ଛାତ୍ରଙ୍କ ଆଶାର କିରଣ ମୃତ୍ୟୁର ଆଁରେ ଲିଭିଗଲା।

ଅଦ୍ୟତନ ହୋଇଛି
student dies after falling into vessel of boiling rasam

student dies after falling into vessel of boiling rasam

Advertisment

ଜୀବନ କ୍ଷଣସ୍ଥାୟୀ। କେତେବେଳେ ମୃତ୍ୟୁ ଚାଲିଆସିବ, କେହିବି କହିବା ମୁସ୍କିଲ। ସେମିତି ଏକ ଘଟଣା ସାମନାକୁ ଆସିଛି। ଜୀବନରେ କାହାକୁ ହାତ ପତେଇ ନୁହେଁ, ସଂଘର୍ଷ ଓ ପରିଶ୍ରମ କରି ଆଗକୁ ଯିବାର ଯାହାଙ୍କ ଲକ୍ଷ୍ୟ ଥିଲା, ତାଙ୍କ ସ୍ୱପ୍ନ ଯେପରି ପାଣି ଫୋଟକା ପରି ଫାଟିଗଲା। ଜଣେ ୨୧ ବର୍ଷିୟ କଲେଜ ଛାତ୍ରଙ୍କ ଆଶାର କିରଣ ମୃତ୍ୟୁର ଆଁରେ ଲିଭିଗଲା।

Advertisment

ଚେନ୍ନାଇର ଜଣେ ୨୧ ବର୍ଷିୟ କଲେଜ ଛାତ୍ର। ପାଠ ପଢୁଥିଲେ, ଆର୍ଥିକ ଅଭାବରୁ ସେ ପାର୍ଟ ଟାଇମ୍‌ ଜବ୍‌ କରୁଥିଲେ। ସେ ଏକ କ୍ୟାଟରିଂ ଫାର୍ମରେ କାମ କରନ୍ତି। ଉତ୍ସବ କିମ୍ବା ଇଭେଣ୍ଟରେ ଅତିଥିଙ୍କୁ ଖାଦ୍ୟ ପରସନ୍ତି। ଆଉ ଏଥିରୁ ରୋଜଗାର ଟଙ୍କାରେ ସେ ପାଠ ପଢନ୍ତି। କିନ୍ତୁ ଏହି ପାର୍ଟ ଟାଇମ୍‌ ଜବ୍‌ ଦିନେ ତାଙ୍କର ଜୀବନ ନେଇଯିବ ଏକଥା ସେ କେବେବି ଭାବି ପାରିନଥିଲେ।

ସୋମବାର ଚେନ୍ନାଇର ଥିରୁବଲ୍ଲୁର ଜିଲ୍ଲାରେ ଆୟୋଜିତ ବିବାହ ଉତ୍ସବରେ ପ୍ରସ୍ତୁତ ଗରମ ରସମରେ ହାଣ୍ଡିରେ ସେ ପଡିଯାଇଥିଲେ। ସେହି ବିବାହରେ ପ୍ରଥମେ ସେ ଅତିଥିମାନଙ୍କୁ ଖାଦ୍ୟ ପରସିଥିଲେ। ହେଲେ ଅତିଥିଙ୍କୁ ପରସିବା ସମୟରେ ସେ ଗରମ ରସମ ହାଣ୍ଡିରେ ପଡ଼ିଯାଇଥିଲେ। ଏହାପରେ ତାଙ୍କୁ ଗୁରୁତର ଅବସ୍ଥାରେ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। 

Advertisment
Marriage Function
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ