Advertisment

ଟିକିଏ ବିଳମ୍ୱ ପାଇଁ ପରୀକ୍ଷା ଦେଇପାରିଲେନି ଛାତ୍ର; କୋହଭରା ଚିଠି ଲେଖି ହାରିଲେ ଜୀବନ

ମୃତ ଛାତ୍ର ଏକାଦଶ ଶ୍ରେଣୀରେ ପଢୁଥିଲେ। ପରୀକ୍ଷା ଚାଲିଥିଲା। ମାତ୍ର ସେ ବିଳମ୍ୱରେ ପହଞ୍ଚିବାରୁ ତାଙ୍କୁ ପରୀକ୍ଷା କେନ୍ଦ୍ରକୁ ଯିବାପାଇଁ ଅନୁମତି ମିଳିନଥିଲା।

ଅଦ୍ୟତନ ହୋଇଛି
Student Barred From Exam

Student Barred From Exam

Advertisment

ବିଳମ୍ୱରେ ପହଞ୍ଚିବାରୁ ପରୀକ୍ଷା ହଲକୁ ଛାଡିଲେନି ଶିକ୍ଷକ। ପରୀକ୍ଷା ଦେଇ ନପାରିବାରୁ ଜଣେ ଏକାଦଶ ଶ୍ରେଣୀର ଛାତ୍ର ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ତେଲେଙ୍ଗାନାର ଆଦିଲାବାଦ ଜିଲ୍ଲାର ଜଣେ ଛାତ୍ରଙ୍କ ମୃତଦେହ ନିକଟରୁ ମିଳିଥିବା ସୁଇସାଇଡ ନୋଟରେ ଏପରି କିଛି ଲେଖା ହୋଇଛି।

Advertisment

ମୃତ ଛାତ୍ର ଟେକୁମ୍ ଶିବ କୁମାର। ସେ ଏକାଦଶ ଶ୍ରେଣୀରେ ପଢୁଥିଲେ। ପରୀକ୍ଷା ଚାଲିଥିଲା। ମାତ୍ର ସେ ବିଳମ୍ୱରେ ପହଞ୍ଚିବାରୁ ତାଙ୍କୁ ପରୀକ୍ଷା କେନ୍ଦ୍ରକୁ ଯିବାପାଇଁ ଅନୁମତି ମିଳିନଥିଲା। ତେବେ ଅପରାହ୍ନରେ ସତନାଲା ଡ୍ୟାମରୁ ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି। ଡ୍ୟାମ ନିକଟରୁ ଘଣ୍ଟା, ୱାଲେଟ୍ ଏବଂ ଅନ୍ୟାନ୍ୟ ଜିନିଷ ସହ ଏକ ସୁଇସାଇଡ୍ ନୋଟ୍ ମଧ୍ୟ କରିଛି ପୋଲିସ। ତାଙ୍କ ୱାଲେଟରେ ଦୁଇଟି ଫଟୋଗ୍ରାଫ୍ ଥିଲା - ତାଙ୍କର ଏବଂ ତାଙ୍କ ବାପାଙ୍କର।

ତେଲୁଗୁ ଭାଷାରେ ଲିଖିତ ଏହି ସୁଇସାଇଡ୍ ନୋଟରେ ଲେଖାଯାଇଛି, 'ମୋତେ ବାପା କ୍ଷମା କରିଦେବ। ମୁଁ ଏହି ଯନ୍ତ୍ରଣାରୁ ମୁକ୍ତି ପାଇବାକୁ ଚାହେଁ। ତୁମେ ମୋ ପାଇଁ ବହୁତ କିଛି କରିଛ, କିନ୍ତୁ ମୁଁ ତୁମ ପାଇଁ କିଛି କରିପାରିଲି ନାହିଁ। ମୁଁ ପ୍ରଥମ ଥର ପାଇଁ ପରୀକ୍ଷା ଦେଇ ପାରିଲିନି। ଏହା ମୋତେ ଖୁବ ଯନ୍ତ୍ରଣା ଦେଇଛି। ମୋତେ ଖୁବ୍ କଷ୍ଟ ହେଉଛି'। ପୋଲିସ ଡ୍ୟାମରୁ ମୃତଦେହ ଜବତ କରିବା ପରେ ବ୍ୟବଚ୍ଛେଦ ପାଇଁ ପଠାଇଛି। ପରିବାର ଲୋକ ନିଜ ପୁଅକୁ ହରାଇ ଛାତି ଫଟାଇ କାନ୍ଦୁଛନ୍ତି।

Advertisment

ଗତକାଲିଠାରୁ ଆରମ୍ଭ ହୋଇଥିବା ମଧ୍ୟବର୍ତ୍ତୀ ପରୀକ୍ଷା ପାଇଁ ତେଲେଙ୍ଗାନା ରାଜ୍ୟ ଶିକ୍ଷା ବୋର୍ଡର ପ୍ରାୟ ୧୦ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି। ଶିବ କୁମାରଙ୍କ ମୃତ୍ୟୁ ତେଲେଙ୍ଗାନା ବୋର୍ଡର ଏକ କଠୋର ନିୟମକୁ ସାମ୍ନାକୁ ଆଣିଛି। ଯଦି କୌଣସି ଛାତ୍ର ଗୋଟିଏ ମିନିଟ ବିଳମ୍ବରେ ପରୀକ୍ଷା କେନ୍ଦ୍ରରେ ପହଞ୍ଚେ ତେବେ ତାଙ୍କୁ ପରୀକ୍ଷା ଦେବାକୁ ଅନୁମତି ଦିଆଯିବ ନାହିଁ।

Advertisment

ପରୀକ୍ଷା ଆରମ୍ଭ ହେବା ମାତ୍ରେ ଛାତ୍ରମାନେ ସେମାନଙ୍କର ପରୀକ୍ଷା କେନ୍ଦ୍ରକୁ ଦୌଡି ଦୌଡି ଯାଉଥିବା ଦେଖାଯାଇଥିଲା। ସେମାନଙ୍କ ମଧ୍ୟରୁ ଅନେକ ଛାତ୍ରଛାତ୍ରୀ କିଛି ମିନିଟ୍ ବିଳମ୍ବ ହେତୁ ପରୀକ୍ଷା ଦେଇପାରିନଥିଲେ। ସେମାନେ ବାହାରେ କାନ୍ଦୁଥିବା ଏବଂ ଭିତରକୁ ଯିବାକୁ ନିବେଦନ କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା।

Barred From Exam
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ