Advertisment

ଦିଲ୍ଲୀ NCRରେ ପୁଣି ଭୂକମ୍ପ ଝଟ୍‌କା, ରିକ୍ଟର ସ୍କେଲରେ ତୀବ୍ରତା ୩.୧

ଆଜି ଅନୁଭୂତ ହୋଇଥିବା ଭୂକମ୍ପର କେନ୍ଦ୍ର ହରିୟାଣାର ଫରିଦାବାଦଠାରୁ ୯ କିଲୋମିଟର ଦୂର ଓ ୧୦ କିଲୋମିଟର ଗଭୀରତାରେ ଥିବା ଜଣାପଡ଼ିଛି।

ଅଦ୍ୟତନ ହୋଇଛି
Earthquake

Earthquake

Advertisment

ରାଜଧାନୀ ଦିଲ୍ଲୀରେ ପୁଣି ଭୂକମ୍ପ ଝଟକା । ଦିଲ୍ଲୀ NCRରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଦିଲ୍ଲୀ, ଗାଜିଆବାଦ ଓ ନୋଏଡା ଅଞ୍ଚଳରେ ଏହି ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଏହାର ତୀବ୍ରତା ରିକ୍ଟର ସ୍କେଲରେ ୩.୧ ଥିବା ସୂଚନା ମିଳିଛି । ଏହା ପୂର୍ବରୁ ଅକ୍ଟୋବର ୩ରେ ରାଜଧାନୀ ଦିଲ୍ଲୀ ଓ ଏନ୍‌ସିଆରରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା।

Advertisment

ଭୂକମ୍ପ ଆସିବା ପରେ ଲୋକେ ଘରୁ ବାହାରି ରାସ୍ତାକୁ ଆସିଯାଇଥିଲେ। ତେବେ ଭୂକମ୍ପରେ କ୍ଷୟକ୍ଷତିର ସୂଚନା ମିଳିନାହିଁ । ଗତ ୬ ମାସ ଭିତରେ ଦିଲ୍ଲୀରେ ପ୍ରାୟ ୬ ଥର ଭୂକମ୍ପ ଝଟକା ଅନୁଭୂତ ହେଲାଣି। ବାରମ୍ବାର ଭୂକମ୍ପ ଆସିବା ନେଇ ଦିଲ୍ଲୀବାସୀ ଆତଙ୍କିତ ହୋଇପଡ଼ିଛନ୍ତି । ଗତ ଅକ୍ଟୋବର ୩ ତାରିଖରେ ମଧ୍ୟ ଦିଲ୍ଲୀ-ଏନସିଆର ସମେତ ଆଖପାଖ ଅଞ୍ଚଳରେ ଜୋରଦାର ଝଟକା ଅନୁଭୂତ ହୋଇଥିଲା।

Advertisment

ଗତ ୧୫ ଦିନ ମଧ୍ୟରେ ଦ୍ୱିତୀୟ ଥର ପାଇଁ ଦିଲ୍ଲୀରେ ଭୂକମ୍ପର କମ୍ପନ ଅନୁଭୂତ ହୋଇଛି। ଏହା ପୂର୍ବରୁ ଅକ୍ଟୋବର ୩ ତାରିଖରେ ରାଜଧାନୀ ଦିଲ୍ଲୀ ଓ NCRରେ ଭୂକମ୍ପ ହୋଇଥିଲା। ଏହି ଭୂକମ୍ପର ଝଟକା ଏତେ ତୀବ୍ର ଥିଲା ଯେ, ଲୋକେ ଭୟରେ ଘରୁ ବାହାରି ରାସ୍ତା ଉପରକୁ ଚାଲି ଆସିଥିଲେ। ଏହାର କେନ୍ଦ୍ର ସ୍ଥଳ ନେପାଳ ଥିବା କୁହାଯାଇଥିଲା। ନେପାଳରେ ଗୋଟିଏ ପରେ ଗୋଟିଏ ୪ଟି କମ୍ପନ ଅନୁଭୂତ ହୋଇଥିଲା ।

India Delhi Ncr Earthquake Delhi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ