• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ବଢୁଛି ବିବାହରେ ଫାଟ, ବଢୁଛି ମାମଲା । ଚିନ୍ତାରେ ସରକାର...ଏଣିକି କଡ଼ାକଡ଼ି ଲାଗୁ ହେବ ଭାରତରେ ବିବାହ ପଞ୍ଜିକରଣ ଆଇନ୍ । ଆଇନ୍‌ ଆୟେଗ କଲେ ସୁପାରିଶ । ଠକଙ୍କୁ ଆଉ ନାହିଁ ନିସ୍ତାର...ଖାଲି କାର୍ଯ୍ୟକାରୀ ହେବାକୁ ରହିଲା ବାକି । ଏନ୍‌ଆର୍‌ଆଇ ଭାରତୀୟ ନାଗରିକଙ୍କ ମଧ୍ୟରେ ବିବାହ ଠକେଇ ମାମଲା ବୃଦ୍ଧି ନେଇ ଉଦ୍‌ବେଗ ପ୍ରକାଶ କଲେ ଆଇନ ଆୟୋଗ । କମିଶନ ସୁପାରିଶ କରିଛନ୍ତି ଯେ ଏନ୍‌ଆର୍‌ଆଇ ଓ ଭାରତୀୟ ନାଗରିକଙ୍କ ମଧ୍ୟରେ ଥିବା ସମସ୍ତ ବିବାହ ବାଧ୍ୟତାମୂଳକ ଭାବେ ଭାରତରେ ପଞ୍ଜୀକୃତ ହେବା ଉଚିତ୍ । ଏହା ସହିତ କମିଶନ୍‌‌ ମଧ୍ୟ ଏହି ସମସ୍ୟାର ମୁକାବିଲା ପାଇଁ ଏକ ବିସ୍ତୃତ ଆଇନ ପାଇଁ ଦାବି କରିଛନ୍ତି । ଆସନ୍ତୁ ଜାଣିବା କମିଶନ ଅନ୍ୟ କେଉଁ ସୁପାରିଶ କରିଛନ୍ତି... 

ଆଇନ ଆୟୋଗର ମତ କ’ଣ ?

ଆଇନ୍‌ ଆୟୋଗର ଚେୟାରମ୍ୟାନ୍ ଅବସରପ୍ରାପ୍ତ ଜଷ୍ଟିସ୍ ରୁତୁରାଜ ଆୱସ୍ତି ଆଇନ ମନ୍ତ୍ରଣାଳୟକୁ ‘ଅଣ-ବାସିନ୍ଦା ଭାରତୀୟ’ ତଥା ବିଦେଶୀ ନାଗରିକଙ୍କ ସମ୍ବନ୍ଧୀୟ ମ୍ୟାଟ୍ରିମୋନିଆଲ୍ ଇସୁ' ଶୀର୍ଷକ ଏକ ରିପୋର୍ଟ ଦାଖଲ କରିଛନ୍ତି । ଏହି ରିପୋର୍ଟରେ ଆୟୋଗ ମତ ଦେଇଛନ୍ତି ଯେ ଅଣ-ରେସିଡେଣ୍ଟ ଇଣ୍ଡିଆନ୍ସ (ଏନଆରଆଇ) ଓ ଓଭରସିଜ୍ ସିଟିଜେନ୍ସ ଅଫ୍ ଇଣ୍ଡିଆନ୍ ଅରିଜିନ୍ (OCI)ର ବିବାହର ସମସ୍ତ ଦିଗକୁ ଅନ୍ତର୍ଭୁକ୍ତ କରିବା ପାଇଁ ପ୍ରସ୍ତାବିତ କେନ୍ଦ୍ରୀୟ ଆଇନ ଏକ ପର୍ଯ୍ୟାପ୍ତ ବ୍ୟାପକ ଆଇନ ହେବା ଉଚିତ୍ । 

ଆଇନ ମନ୍ତ୍ରୀ ଅର୍ଜୁନ୍‌ ରାମ ମେଘୱାଲଙ୍କ ନିକଟକୁ ପଠାଯାଇଥିବା ସୁପାରିଶ...

ଅବସରପ୍ରାପ୍ତ ଜଷ୍ଟିସ ରିତୁରାଜ ଆୱସ୍ତୀ ଏ ସମ୍ପର୍କରେ ଭାରତର ଆଇନ ମନ୍ତ୍ରୀ ଅର୍ଜୁନ୍‌ ରାମ ମେଘୱାଲଙ୍କୁ ଏକ ସୁପାରିଶ ପତ୍ର ଲେଖିଛନ୍ତି । ଏଥିରେ ସେ କହିଛନ୍ତି ଯେ ଏନ୍‌ଆର୍‌ଆଇ ଓ ଭାରତୀୟ ନାଗରିକଙ୍କ ମଧ୍ୟରେ ବିବାହ ପ୍ରସଙ୍ଗରେ ବଢୁଥିବା ଠକେଇ ଚିନ୍ତାଜନକ ରହିଛି । ଅନେକ ରିପୋର୍ଟରେ ମଧ୍ୟ ଏହା ବଢୁଥିବା ଧାରାକୁ ପ୍ରକାଶ କରିଛି ଯେଉଁଠାରେ ଏହି ବିବାହ ଜାଲିଆତି ହୋଇ ଭାରତୀୟ ପତି-ପତ୍ନୀ ବିଶେଷ କରି ମହିଳାମାନଙ୍କୁ ଏକ ବିପଦପୂର୍ଣ୍ଣ ଅବସ୍ଥାରେ ଛାଡି ଦେଉଛନ୍ତି । ଆୟୋଗ କହିଛନ୍ତି ଯେ ଏଭଳି ଆଇନ କେବଳ ଏନ୍‌ଆର୍‌ଆଇ ପାଇଁ ନୁହେଁ ବରଂ ଭାରତୀୟ ମୂଳର ଓଭରସିଜ୍ ସିଟିଜେନ୍ ଅଫ୍ ଇଣ୍ଡିଆ (OCI) ମାନ୍ୟତା ସହିତ ଆସୁଥିବା ଲୋକଙ୍କ ପାଇଁ ମଧ୍ୟ ପ୍ରଯୁଜ୍ୟ ହେବା ଉଚିତ୍ । NRIs / OCI ଏବଂ ଭାରତୀୟ ନାଗରିକଙ୍କ ମଧ୍ୟରେ ଥିବା ସମସ୍ତ ବିବାହ ବାଧ୍ୟତାମୂଳକ ଭାବରେ ଭାରତରେ ପଞ୍ଜୀକୃତ ହେବା ଜରୁରୀ ରହିଛି । ଏଥି ସହିତ, କେନ୍ଦ୍ରୀୟ ଆଇନରେ ଛାଡପତ୍ର, ପତି-ପତ୍ନୀ ରକ୍ଷଣାବେକ୍ଷଣ, ପିଲାମାନଙ୍କର ରକ୍ଷଣାବେକ୍ଷଣ, ସମନ ସେବା, ୱାରେଣ୍ଟ କିମ୍ବା NRI ଓ OCI ଉପରେ ନ୍ୟାୟିକ ଦଲିଲ୍‌ ମଧ୍ୟ ଅନ୍ତର୍ଭୂକ୍ତ କରାଯିବା ଉଚିତ । 

ପାସପୋର୍ଟ ଆକ୍ଟରେ ପରିବର୍ତ୍ତନ ଆବଶ୍ୟକ ରହିଛି: ଆଇନ ଆୟୋଗ...

ବୈବାହିକ ସ୍ଥିତି ଘୋଷଣା କରିବା, ପତି-ପତ୍ନୀଙ୍କ ପାସପୋର୍ଟକୁ ପରସ୍ପର ସହ ଯୋଡିବା ଓ ଉଭୟଙ୍କ ପାସପୋର୍ଟରେ ବିବାହ ପଞ୍ଜୀକରଣ ନମ୍ବର ଉଲ୍ଲେଖ କରିବା ବାଧ୍ୟତାମୂଳକ କରିବା ପାଇଁ ସରକାରଙ୍କୁ ପାସପୋର୍ଟ ଆକ୍ଟ, ୧୯୬୭ରେ ସଂଶୋଧନ କରିବାକୁ କହିଛନ୍ତି ।